ବିଚ ରାସ୍ତାରେ ରୋଡ ରୋମିଓଙ୍କୁ ଚାପୁଡା ମାରିଲେ ଯୁବତୀ, ଜାଣନ୍ତୁ କାହିଁକି - Meerut Girl Slaps Boy

By ETV Bharat Odisha Team

Published : Apr 30, 2024, 1:38 PM IST

thumbnail

 MEERUT GIRL SLAPS BOY: ଲକ୍ଷ୍ନୌ: ଯୁବତୀଙ୍କୁ ହଇରାଣ କରିବା ପଡିଲା ମହଙ୍ଗା । ବିଚ ରାସ୍ତାରେ ଯୁବକଙ୍କୁ ନିର୍ଦ୍ଧୁମ ଛେଚିଲେ ଯୁବତୀ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓ ଉତ୍ତରପ୍ରଦେଶ  ମେରଟର ଥାପରନଗରର ବୋଲି କୁହାଯାଉଛି । ଯୁବତୀଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ଯୁବକ ଜଣଙ୍କ ଅନେକ ଦିନରୁ ଯୁବତୀଙ୍କ ପିଛା କରିବା ସହ ହାଇରାଣ କରୁଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରୁଥିଲା । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ତଳେ ବସିଥିବା ବେଳେ ଯୁବତୀ ଜଣଙ୍କ ତାଙ୍କୁ ମାଡ ମାରିଚାଲିଛନ୍ତି । ଏହାପରେ ଯୁବତୀ ଜଣଙ୍କ ଘଟଣାସ୍ଥଳରୁ ପଳାଉଛନ୍ତି । ସେଠାରେ ଉପସ୍ଥିତ ଥିବା ଲୋକେ ପୋଲିସକୁ ଫୋନ କରିବାକୁ କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.