25 ବର୍ଷ ବିଜେଡ଼ି ସରକାର ବିରୋଧରେ ବିଜେପିର ଚାର୍ଜସିଟ, ଦେଖନ୍ତୁ LIVE - LIVE

By ETV Bharat Odisha Team

Published : Apr 24, 2024, 11:47 AM IST

Updated : Apr 24, 2024, 12:31 PM IST

thumbnail

ଭୁବନେଶ୍ବର: ବିଜେପିର ସାମ୍ବାଦିକ ସମ୍ମିଳନୀ । 25 ବର୍ଷ ବିଜେଡ଼ି ସରକାର ବିରୋଧରେ ବିଜେପିର ଚାର୍ଜସିଟ । ଓଡିଶା ଅସ୍ମିତା ପାଇଁ ଲଢେଇ ଡାକରା ଦେଇଥିବା ବିଜେପି 25 ବର୍ଷ ବିଜେଡ଼ି ସରକାରରେ ଅନ୍ୟାୟ , ଦୁର୍ନୀତି , ଭ୍ରଷ୍ଟାଚାର , ଅଗଣତାନ୍ତ୍ରୀକ ଶାସନ ଵ୍ୟଵସ୍ଥା , ମହିଳା ବିରୋଧୀ ହିଂସା ଆଦିକୁ ଚାର୍ଜସିଟରେ ସ୍ଥାନ ଦେଇଛି ଭାରତୀୟ ଜନତା ପାର୍ଟି । ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଆଦି ସମସ୍ୟା ମଧ୍ୟ ଚାର୍ଜସିଟରେ ସ୍ଥାନ ପାଇଛି । ସାଧାରଣ ନିର୍ବଚନ ପୂର୍ବରୁ ବିଜେପି ଏହି ଚାର୍ଜସିଟ ଆଣି ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରିବାକୁ ଯୋଜନା କରିଛି । ଏହି ଚାର୍ଜସିଟକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେପି । ତେଲେଙ୍ଗାନ, ତ୍ରିପୁରା, କର୍ଣ୍ଣାଟକ, ଛତିଶଗଡ଼, ଝାଡ଼ଖଣ୍ଡରେ ମଧ୍ୟ ବିଜେପି ସ୍ଥାନୀୟ ସରକାରର ଅପାରଗତା ନେଇ ଚାର୍ଜସିଟ ଆଣିଥିଲା । ଦେଖନ୍ତୁି ବିଜେପି ଜାରି କରିଥିବା ଚାର୍ଜସିଟରେ କଣ ରହିଛି..

Last Updated : Apr 24, 2024, 12:31 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.