ETV Bharat / state

ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ - FLIGHT EMERGENCY LANDING

author img

By ETV Bharat Odisha Team

Published : May 1, 2024, 3:27 PM IST

Updated : May 1, 2024, 4:17 PM IST

ଭୁବନେଶ୍ବର ବିମାନବନ୍ଦରରେ ଭିସ୍ତାରା ବିମାନର ଜରୁରୀ ଅବତରଣ
ଭୁବନେଶ୍ବର ବିମାନବନ୍ଦରରେ ଭିସ୍ତାରା ବିମାନର ଜରୁରୀ ଅବତରଣ

Vistara Flight Makes Emergency Landing: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ ।

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଭିସ୍ତାରା ବିମାନର ଜରୁରୀ ଅବତରଣ । ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା ବିମାନ । ଟେକଅପ୍‌ କରିବାର ମାତ୍ର 10 ମିନିଟ ପରେ ଜରୁରୀ ଅବତରଣ କରିଛି ଭିସ୍ତାରା ବିମାନ । ତେବେ କୁଆପଥର ମାଡ଼ ପ୍ରଭାବରେ ୱିଣ୍ଡସିଲ୍‌ ଭାଙ୍ଗିବାରୁ ଜରୁରୀ ବିମାନ ଅବତରଣ କରିଛି । ବିମାନରେ 169 ଯାତ୍ରୀ ଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି । ଜରୁରୀ ଅବତରଣ ନେଇ ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ

ସୂଚନା ଅନୁସାରେ, ଆଜି (ବୁଧବାର) ସମୟ 1.45 ବେଳେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ନୂଆଦିଲ୍ଲୀ ଅଭିମୁଖେ ଭିସ୍ତାରା ଏୟାରଲାଇନ୍ସର ଏକ ବିମାନ ଉଡାଣ ଭରିଥିଲା । ବିମାନଟି ଟେକଅପ୍‌ କରିବାର ମାତ୍ର 10 ମିନିଟ ମଧ୍ୟରେ ଜରୁରୀକାଳୀନ ଅବତରଣ କରିଛି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଆଜି ଅପରାହ୍ନରେ ଓଡିଶାର ଅନେକ ସ୍ଥାନରେ କୁଆପଥର ଦେଖିବାକୁ ମିଳିଥିବା ବେଳେ ଭିସ୍ତାରା ବିମାନର ୱିଣ୍ଡସିଲ୍‌ରେ କୁଆପଥର ମାଡ ହେବା ଫଳରେ ୱିଣ୍ଡସିଲ୍‌ ଭାଙ୍ଗି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । ଯାହାକୁ ନେଇ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି ।

d
d

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ) ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ଅନୁଯାୟୀ, ବିମାନରେ ୮ କ୍ରୁ ମେମ୍ବରଙ୍କ ସହ 169 ଜଣ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ବିମାନଟି ବିମାନ ବନ୍ଦରରେ ନିରାପଦରେ ଅବତରଣ କରିଛି । ଅଟକି ରହିଥିବା ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଇବା ପାଇଁ ଏକ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଉଛି ।

ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ
ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ

ଏନେଇ ବିପିଆଇଏ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, "ଭିସ୍ତାରା ଏୟାରକ୍ରାଫ୍ଟ ଆଜି ଦିନ 1.45 ମିନିଟରେ ଭୁବନେଶ୍ବରରୁ ଦିଲ୍ଲୀ ପାଇଁ ଉଡାଣ ଭରିଥିଲା । ଏହାର 10 ମିନିଟ ପରେ ୱିଣ୍ଡସିଲ୍‌ର କ୍ଷତିଗ୍ରସ୍ତ ହୋଇଥିବାରୁ ବିମାନକୁ ଅବତରଣ କରିବା ନେଇ ପାଇଲଟ ସୂଚନା ଦେଇଥିଲେ । ପରେ 2.15ରେ ବିମାନ ଅବତରଣ କରିଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । କୁଆପଥର ମାଡ଼ରେ ୱିଣ୍ଡସିଲ୍‌ କ୍ଷତିଗ୍ରସ୍ତ ହୋଇଛି । ବିମାନରେ 8 ଜଣ କ୍ରୁ ମେମ୍ବରଙ୍କ ସହ 161 ଜଣ ଯାତ୍ରୀ ଥିଲା ।"

ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ
ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ

ଏହା ମଧ୍ୟ ପଢ଼ନ୍ତୁ..ଭିସ୍ତାରା ଏୟାରଲାଇନ୍ସ ଉପରେ ବର୍ଷିଲେ ସୁରଭୀ, 'ମୋତେ ମାନସିକ ନିର୍ଯାତନା ଦିଆଯାଇଛି'

ତେବେ ରାଜ୍ୟରେ ଆଜି ଅନେକ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ଟ୍ବିନ ସିଟି ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ କୁଆପଥର ଓ ଝିପିଝିପି ବର୍ଷା ହେଉଛି । କାଳବୈଶାଖୀ ଓ ବଜ୍ରପାତ ନେଇ ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କଟକ, କନ୍ଧମାଳ ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ
ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ

ଇଟିଭି ଭାରତ, ଭୁବନେଶ୍ବର

Last Updated :May 1, 2024, 4:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.