ETV Bharat / entertainment

ଭିସ୍ତାରା ଏୟାରଲାଇନ୍ସ ଉପରେ ବର୍ଷିଲେ ସୁରଭୀ, 'ମୋତେ ମାନସିକ ନିର୍ଯାତନା ଦିଆଯାଇଛି'

author img

By ETV Bharat Odisha Team

Published : Jan 14, 2024, 1:59 PM IST

Updated : Jan 14, 2024, 2:10 PM IST

Surbhi Chandana Slams Vistara Airline: ଟିଭି ଅଭିନେତ୍ରୀ ସୁରଭୀ ଚନ୍ଦନା ଭିସ୍ତାରା ଏୟାରଲାଇନ୍ସ ନାଁରେ ଆଣିଲେ ମାନସିକ ନିର୍ଯାତନା ଅଭିଯୋଗ । ଭିସ୍ତାରାର ଗ୍ରାଉଣ୍ଡ ଷ୍ଟାପ ତାଙ୍କୁ ଦୁର୍ବବ୍ୟହାର କରିଥିବା ଅଭିଯୋଗ କରିଛନ୍ତି । ଅଭିନେତ୍ରୀ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ଭିସ୍ତାରା ଏୟାରଲାଇନ୍ସ ନାଁରେ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଲେ ସୁରଭୀ ଚନ୍ଦନା
ଭିସ୍ତାରା ଏୟାରଲାଇନ୍ସ ନାଁରେ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଲେ ସୁରଭୀ ଚନ୍ଦନା

ନୂଆଦିଲ୍ଲୀ: ନାଗିନ, ଇସକବାଜ ଭଳି ଟିଭି ଶୋ'ର ଲୋକପ୍ରିୟ ଅଭିନେତ୍ରୀ ସୁରଭୀ ଚନ୍ଦନା ଭିସ୍ତାରା ଏୟାରଲାଇନ୍ସ ବିରୋଧରେ ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି । ନିକଟରେ ମୁମ୍ବାଇ ବିମାନବନ୍ଦନରେ ଏହି ଏୟାରଲାଇନ୍ସ ଦ୍ବାରା ଘଟିଥିବା ଘଟଣାକୁ ସେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି । ସେ ଭିସ୍ତାରା ଏୟାରଲାଇନ୍ସ ଉପରେ ଅସନ୍ତୋଷ ପ୍ରକାଶ କରି ଏହାକୁ ସବୁଠାରୁ ଖରାପ ଏୟାରଲାଇନ୍ସ ବୋଲି କହିଛନ୍ତି । ସେ ଭିସ୍ତାରା ଏୟାରଲାଇନ୍ସର ଜଣେ ଗ୍ରାଉଣ୍ଡ କର୍ମଚାରୀ ଦ୍ବାରା ଅସଦାଚରଣର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ଭିସ୍ତାରା ଏୟାରଲାଇନ୍ସ ଅଭିନେତ୍ରୀଙ୍କୁ କ୍ଷମା ମାଗିଛି ।

ସୁରଭୀ ଚନ୍ଦନାଙ୍କ ପୋଷ୍ଟ
ସୁରଭୀ ଚନ୍ଦନାଙ୍କ ପୋଷ୍ଟ

ଏକ୍ସ ଏବଂ ଇନଷ୍ଟାଗ୍ରାମରେ ଅଭିନେତ୍ରୀ ଏୟାରଲାଇନ୍ସ ଦ୍ବାରା ଘଟିଥିବା ଅବହେଳାକୁ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ସବୁଠାରୁ ଖରାପ ଏୟାରଲାଇନ୍ସ ଭିସ୍ତାରା । ଏୟାରଲାଇନ୍ସ ତାଙ୍କୁ ନ ଜଣାଇ ତାଙ୍କ ବ୍ୟାଗ ବାହାର କରିଦେଇଥିଲେ । ଏହାର କାରଣ ସେମାନଙ୍କୁ ହିଁ ଜଣା ସେମାନେ ଏପରି କାହିଁକି କଲେ । ମୋର ପୁରା ଦିନ ବରବାଦ କଲେ । ମୋତେ ଏପର୍ଯ୍ୟନ୍ତ ଏହି କଥାର ଆଶ୍ବାସନା ମଧ୍ୟ ଦେଲେ ନାହିଁ ଯେ, ମୋ ବ୍ୟାଗ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଲା କି ନାହିଁ । ଏଣୁ ମୁଁ ପରାମର୍ଶ ଦେବି ଆପଣମାନେ ଦୟାକରି ଏଥିରେ ଟ୍ରାଭେଲ କରିବା ପୂର୍ବରୁ ୧୦୦ ଥର ଭାବନ୍ତୁ ।

  • Hi Ms. Chandna, we are having this checked. Please be assured we will have this addressed on priority. Thanks - Gauri

    — Vistara (@airvistara) January 13, 2024 " class="align-text-top noRightClick twitterSection" data=" ">

ଆଉ ଏକ ପୋଷ୍ଟରେ ଅଭିନେତ୍ରୀ ଏୟାରଲାଇନ୍ସ ଉପରେ ବର୍ଷିଛନ୍ତି । ସେ ଏଥିରେ ଏୟାରଲାଇନ୍ସର କର୍ମଚାରୀଙ୍କ ତାଙ୍କୁ ଦୁର୍ବବ୍ୟହାର କରିଥିବା ଅଭିଯୋଗ କରିଛନ୍ତି । ସେ କର୍ମଚାରୀଙ୍କ ନାଁ ନେଇ ଲେଖିଛନ୍ତି, ମୁମ୍ବାଇ ବିମାନବନ୍ଦରରେ ଭିସ୍ତାରାର ଗ୍ରାଉଣ୍ଡ କର୍ମଚାରୀ ଅତ୍ୟନ୍ତ ଅଣପେଶାଦାର । ସେ ଅତି ନିଷ୍ଠୁର ଭାବରେ ମୋତେ କହିଥିଲେ, ''ଆମେ ଜାଣିନାହୁଁ ତୁମର ବ୍ୟାଗ କେବେ ଆସିବ ଏବଂ ଆମେ କିଛି କରିପାରିବୁ ନାହିଁ ।'' ଯେତେବେଳେ ସୁରଭୀ ଡେଲିଭରି ବିଷୟରେ ପଚାରିଥିଲେ, ସେ କହିଥିଲେ, ମୋର ବିକ୍ରେତାମାନେ ବ୍ୟସ୍ତ ଅଛନ୍ତି ଏବଂ ମୁଁ ବ୍ୟାଗକୁ ତୁମ ପାଖକୁ ପଠାଇ ପାରିବି ନାହିଁ । ଯଦି ଆପଣ ଏହାକୁ ସଂଗ୍ରହ କରିବାକୁ ଆସନ୍ତି ତେବେ ଏହା ଭଲ ହେବ । ଏହା ବିମାନର ଖରାପ କର୍ମଚାରୀ ଏବଂ ସେବା ଅଟେ । ଏହା ମୋତେ ମାନସିକ ନିର୍ଯାତନା ଦେଇଛି ବୋଲି ଅଭିନେତ୍ରୀ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବିବାହ କରିବେ ଟେଲି ଅଭିନେତ୍ରୀ ସୁରଭୀ ଚନ୍ଦନା

ଏହା ପରେ ଭିସ୍ତାରା ଏୟାରଲାଇନ୍ସ ଅଭିନେତ୍ରୀଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଲେଖିଛନ୍ତି, ମିସ ଚନ୍ଦନା, ଆମେ ତୁମର ଅସନ୍ତୋଷ ପାଇଁ କ୍ଷମା ପ୍ରାର୍ଥନା କରୁଛୁ । ଆମେ ଆପଣଙ୍କୁ ଆଶ୍ବାସନା ଦେଇ କହୁଛୁ ଯେ, ଆମେ ତୁମ ଅଭିଯୋଗକୁ ପ୍ରାଥମିକତା ଦେଇ ଶୀଘ୍ର ସମାଧାନ କରିବୁ ।

Last Updated : Jan 14, 2024, 2:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.