ETV Bharat / state

ପ୍ରଚାର ମୈଦାନରେ ଚାନ୍ଦବାଲିର କଂଗ୍ରେସ ପ୍ରାର୍ଥୀ ଅମିୟ - chandbali assembly constituency

author img

By ETV Bharat Odisha Team

Published : May 1, 2024, 9:48 PM IST

ପ୍ରଚାର ମୈଦାନରେ ଚାନ୍ଦବାଲିର କଂଗ୍ରେସ ପ୍ରାର୍ଥୀ ଅମିୟ
ପ୍ରଚାର ମୈଦାନରେ ଚାନ୍ଦବାଲିର କଂଗ୍ରେସ ପ୍ରାର୍ଥୀ ଅମିୟ

CHANDBALI ASSEMBLY CONSTITUENCY: ଚାନ୍ଦବାଲି ଆସନ ହାତେଇବାକୁ କଂଗ୍ରେସର ଆପ୍ରାଣ ଉଦ୍ୟମ । ଘରକୁ ଘର ବୁଲି ପ୍ରଚାର କଲେ ବିଧାୟକ ପ୍ରାର୍ଥୀ ଅମିୟ ମହାପାତ୍ର । ଅଧିକ ପଢନ୍ତୁ

ପ୍ରଚାର ମୈଦାନରେ ଚାନ୍ଦବାଲିର କଂଗ୍ରେସ ପ୍ରାର୍ଥୀ ଅମିୟ

ଭଦ୍ରକ: ସରଗରମ ହୋଇଛି ଭଦ୍ରକ ଚାନ୍ଦବାଲି ରାଜନୀତି । ଏଥର ଚାନ୍ଦବାଲିରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢେଇ । ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଅମିୟ ମହାପାତ୍ର । ଚଳିତ ନିର୍ବାଚନରେ କିଭଳି କଂଗ୍ରେସ ଭଲ ପ୍ରଦର୍ଶନ କରିବ ସେନେଇ ପ୍ରସ୍ତୁତ କରିଛନ୍ତି ସ୍ବତନ୍ତ୍ର ରଣନୀତି । ତେଣୁ ସେ ତିହିଡି ବ୍ଲକ ପୀରହାଟ ଠାରେ କର୍ମୀମାନଙ୍କୁ ଭେଟି ନିର୍ବାଚନୀ କସରତ ସମ୍ପର୍କରେ ଆଲୋଚନା କରିଛନ୍ତି ।

ତେବେ 2014 ନିର୍ବାଚନରେ ଯେଉଁ ପରିମାଣରେ ସମର୍ଥନ ମିଳିଥିଲା, 2019 ନିର୍ବାଚନରେ ଯଦିଓ ଆଶାନୁରୂପ ବଦଳରେ କମ୍ ମିଳିଥିଲା । ହେଲେ ପରିବର୍ତ୍ତନ ସ୍ୱରରେ ଏଥର ଭୋଟ ହାର ବୃଦ୍ଧି ପାଇବ ବୋଲି ଆଶାବାଦୀ ଅଛନ୍ତି ଅମିୟ । ସେହିପରି ଅମିୟ କହିଛନ୍ତି ଯେ, ଦଳ ମଧ୍ୟରେ କୌଣସି ବାଦାବିବାଦ ନାହିଁ କେତେକ ନିର୍ଦ୍ଦଷ୍ଟ ନିନ୍ଦୁକ ଦଳକୁ ବଦନାମ କରିବା ଉଦ୍ଦେଶ୍ୟରେ ଦଳୀୟ କନ୍ଦଳ ଥିବା ଆକ୍ଷେପ କରୁଛନ୍ତି । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିକାଶର ଲକ୍ଷ୍ୟ ନେଇ ଦଳ ପ୍ରଚାର ମୈଦାନରେ ଓହ୍ଲାଇଛୁ । ଉଭୟ ବିଜେଡି ଓ ବିଜେପିକୁ ସେ କଡା ଟକ୍କର ଦେବାକୁ ପ୍ରସ୍ତୁତ ଅଛୁ । ପ୍ରକାଶ ଥାଉ କି ପ୍ରତିପକ୍ଷଙ୍କୁ ମୁକାବିଲା କରିବା ପାଇଁ ବିଳମ୍ବ ହେଲେ ମଧ୍ୟ ଦଳ ପକ୍ଷରୁ ଅମିୟଙ୍କୁ ନିର୍ବାଚନୀ ମୈଦାନରେ ପାଦ ଥାପିବାକୁ ସୁଯୋଗ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ......ରାୟଗଡ଼ା ଆସୁଛନ୍ତି ରାହୁଲ ଗାନ୍ଧୀ, ଉତ୍ସାହିତ କଂଗ୍ରେସ ଶିବିର - Rahul Gandhi To Visit Rayagada

ଏହା ମଧ୍ୟ ପଢନ୍ତୁ .....ଅନୁଗୋଳରେ ବଢୁଛି ନିର୍ବାଚନୀ ତାତି; ଲୁଟିଖିଆ ନେତାଙ୍କ ବିରୋଧରେ ଏହି ଲଢେଇ କହିଲେ କଂଗ୍ରେସ ପ୍ରାର୍ଥୀ - Lok Sabha Election 2024

ଅମିୟ ଆହୁରି କହିଛନ୍ତି ଯେ, ବିଜେଡି ଏବଂ ବିଜେପି ମଧ୍ୟରେ ଚାଲିଛି ଲୁଚକାଳି ଖେଳ । ପ୍ରତିନ୍ଦ୍ବନ୍ଦିତା ନୁହେଁ ବରଂ ସେମାନଙ୍କ ମଧ୍ୟରେ ଚାଲିଛି ବନ୍ଧୁତ୍ୱପୂର୍ଣ୍ଣ ଲଢେଇ । ସେମାନଙ୍କ ମଧ୍ୟରେ ଉତ୍ତମ ବୁଝାବଣା ରହିଛି । ଏହି ବୁଝାବଣା ସର୍ବଦା ରହି ଆସୁଛି ଏବଂ କୋଟି କୋଟି ସରକାରୀ ଟଙ୍କାକୁ ଆତ୍ମସାତ୍ କରିବାରେ ସକ୍ଷମ ହୋଇ ଆସୁଛନ୍ତି ସେମାନେ । ମାତ୍ର ସାମ୍ପ୍ରତିକ ସ୍ଥିତି ବଦଳିବା ସହିତ ଭୋଟର ମଧ୍ୟ ସଚେତନ ହେଲେଣି । ଏଥର କଂଗ୍ରେସକୁ ସମର୍ଥନ ମିଳିବ ।ଏହି ଅବସରରେ କଂଗ୍ରେସର ବରିଷ୍ଠ ନେତା ଦିଗମ୍ବର ଦାସ, ସୁଦର୍ଶନ ବେହେରା ଏବଂ ସର୍ବେଶ୍ୱର ବାରିକ ପ୍ରମୁଖଙ୍କ ସମେତ ଶତାଧିକ ଛାମୁଆ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ । ତେବେ ନିର୍ବାଚନ ଫଳାଫଳ ହିଁ କହିବ କାହାର ପଲ୍ଲା ଭାରି ରହିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.