ETV Bharat / state

ଶ୍ରମିକ ଦିବସରେ ଆନ୍ଦୋଳନ କଲେ ରାୟଗଡା ନିର୍ମାଣ ଶ୍ରମିକ ମହାସଂଘ - LABOUR PROTEST

author img

By ETV Bharat Odisha Team

Published : May 1, 2024, 9:55 PM IST

Labour Protest
Labour Protest

Labour Protest: ରାୟଗଡା ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ଚାରି ଦଫା ଦାବିରେ ବିଶାଳ ଶୋଭାଯାତ୍ରା ସହିତ ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଅଧିକ ପଢ଼ନ୍ତୁ

Labour Protest

ରାୟଗଡା: ଆଜି ୪ ଦଫା ଦାବି ନେଇ ଶ୍ରମ କାର୍ଯ୍ୟାଳୟ ଘେରାଉ କଲେ ରାୟଗଡା ନିର୍ମାଣ ଶ୍ରମିକ ମହାସଂଘ । ନିର୍ମାଣ ଶ୍ରମିକ ମହାସଂଘର ନେତୃତ୍ବରେ ଜିଲ୍ଲାର ପ୍ରତ୍ୟେକ ବ୍ଳକରୁ ଶ୍ରମିକ ମାନେ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ । ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳା ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ରାୟଗଡ଼ା ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଳୟରେ ପହଞ୍ଚି ତାଙ୍କୁ ଚାରି ଦଫା ଦାବିପତ୍ର ଦେଇଥିଲେ । ପରେ ସେଠାରୁ ଯାଇ ଜିଲ୍ଲା ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ରାୟଗଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ମନମୁଖୀ କାର୍ଯ୍ୟକଳାପ ଏବଂ ଅରାଜକତା ହେଉଥିବା ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ । ଯାହା ପାଇଁ ଜିଲ୍ଲା ସଭାପତି ନିରଞ୍ଜନ ପାତ୍ର ତାଙ୍କ ଅଭିଭାଷଣରେ କହିଥିଲେ ଯେ ଜଣେ ନିର୍ମାଣ ଶ୍ରମିକ ସହାୟତା ପାଇବା ପାଇଁ ହେଲେ ପ୍ରତି ବର୍ଷ ଠିକ୍ ସମୟରେ ନବିକରଣ କରିବାକୁ ପଡ଼ିଥାଏ । ଓପେନ ପୋର୍ଟାଲ ହେବା ପରେ ଜଣେ ନିର୍ମାଣ ଶ୍ରମିକ ମୋ ସେବା କେନ୍ଦ୍ରରେ ନବୀକରଣ ଦାଖଲ କଲାପରେ ସେଇ ନବୀକରଣ ମଞ୍ଜୁର ନହୋଇ ବର୍ଷ ବର୍ଷ ପର୍ଯ୍ୟନ୍ତ ଶ୍ରମ କାର୍ଯ୍ୟାଳୟ ଠାରେ ପଡ଼ି ରହୁଛି । ଯାହା ଦ୍ବାରା ନିର୍ମାଣ ଶ୍ରମିକଟି ତାର ସମସ୍ତ ପ୍ରକାର ସହାୟତା ପାଇବାରୁ ବଞ୍ଚିତ ହେଉଛି । ସେଥିପାଇଁ ସମ୍ପୁକ୍ତ ଅଧିକାରୀ ହିଁ ଦାୟୀ ରହିବେ ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ ।

ଏହା ମଧ୍ୟ ପଡ଼ନ୍ତୁ.. ଜମି ପଟ୍ଟା ନାହିଁ ତ ଭୋଟ ନାହିଁ: ପ୍ରଶାସନକୁ ପଟ୍ଟାମୁଣ୍ଡାଇ ଶୁଖୁଆପଡା ବାସିନ୍ଦା ଦେଲେ ଚେତାବନୀ - Kendrapada

ତେବେ ମହାସଂଘର ମୁଖ୍ୟ ଦାବି ଏହି କି ଯେ ନବୀକରଣ ଠିକ ସମୟରେ କରାଯାଉ, ସମ୍ପୃକ୍ତ ଅଧିକାରୀ ମାନଙ୍କ ମନମୁଖି କାର୍ଯକଳାପ ବନ୍ଦ କରାଯାଉ, କୋଭିଡ଼ ସହାୟତା ରାଶି ପାଇଁ ଜଣେ ନିର୍ମାଣ ଶ୍ରମିକ ୩୦୦୦ ଟଙ୍କା ହିସାବରେ ୨୫୦୦ ଶ୍ରମିକଙ୍କର ପ୍ରାୟ ୭୦ରୁ ୮୦ ଲକ୍ଷ ବଳକା ରହିଯାଇଛି । ତାହା ତୁରନ୍ତ ପେମେଣ୍ଟ କରାଯାଉ । ଅନ୍ୟପଟେ ମହାସଂଘର ମୁଖ୍ୟ ଉପଦେଷ୍ଟା ଚିତରଞ୍ଜନ ରାଉତ ରାଏ ଏବଂ ଭବାନୀ ଶଙ୍କର ଜେନା ତୀବ୍ର ସମାଲୋଚନା କରି କହିଥିଲେ ଯେ ଯେଉଁ ଅଧିକାରୀମାନେ କାମ ନକରି ଏଠାରେ ଆଇନ ଦେଖାଉଛନ୍ତି, ସେ ଭଳିଆ ଅଧିକାରୀ ଏଠାରୁ ତୁରନ୍ତ ବଦଳି ହୋଇ ପଳେଇବା ଦରକାର । ଏହି ଅବସରରେ ପ୍ରାୟ ୭ରୁ ୮ ଶହ ନିର୍ମାଣ ଶ୍ରମିକ ଯୋଗଦେଇ ଥିବାବେଳେ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମହାସଂଘର ସମ୍ପାଦକ ଖଗେଶ୍ୱର ସିଂ, କୋଷାଧକ୍ଷ ଗଣେଶ ହିମିରିକା, ଉପସଭାପତି ବଳରାମ କୁସୁଲିଆ, ବସନ୍ତ ପାତ୍ର, ରୁନା ନାୟକ, ସହ ସମ୍ପାଦକ ଅଜୟ ବେନିଆଁ ପ୍ରମୁଖ ସହଯୋଗ କରିଥିଲେ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.