ETV Bharat / state

ଶ୍ରମିକ ବୁଝନ୍ତି କି ବିଶ୍ବ ଶ୍ରମିକ ଦିବସର ଅର୍ଥ, ଇଟିଭି ଭାରତର ଗ୍ରାଉଣ୍ଡ ରିପୋର୍ଟ - Labour Day 2024

author img

By ETV Bharat Odisha Team

Published : May 1, 2024, 5:11 PM IST

Labour Day 2024
Labour Day 2024

Labour Day 2024: ଢହ ଢହ ଖରା ତାତି । ମୁଣ୍ଡରେ ପଗଡି ଭିଡି କାମରେ ଲାଗିଛି ଶ୍ରମିକ । ଏମାନଙ୍କ ପାଇଁ ମେ’ ୧ ତାରିଖରେ ପାଳନ ହୁଏ ବିଶ୍ବ ଶ୍ରମିକ ଦିବସ । ଯେଉଁଦିନ ଚାକିରିଆ ବାବୁମାନଙ୍କୁ ଛୁଟି ମିଳିଥାଏ । ହେଲେ ପ୍ରକୃତ ଖଟିଖିଆ ଜାଣେନି ଏ ଦିନ କାହିଁକି ପାଳନ ହୁଏ । ଅଧିକ ପଢନ୍ତୁ

ବିଶ୍ୱ ଶ୍ରମିକ ଦିବସ

ନିଆଳି: ଓଡିଆରେ ଗୋଟିଏ ପ୍ରବାଦ ରହିଛି "ନୀତି ମୂଲିଆ ମୂଲକୁ ଯାଏ, ଦିନେ ନ ଗଲେ ଓପାସେ ରୁହେ" । ପ୍ରକୃତ ପକ୍ଷେ ଏହି ଉକ୍ତିର ଅର୍ଥ ରହିଛି । ସମୟ ଯେତେ ପରିବର୍ତ୍ତନ ହେଉଥିଲେ ବି ଶ୍ରମିକମାନଙ୍କ ଜୀବନରେ ପରିବର୍ତ୍ତନ ହେଉଥିବା ଭଳି ଦେଖାଯାଉନାହିଁ । ପ୍ରକୃତ ଶ୍ରମିକ ପାଖରେ ଏହି ବିଶ୍ୱ ଶ୍ରମିକ ଦିବସର କୌଣସି ଅର୍ଥ ନାହିଁ କିମ୍ବା ସ୍ୱତନ୍ତ୍ରତା ନାହିଁ । ନିତିଦିନ ଯେମିତି ବଞ୍ଚେ ଶ୍ରମିକ ଦିବସରେ ବି ସେମିତି ନିଜର କର୍ମମୟ ଜୀବନକୁ ଧରି ବଢିଚାଲିଥାଏ ଶ୍ରମିକଟିଏ । ଶ୍ରମିକ ଦିବସ କଣ ସେ ବୁଝେ ନାହିଁ, ଏହି ଦିନ ଓ ଅନ୍ୟ ଦିନଗୁଡିକରେ କଣ ଫରକ ରହିଛି ତାହା ମଧ୍ୟ ଜାଣେନାହିଁ ସେ ।

ଆଜି ସାରା ବିଶ୍ୱ ପାଳୁଛି ବିଶ୍ୱ ଶ୍ରମିକ ଦିବସ । ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନଗୁଡିକରେ କାର୍ଯ୍ୟ କରୁଥିବା ଚାକିରିଆମାନଙ୍କ ପାଇଁ ଛୁଟି ଦିନ । ହେଲେ କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଡହ ଡହ ଖରାରେ ଚାଲିଛି ନିର୍ମାଣ କାର୍ଯ୍ୟ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଶ୍ରମିକମାନେ ନିଜର କାମ ଚଳାଇଛନ୍ତି । ସେମାନଙ୍କ କହିବାନୁଯାୟୀ, "ଏ ବିଶ୍ୱ ଶ୍ରମିକ ଦିବସ ବିଷୟରେ ଆମେ କିଛି ଜାଣିନାହୁଁ । ଆମେ କାମ କଲେ ଆମ ପରିବାର ଚଳିବ । ଦିନେ କାମକୁ ନଯାଇ ଯଦି ଶ୍ରମିକ ଦିବସ ପାଳନ କରିବୁ କି ଖରାରୁ ଦେଖି ଆମେ ଘରେ ବସିବୁ ଆମ ପରିବାର ଭାସିଯିବ । "

ଏହାମଧ୍ୟ ପଢନ୍ତୁ.. ବିଶ୍ବ ଶ୍ରମିକ ଦିବସ; ଆଜି ବି ସମ୍ମାନରୁ ଦୂରରେ, ହକ୍‌ରୁ ବଞ୍ଚିତ ଶ୍ରମିକ - Labour Day 2024

ସମାଜ ସେବୀ ଦିନବନ୍ଧୁ ଭୋଇଙ୍କ କହିବାନୁଯାୟୀ, ସରକାରଙ୍କ କାଗଜ କଲମରେ ଶ୍ରମିକ ଦିବସ ସୀମିତ । ସରକାର ସେମାନଙ୍କ ପାଇଁ ସେଭଳି କିଛି ଆଖି ଦୃଶିଆ ପଦକ୍ଷେପ ନେଇନାହାନ୍ତି । ଯାହାକୁ ନେଇ ସେ ଦୁଃଖିତ । ଶ୍ରମିକମାନେ ପ୍ରତିଦିନ ଖଟିଲେ ଖାଇବେ । ଦିନେ ଘରେ ବସିଲେ ସେମାନେ ଉପାସ ରହିବେ । ସେମାନଙ୍କ ପିଲାମାନଙ୍କ ପାଇଁ ସରକାର କିଛି ବ୍ୟବସ୍ଥା କଲେ ଭଲ ହୁଅନ୍ତା । ସେମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମିଳିପାରନ୍ତା ।"


୧୯୮୬ ମସିହାରୁ ମେ ପହିଲାକୁ ବିଶ୍ବ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି । ଦିନ ଥିଲା ପୁଞ୍ଜିପତିମାନେ ଶ୍ରମିକମାନଙ୍କୁ ଶୋଷଣ କରୁଥିଲେ । ଏହାକୁ ବିରୋଧ କରି ଆମେରିକାର ଶ୍ରମିକ ସଂଗଠନ ରାଜରାସ୍ତାକୁ ଓହ୍ଲାଇଥିଲା । ପରେ ଏହା ବିଶ୍ବର ସମସ୍ତ ଶ୍ରମିକଙ୍କୁ ପ୍ରଭାବିତ କରିଥିଲା । ଭାରତରେ ୧୯୨୩ ମସିହାଠାରୁ ଶ୍ରମିକ ଦିବସ ପାଳନ କରାଯାଉଛି । ଶ୍ରମିକ ମାନଙ୍କ ଶ୍ରମ ନିର୍ଘଣ୍ଟ ଆଠ ଘଣ୍ଟା କରିବା ପାଇଁ ଭାରତୀୟ ମଜଦୂର କିଷାନ ପାଟି ଦାବି କରିଥିଲା । ପରବର୍ତ୍ତୀ ସମୟରେ ଏହାକୁ ସ୍ଵୀକୃତି ଦେବା ସହିତ ଭାରତ ସରକାର ଏହି ଦିବସକୁ ଛୁଟି ଦିବସ ଘୋଷଣା କରିଥିଲେ । ହେଲେ ଆଜି ବି ଏହି ଆଇନର ଖୋଲାଖୋଲି ଉଲ୍ଲଘଂନ ହେଉଥିବା ଦେଖିବାକୁ ମିଳୁଛି ।


ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.