ETV Bharat / sports

ଆଇପିଏଲରେ ଆଜି ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ଫୋକସରେ ବାର୍ଥଡେ ବଏ୍ ରୋହିତ - IPL 2024

author img

By ETV Bharat Odisha Team

Published : Apr 30, 2024, 2:07 PM IST

Etv Bharat
Etv Bharat

IPL 2024: ଆଇପିଏଲର 48ତମ ମ୍ୟାଚରେ ଆଦି ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ । ବିଜୟ ଧାରା ଫେରିବାକୁ ପ୍ରସ୍ତୁତ କେଏଲ ରାହୁଲ ବାହିନୀ । ଚତୁର୍ଥ ବିଜୟ ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇବ ପାଣ୍ଡ୍ଯା ବାହିନୀ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଆଇପିଏଲରେ ଆଜି ରହିଛି 48ତମ ମୁକାବିଲା । ଏକନ୍ନା ଷ୍ଡାଡିୟମରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ ଦୁଇ ଦଳ । ସନ୍ଧ୍ୟା 7ଟା 30 ମିନିଟ ସମୟରେ ଏହି ମ୍ୟାଚ ଖେଳାଯିବ । ଉଭୟ ଦଳ ଚଳିତ ଆଇପିଏଲରେ 10ତମ ମ୍ୟାଚ ଖେଳିବାକୁ ଯାଉଛନ୍ତି । ଆଜି ଏକ ରୋମାଞ୍ଚକର ମୁକିବିଲା ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ- ରାଜସ୍ଥାନର ପ୍ଲେ ଅଫ ପଥ ପରିଷ୍କାର, 7 ଓ୍ବିକେଟରେ ହାରିଲା ଲକ୍ଷ୍ନୌ - IPL 2024

ଚଳିତ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଦଳ 9ଟି ମ୍ୟାଚ ଖେଳି 3ଟିରେ ବିଜୟୀ ହୋଇ 7ଟିରେ ପରାଜିତ ହୋଇ 6 ପଏଣ୍ଟ ସହ ନବମ ସ୍ଥାନରେ ରହିଛି । ପ୍ଲେ ଅଫରେ ପ୍ରବେଶ କରିବାକୁ ହେଲେ ଦଳକୁ ଆହୁରି 4ଟି ମ୍ୟାଚରେ ବିଜୟୀ ହେବାକୁ ପଡିବ । ତେଣୁ ପୂର୍ବ ତ୍ରୁଟିକୁ ସୁଧାରି ଦଳ ଆଜି ଭଲ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହୋଇଛି । ପୂର୍ବ ମ୍ୟାଚରେ ଦଳ ଦିଲ୍ଲୀକୁ ଭେଟିଥିଲା । 10 ରନରେ ପରାଜିତ ହୋଇଥିଲା ମୁମ୍ବାଇ । ଟପ ଅର୍ଡର ରନ କରିବାରେ ବିଫଳ ହୋଇଥିଲେ । ଫଳରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ତିଳ ବର୍ଣା ଓ ପାଣ୍ଡ୍ୟା ପାଳି ସମ୍ଭାଳିଥିଲେ । ରୋହିତ ଓ ତିଳକଙ୍କ ବ୍ୟାଟରୁ ଆଜି ଭଲ ରନ ଆସିବା ନେଇ ଆଶା କରାଯାଉଛି ।

ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଆଇପିଏଲରେ ବର୍ତ୍ତମାନ ସୁଦ୍ଧା 9ଟି ମ୍ୟାଚ ଖେଳି 5ଟିରେ ବିଜୟୀ ହୋଇଛି । 10 ପେଣ୍ଟ ସହ ଦଳ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି। ପ୍ଲେ ଅଫର ନିକଟତର ହେବାକୁ ଦଳ ଜୋରଦାର କସରତ ଚଳାଇଛି । ପୁଣି ବିଜୟ ଧାରାକୁ ଫେରିବାକୁ ବ୍ୟାକୁ ଅଛି ଲକ୍ଷ୍ନୌ । ପୂର୍ବ ମ୍ୟାଚରେ ରାଜସ୍ଥାନକୁ ଭେଟିଥିଲା ଲକ୍ଷ୍ନୌ । 7 ଓ୍ବିକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ରାଜସ୍ଥାନ ଠାରୁ ପରାସ୍ତ ହୋଇଥିଲା । କେଏଲ ରାହୁଲ ଓ ଦୀପକ ହୁଦା ଅର୍ଦ୍ଧଶତକ ହାସଲ କରିଥିଲେ । ଆଜିର ମ୍ୟାଚରେ ମଧ୍ୟ ପାଣ୍ଡ୍ୟା ବାହିନୀକୁ ଚେକ ଦେବାକୁ ରାହୁଲ ବାହିନୀ ପ୍ରସ୍ତୁତ । ଚଳିତ ସିଜିନରେ ଦୁଇ ଦଳର ପ୍ରଦର୍ଶନକୁ ଯଦି ଦେଖାଯାଏ ତେବେ ଲକ୍ଷ୍ନୌର ପଲ୍ଲା ଆଜି ଭାରି ରହିବା ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.