ETV Bharat / sports

ରାଜସ୍ଥାନର ପ୍ଲେ ଅଫ ପଥ ପରିଷ୍କାର, 7 ଓ୍ବିକେଟରେ ହାରିଲା ଲକ୍ଷ୍ନୌ - IPL 2024

author img

By ETV Bharat Odisha Team

Published : Apr 28, 2024, 8:58 AM IST

Etv Bharat
Etv Bharat

IPL 2024: ଲକ୍ଷ୍ନୌକୁ ହରାଇ ପ୍ଲେ ଅଫର ନିକଟତର ହେଲା ରାଜସ୍ଥାନ । ଆଇପିଏଲର 44ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସର ବିଜୟ । ସଞ୍ଜୁ ସାମସନ ଓ ଧ୍ରୂବ ଜୁରେଲଙ୍କ ଅର୍ଦ୍ଧଶତକ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଆଇପିଏଲର 44ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସର ଦମଦାର ବିଜୟ । ସଞ୍ଜୁ ସାମସନ ଓ ଧ୍ରୂବ ଜୁରେଲଙ୍କ ଧୂଆଁଧାର ବ୍ୟାଟିଂ ବଳରେ 7 ଓ୍ବିକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ହରାଇଲା ରାଜସ୍ଥାନ । 14 ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରାଜ କରୁଛି ଆରଆର । ନବମ ମ୍ୟାଚରେ ଅଷ୍ଟମ ମୁକାବିଲା ଜିତିବା ପରେ ଦଳର ପ୍ଲେ ଅଫର ପଥ ପରିଷ୍କାର ହୋଇଛି । ବିଫଳ ଗଲା କେଏଲ ରାହୁଲ ଓ ଦୀପକ ହୁଦାଙ୍କ ଲଢୁଆ ଅର୍ଦ୍ଧଶତକ । ଚତୁର୍ଥ ପରାଜୟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ଏଲଏସଜି ।

ଶନିବାର ସନ୍ଧ୍ୟା 7ଟା 30ରେ ଉତ୍ତରପ୍ରଦେଶର ଏକନା ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଲକ୍ଷ୍ନୌ । 20 ଓଭରରେ ଦଳ 5 ଓ୍ବିକେଟ ହରାଇ 196 ରନ କରିଥିଲା । ଡି କକ ଓ କେଏଲ ରାହୁଲ ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ । ମାତ୍ର 8 ରନ କରି ଡି କକ ଆଉଟ୍ ହୋଇଥିଲେ । କିନ୍ତୁ କେଏଲ ରାହୁଲଙ୍କୁ ଅଟକାଇବା ବିପକ୍ଷ ଦଳ ପାଖରେ ସହଜ ହୋଇନଥିଲା । ଷ୍ଟୋନିସ ଜିରୋରେ ଆଉଟ ହୋଇଥିଲେ ମଧ୍ୟ ଦୀପକ ଓ ରାହୁଲ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ରାହୁଲ 76 ଓ ଦୀପକ 50 ରନ କରିଥିବା ବେଳେ ଅନ୍ୟ କେହି ଖେଳାଳି 20 ରନ କରିବାକୁ ମଧ୍ୟ ସମର୍ଥ ହୋଇନଥିଲେ । ଲକ୍ଷ୍ନୌର ସନ୍ଦୀପ ଶର୍ମା2, ଅଶ୍ବିନୀ ଓ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-କୋଲକାତା-ପଞ୍ଜାବ ମ୍ୟାଚରେ ରେକର୍ଡ ବର୍ଷା, T20ରେ ଗୋଟିଏ ମ୍ୟାଚରେ ସର୍ବାଧିକ ଛକା - IPL 2024

197 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ରାଜସ୍ଥାନ । 19 ଓଭରରେ ଦଳ 3 ଓ୍ବିକେଟ ହରାଇ 199 ରନ କରି ବିଜୟୀ ହୋଇଥିଲା । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ଜୟସ୍ବାଲ ଓ ବଟଲର । 60 ରନରେ ଦଳ 2ଟି ଯାକ ଓପନରଙ୍କୁ ହରାଇଥିଲା । ଏହାପରେ ପାଳି ସମ୍ଭାଳିଥିଲେ ସଞ୍ଜୁ ସାମସନ । ତାଙ୍କୁ ସାଥ ଦେଉଥିବା ରିଯାନ ପରଗା 14 ରନରେ ଆଉଟ ହେବା ପରେ ଧ୍ରୂବ ଜୁରେଲ ବ୍ୟାଟିଂ କରିବାକୁ ଆସିଥିଲେ । ସଞ୍ଜୁ ଓ ଧ୍ରୂବ ଲଢୁଆ ବ୍ୟାଟିଂ କରି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । ଜୟସ୍ବାଲ 24, ବଟଲର 34, ସଞ୍ଚୁ ସାମସନ ଅପରାଜତ 71, ଧ୍ରୂବ 52 ରନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.