ETV Bharat / sports

କୋଲକାତା-ପଞ୍ଜାବ ମ୍ୟାଚରେ ରେକର୍ଡ ବର୍ଷା, T20ରେ ଗୋଟିଏ ମ୍ୟାଚରେ ସର୍ବାଧିକ ଛକା - IPL 2024

author img

By ETV Bharat Odisha Team

Published : Apr 27, 2024, 8:23 AM IST

Etv Bharat
Etv Bharat

IPL 2024: ପଞ୍ଜାବ ଓ କୋଲକାତା ମ୍ୟାଚରେ ଏକାଧିକ ରେକର୍ଡ ହୋଇଛି । ଗୋଟିଏ ମ୍ୟାଚରେ ସର୍ବାଧିକ ଛକା ସହ ଗୋଟିଏ ପାଳିରେ ସର୍ବାଧିକ ଛକା ରେକର୍ଡ ହୋଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଇପିଏଲରେ ପଞ୍ଜାବ କିଙ୍ଗ୍ସ-କୋଲକାତା ନାଇଟ ରାଇଡର୍ସ ମ୍ୟାଚରେ ରେକର୍ଡ ବର୍ଷା । ଟି 20ରେ ଗୋଟିଏ ମ୍ୟାଚରେ ସର୍ବାଧିକ ଛକା ସହ ଗୋଟିଏ ପାଳିରେ ସର୍ବାଧିକ ଛକା ମାଡ ହୋଇଛି । ବିଶାଳ ସ୍କୋର ପିଛା କରି ମ୍ୟାଚ ଜିତିବାରେ ମଧ୍ୟ ବିଶ୍ବ ରେକର୍ଡ କରିଛି ପଞ୍ଜାବ । ଚଳିତ ଆଇପିଏଲରେ ଗୋଟିଏ ପାଳିରେ 7ଥର 250ରୁ ଉର୍ଦ୍ଧ୍ବ ରନ ହୋଇଛି ।

ଟି 20 ଇତିହାସରେ ଗୋଟିଏ ମ୍ୟାଚରେ ସର୍ବାଧିକ ଛକା: ଆଇପିଏଲରେ କୋଲକତା ଓ ପଞ୍ଜାବ ବିପକ୍ଷ ମ୍ୟାଚରେ ସର୍ବାଧିକ ଛକା ମାଡ ହୋଇଛି । ଦୁଇ ଦଳର ଖେଳାଳି 42ଟି ଛକା ମାଡ କରିଛନ୍ତି । ପୂର୍ବରୁ ହାଇଦ୍ରାବାଦ ଓ ମୁମ୍ବାଇ ବିପକ୍ଷ ମ୍ୟାଚରେ ସର୍ବାଧିକ 38 ଛକା ହୋଇଥିଲା । ଟି 20 ସହ ଆଇପିଏଲ ଇତିହାସରେ ମଧ୍ୟ ଏହା ସର୍ବାଧିକ । କୋଲକାତା 20ଟି ଛକା ମାରିଥିବା ବେଳେ ପଞ୍ଜାବ 24 ଛକା ମାରିଥିଲା ।

ଗୋଟିଏ ପାଳିରେ ସର୍ବାଧିକ ଛକା: ଟି 20 ଓ ଆଇପିଏଲର ଗୋଟିଏ ପାଳିରେ ସର୍ବାଧିକ ଛକା ଏହି ମ୍ୟାଚରେ ହୋଇଛି । ପଞ୍ଜାବ ଟିମ ଗୋଟିଏ ପାଳିରେ 24 ଛକା ମାରି ଏହି ରେକର୍ଡ କରିଛି । ଏହି ରେକର୍ଡ ପୂର୍ବରୁ ହାଇଦ୍ରାବାଦ ନାମରେ ରହିଥିଲା । ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ 22 ଛକା ମାରିଥିଲା ଏସଆରଏଚ ।

ଏହା ମଧ୍ୟ ପଢନ୍ତୁ-ବେୟାରଷ୍ଟୋ- ଶଶାଙ୍କଙ୍କ ବିସ୍ଫୋରକ ବ୍ୟାଟିଂ, T-20 ଇତିହାସରେ ସର୍ବାଧିକ ରନ ଚେଜ୍ କଲା ପଞ୍ଜାବ - IPL 2024

ରନ ଚେଜରେ ରେକର୍ଡ: କୋଲକାତା ବିପକ୍ଷ ମ୍ୟାଚରେ ରନ ଚେଜରେ ରେକର୍ଡ କରିଛି ପଞ୍ଜାବ । ଟି 20 ଇତିହାସରେ 262 ରନ ଚେଜ କରି ବିଜୟୀ ହେବାରେ ପଞ୍ଜାବ ରେକର୍ଡ କରିଛି । ପୂର୍ବରୁ ଦକ୍ଷିଣ ଆଫ୍ରିକା ନାମରେ ଏହି ରେକର୍ଡ ରହିଥିଲା । 2023 ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ 4 ଓ୍ବିକେଟରେ 259 ରନ କରି ଦକ୍ଷିଣ ଆଫ୍ରିକା ଏହି ରେକର୍ଡ କରିଥିଲା ।

ଚଳିତ ଆଇପିଏଲରେ ଗୋଟିଏ ମ୍ୟାଚରେ ତୃତୀୟ ଥର ପାଇଁ ସର୍ବାଧିକ ରନ: ଆଇପିଏଲର 42 ତମ ମ୍ୟାଚରେ 20 ଓଭରରେ କେକେଆର 6 ଓ୍ବିକେଟ ହରାଇ 261 ରନ କରିଥିଲା । ପଞ୍ଜାବ 8 ବଲ ବାକି ଥାଇ 2 ଓ୍ବିକେଟ ହରାଇ 262 ରନ କରିଥିଲା । ଏହି ମ୍ୟାଚରେ ମୋଟ ରନ ହୋଇଥିଲା 542 । ଚଳିତ ଆଇପିଏଲରେ ଗୋଟିଏ ମ୍ୟାଚରେ ଏହା ତୃତୀୟ ସର୍ବାଧିକ ରନ । ହାଇଦ୍ରାବାଦ ଓ ଆରିସିବି ବିପକ୍ଷ ମ୍ୟାଚରେ ସର୍ବାଧିକ 549 ରନ ହୋଇଥିଲା । ହାଇଦ୍ରାବାଦ ମୁମ୍ବାଇ ମ୍ୟାଚରେ 523 ରନ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.