ETV Bharat / sports

ଆଜି କୋଲକାତା-ପଞ୍ଜାବ ମୁକାବିଲା, KKRକୁ ଚେକ ଦେବକି PBKS - IPL 2024

author img

By ETV Bharat Odisha Team

Published : Apr 26, 2024, 3:09 PM IST

Etv Bharat
Etv Bharat

IPL 2024: ଆଜି ଆଇପିଏଲରେ ରହିଛି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ । କେଲକାତାକୁ ହରାଇ ତୃତୀୟ ବିଜୟ ଲକ୍ଷ୍ୟରେ ପଞ୍ଜାବ । ଅଧିକ ପଢନ୍ତୁ

କୋଲକାତା: ଆଇପିଏଲରେ ଆଜି ରହିଛି 42 ତମ ମ୍ୟାଚ । ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ । ପୂର୍ବ ତ୍ରୁଟି ସୁଧାରି ତୃତୀୟ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ପଞ୍ଜାବ । ସେପଟେ ବିଜୟ ଧାରା ଜାରି ରଖି ଷଷ୍ଠ ବିଜୟ ହାସଲ କରିବାକୁ ପଞ୍ଜାବକୁ ଚେକ ଦେବାକୁ ପ୍ରସ୍ତୁତ ଆୟର ବାହିନୀ । ଆଜି ସନ୍ଧ୍ୟା 7ଟା 30ରେ କୋଲକାତାର ଇଡେନ ଗାର୍ଡେନରେ ଏହି ମ୍ୟାଚ ଖେଳାଯିବ । ଦୁଇ ଦଳ ମଧ୍ୟରେ ରୋମାଞ୍ଚକର ମୁକାବିଲା ଦେଖିବେ ଦର୍ଶକ । ପଞ୍ଜାବ ଆଇପିଏଲରେ ନବମ ମୁକାବିଲା ଓ କେକେଆର ଅଷ୍ଟମ ମୁକାବିଲା ଖେଳିବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ-ଫେଲ ମାରିଲେ SRH ଟପ୍ ଅର୍ଡର, ହାଇଦ୍ରାବାଦଠୁ ପ୍ରତିଶୋଧ ନେଲା ବେଙ୍ଗାଲୁରୁ - IPL 2024

ଚଳିତ ସିଜିନରେ ପଞ୍ଜାବର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ବର୍ତ୍ତମାନ ସୁଦ୍ଧା 8ଟି ମ୍ୟାଚ ଖେଳି 2ଟିରେ ବିଜୟୀ ହୋଇଥିବା ବେଳେ 6ଟିରେ ପରାଜିତ ହୋଇଛି । ଫଳରେ ମାତ୍ର 4 ପଏଣ୍ଟ ପାଇ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି ଦଳ । ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ହେଲେ ଆଜିର ମ୍ୟାଚରେ ଦଳକୁ ଜୋରଦାର ସଂଘର୍ଷ କରି ବିଜୟୀ ହେବାକୁ ପଡିବ । ଦଳରେ ବ୍ୟାଟିଂ ବିଭାଗ ଦୁର୍ବଳ ହୋଇପଡିଛି । ଶେଖର ଧାଓ୍ବନ ଆହତ ହୋଇଥିବାରୁ ଟପ ଅର୍ଡର ଫେଲ ମାରୁଛି । କିନ୍ତୁ ମିଡିଲ ଅର୍ଡରରେ ଥିବା ଖେଳାଳି ମାନେ ଦମଦାର ପ୍ରଦର୍ଶନ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପନ୍ତଙ୍କ ଧୂଆଁଧାର ବ୍ୟାଟିଂ, 4ରନରେ ଗୁଜୁରାଟକୁ ହରାଇଲା ଦିଲ୍ଲୀ - IPL 2024 ଼

ଅନ୍ୟପଟେ କୋଲକାତା ନାଇଟ ରାଇଡର୍ସର ପ୍ରଦର୍ଶନ ଚଳିତ ସିଜିନରେ ଭଲ ରହିଛି । ଦଳ 7ଟି ମ୍ୟାଚ ଖେଳି 5ଟିରେ ବିଜୟୀ ହୋଇ 10 ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ଏହି ସ୍ଥାନ ବଜାୟୀ ରଖିବାକୁ ଦଳ ଆଜିର ମ୍ୟାଚ ପାଇଁ ପ୍ରସ୍ତୁତ ରହିଛି । ଦଳର ଖେଳାଳି ମାନେ ଫର୍ମରେ ରହିଛନ୍ତି । ସୁନୀଲ ନାରାୟଣ ଚମତ୍କାର ବ୍ୟାଟିଂ କରୁଛନ୍ତି । ଆୟର ମଧ୍ୟ ଫର୍ମରେ ରହିଛନ୍ତି । କେକେଆରର ବୋଲିଂ ବିଭାଗ ମଧ୍ୟ ଭଲ ରହିଛି । ଘରୋଇ ଗ୍ରାଉଣ୍ଡରେ ଆଜି ମ୍ୟାଚ ହେବାକୁ ଥିବା ବେଳେ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ଚଳିତ ସିଜିନରେ ଦୁଇ ଦଳର ପ୍ରଦର୍ଶନକୁ ଦେଖିଲେ କୋଲକାତାର ପଲ୍ଲା ଆଜି ଭାରି ରହିବା ଆକଳନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.