ETV Bharat / sports

ଆଜି ଡବଲ ହେଡର ମ୍ୟାଚ; ଦିଲ୍ଲୀ-ମୁମ୍ବାଇ ମୁକାବିଲା, ରାଜସ୍ଥାନ-ଲକ୍ଷ୍ନୌ ଟକ୍କର - IPL 2024

author img

By ETV Bharat Odisha Team

Published : Apr 27, 2024, 12:54 PM IST

IPL 2024
IPL 2024

IPL 2024: ଆଜି ଆଇପିଏଲରେ ରହିଛି 2ଟି ମ୍ୟାଚ । ପ୍ରଥମେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ । ସନ୍ଧ୍ୟାରେ ରାଜସ୍ଥାନକୁ ଭେଟିବ ଲକ୍ଷ୍ନୌ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଇପିଏଲରରେ ଆଜି ରହିଛି ଡବଲ ହେଡର ମ୍ୟାଚ । 43 ତମ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । 44ତମ ମ୍ୟାଚ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବ । ବିଜୟ ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇବେ 4 ଦଳ । ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଦିଲ୍ଲୀ କ୍ୟାପିଟାଲ୍ସ ଓ ଏଲଏସଜି ପ୍ରସ୍ତୁତ । ଚଳିତ ସିଜିନରେ ଦ୍ବିତୀୟ ଥର ଲାଗି ପରସ୍ପରକୁ ଭେଟିବେ ଦୁଇ ଦଳ ।

IPL 2024
IPL 2024

ମୁମ୍ବାଇ ଠାରୁ ପ୍ରତିଶୋଧ ନେବ ଦିଲ୍ଲୀ: ଆଜି ଆପରାହ୍ନ 3ଟା 30ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଅରୁଣ ଜେଟଲି ଷ୍ଟାଡିମୟରେ ମ୍ୟାଚ ଖେଳାଯିବ । ଗତ ଏପ୍ରଲି 7 ତାରିଖରେ ଏହି ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯାଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ 29 ରନରେ ଋଷଭ ବାହିନୀକୁ ପରାସ୍ତ କରିଥିଲା । ତେଣୁ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଦିଲ୍ଲୀ କ୍ୟାପିଟାଲ୍ସ ଜୋରଦାର ପ୍ରସ୍ତୁତି କରିଛି । ଗତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ହୋଇଥିଲା । ତେଣୁ ଆଜିର ମ୍ୟାଚ ପାଇଁ ଦଳର ମନୋବଳ ଦୃଢ ରହିଛି । ଚଳିତ ସିଜିନରେ 9ଟି ମ୍ୟାଚ ଖେଳି 4ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି ଦିଲ୍ଲୀ । ମୁମ୍ବାଇ ଇଣ୍ଡିଆନ୍ସ କିନ୍ତୁ ନବମ ସ୍ଥାନରେ ରହିଛି । ଦଳ ଚଳିତ ସିଜିନରେ ନୈରାଶ୍ୟଜନକ ପ୍ରଦର୍ଶନ 9ଟି ମ୍ୟାଚରୁ ମାତ୍ର 3ଟିରେ ବିଜୟୀ ହୋଇଛି । ପୂର୍ବ ଭୁଲକୁ ସୁଧାରି ଆଜି ଭଲ ପ୍ରଦର୍ଶନ କରିବାକ ପ୍ରସ୍ତୁତ ପାଣ୍ଡ୍ୟା ବାହିନୀ । ରୋହିତ, ତିଳକ ଓ କିଷନ ଫର୍ମରେ ରହିଛନ୍ତି । ବୋଲିଂରେ ବୁମରାଙ୍କ ପ୍ରଦର୍ଶନ ଭଲ ରହିଛି । ଏହି ଦୁଇ ଦଳ ମଧ୍ୟରେ ଆଜି ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ-କୋଲକାତା-ପଞ୍ଜାବ ମ୍ୟାଚରେ ରେକର୍ଡ ବର୍ଷା, T20ରେ ଗୋଟିଏ ମ୍ୟାଚରେ ସର୍ବାଧିକ ଛକା - IPL 2024

ରାଜସ୍ଥାନଠୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ଲକ୍ଷ୍ନୌ: ସନ୍ଧ୍ୟା 7ଟାରେ ଉତ୍ତରପ୍ରଦେଶର ଏକନା ଷ୍ଟାଡିୟମରେ ରାଜସ୍ଥାନ ଓ ଲକ୍ଷ୍ନୌ ମଧ୍ୟରେ ମ୍ୟାଚ ଖେଳାଯିବ । ଚଳିତ ସିଜିନରେ ଦୁଇ ଦଳ ଦ୍ବିତୀୟ ଥର ଭେଟିବାକୁ ଯାଉଛନ୍ତି । ମାର୍ଚ୍ଚ 24 ତାରିଖରେ ଏହି ଦପଇ ଦଳ ପରସ୍ପରକୁ ଭେଟିଥିଲେ । କେଏଲ ରାହୁଲଙ୍କ ବାହିନୀକୁ 20 ରନରେ ହରାଇଥିଲା ସଞ୍ଜୁ ସାମସନଙ୍କ ବାହିନୀ । ପୂର୍ବ ମ୍ୟାଚର ପ୍ରତିଶୋଧ ନେବାକୁ ଲକ୍ଷ୍ନୌ ଜୋରଦାର ପ୍ରସ୍ତୁତି କରିଛି ।

ପ୍ଲେ ଅଫ ରାସ୍ତା କ୍ଲିୟର କରିବାକୁ ଲକ୍ଷ୍ୟ ରଖିଛି ରାଜସ୍ଥାନ: ଚଳିତ ସିଜିନରେ ରାଜସ୍ଥାନର ପ୍ରଦର୍ଶନ ଚମତ୍କାର ରହିଛି। ବୋଲିଂ ଓ ବ୍ୟାଟିରେ ଖେଳାଳି ମାନେ ଦମଦାର ପ୍ରଦର୍ଶନ କରୁଛନ୍ତି । 8ଟି ମ୍ୟାଚ ଖେଳି ଦଳ 7ଟିରେ ବିଜୟୀ ହୋଇ 14 ପଏଣ୍ଟ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି ଦଳ । ପଏଣ୍ଟ ଟେବୁଲରେ ଶିର୍ଷରେ ରହିଥିବା ରାଜସ୍ଥାନ ପ୍ଲେ ଅଫର ନିକଟ ତର ହେବାକୁ ଲକ୍ଷ୍ନୌକୁ ଚେକ ଦେବାକୁ ପ୍ରସ୍ତୁତ । ଅନ୍ୟପଟେ ଲକ୍ଷ୍ନୌ 8ଟି ମ୍ୟାଚ ଖେଳି 5ଟିରେ ବିଜୟୀ ହୋଇ 10 ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି । ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିବାକୁ ଲକ୍ଷ୍ନୌ ପ୍ରସ୍ତୁତି କରିଛି । ସନ୍ଧ୍ୟାରେ ଏକ ରୋମାଞ୍ଚକର ମୁକାବିଲା ଦେଖିବେ ଦର୍ଶକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.