ETV Bharat / sports

T-20 ବିଶ୍ବକପ: କାଲି ଘୋଷଣା ହେବ ଭାରତୀୟ ଦଳ, ଆଜି ଚୟନକର୍ତ୍ତାଙ୍କ ବୈଠକ - T20 world cup

author img

By ETV Bharat Odisha Team

Published : Apr 30, 2024, 12:25 PM IST

T20 world cup
T20 world cup

T20 World Cup: T20 ବିଶ୍ବକପ ଦଳ ଚୟନ ପାଇଁ ଆଜି ବସିବ ଚୟନକର୍ତ୍ତାଙ୍କ ବୈଠକ । ଆସନ୍ତାକାଲି ଘୋଷଣା ହେବ ଭାରତୀୟ ଦଳ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଇସିସି T20 ବିଶ୍ବକପ ପାଇଁ ଖୁବଶୀଘ୍ର ଘୋଷଣା ହେବ ଭାରତୀୟ ଦଳ । ଆଜି ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଚୟନକର୍ତ୍ତା କମିଟିର ଏକ ବୈଠକ ବସିବ । ବୈଠକରେ ଟୁର୍ଣ୍ଣାମେଣ୍ଟ ପାଇଁ କାହାକୁ ଦଳରେ ସ୍ଥାନ ଦିଆୟିବ ସେନେଇ ନିଷ୍ପତ୍ତି ନିଆଯିବ । ଚୁଡାନ୍ତ ନିଷ୍ପତ୍ତି ପରେ ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ଅନୁମୋଦନ ପାଇଁ ପଠାଯିବ । ଏହାପରେ ଆସନ୍ତାକାଲି ବିସିସିଆଇ ପକ୍ଷରୁ 15 ଜଣିଆ ଭାରତୀୟ ସ୍କ୍ବାର୍ଡ ଘୋଷଣା କରାଯିବ। ଅହମ୍ମଦାବାଦରେ ଏହି ବୈଠକ ବସିବ । ବୈଠକରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଚୟନ ଓ ଦ୍ବିତୀୟ ଓ୍ବିକେଟ କିପର ଭାବେ ଦଳ କାହାକୁ ବାଛିବ । ଟି 20 ବିଶ୍ବକପକୁ ଆଉ ମାତ୍ର 32 ଦିନ ବାକି ରହିଥିବା ବେଳେ ଦଳ ଘୋଷଣା କରିବାର ଶେଷ ତାରିଖ ମେ 1 ତାରିଖ ରହିଛି ।

ଏହା ମଧ୍ଯ ପଢନ୍ତୁ-T-20 ବିଶ୍ବକପ: ପ୍ରଥମ ଦଳ ଭାବେ 15ଜଣିଆ ସ୍କ୍ବାର୍ଡ ଘୋଷଣା କଲା ନ୍ୟୁଜିଲାଣ୍ଡ; ୱିଲିୟମସନ କ୍ୟାପଟେନ୍, ଫେରିଲେ ବୋଲ୍ଟ - T20 World Cup 2024

କିଛି ଦିନ ହେବ ଦଳ ଚୟନକୁ ନେଇ ଚର୍ଚ୍ଚା ଲାଗି ରହିଛି। ବରିଷ୍ଠ ଖେଳାଳି ମାନେ ସାମ୍ଭାବ୍ୟ ଦଳ ମଧ୍ୟ ଘୋଷଣା କରୁଛନ୍ତି । ତେବେ ଖୁବ ଶୀଘ୍ର ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି । କାହାକୁ ଚୟନକର୍ତ୍ତା ଦଳ ଟି 20 ବିଶ୍ବକପ ଖେଳିବାକୁ ସୁଯୋଗ ଦେଉଛି ଓ କିଏ ବାଦ ପଡୁଛି ତା ଉପରେ ସମସ୍ତଙ୍କ ନଜର ରହିଛି । ଦୁର୍ଘଟଣାରୁ ସୁସ୍ଥ ହୋଇ ଫେରିବା ପରେ ଆଇପିଏଲରେ ଋଷଭ ପନ୍ତଙ୍କ ପ୍ରଦର୍ଶନ ଭଲ ରହିଛି । କିପିଂ ଓ ବ୍ୟାଟିଂରେ ଫର୍ମରେ ରହିଛନ୍ତି । ତେଣୁ ଆସନ୍ତା ଟି 20 ବିଶ୍ବକପ ପାଇଁ ପ୍ରଥମ ଓ୍ବିକେଟ କିପର ଭାବେ ଦଳରେ ତାଙ୍କୁ ସ୍ଥାନ ଦିଆଯିବା ନେଇ ଚର୍ଚ୍ଚା ହେଉଛି । ସେହିପରି ଦ୍ବିତୀୟ ଓ୍ବିକେଟ କିପର ଭାବେ ଦଳ କାହାକୁ ଚୟନ କରିବ ତାହାକୁ ନେଇ ଦ୍ବନ୍ଦ ରହିଛି । କେଏଲ ରାହୁଲ ଓ ସଞ୍ଜୁ ସାମସନଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯିବ ।

ଅନ୍ୟପଟେ ଦଳରେ ରୋହିତ ଶର୍ମା, ବିରାଟ କୋହଲି, ଜୟସ୍ବାଲ, ବୁମରା, ସୂର୍ଯ୍ୟକୁମାର ଓ ରବିନ୍ଦ୍ର ଜାଡେଜା ସ୍ଥାନ ଦିଆଯିବା ନେଇ ଏକ ପ୍ରକାର ନିଶ୍ଚିତ ରହିଛି । ଟି 20ରେ ସୂର୍ଯ୍ୟଙ୍କ ପ୍ରଦର୍ଶନ ଚମତ୍କାର ରହିଚି । ଆଇପିଏଲରେ ଏହି ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ଭଲ ରହିଛି । ଅତିରିକ୍ତ ଭାବେ ଶବୁମନ ଗିଲ, ତିଳକ ବର୍ମା, ଅଭେଶ ଖାନ ଭାରତୀୟ ଦଳ ସହ ଯାତ୍ରା କରିପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.