ETV Bharat / politics

‘ଧର୍ମ ଆଧାରରେ ମୁସଲମାନଙ୍କୁ କୌଣସି ସଂରକ୍ଷଣ ମିଳିବନି’ - Reservation to Muslims

author img

By ETV Bharat Odisha Team

Published : May 1, 2024, 7:31 AM IST

‘ଧର୍ମ ଆଧାରରେ ମୁସଲମାନଙ୍କୁ କୌଣସି ସଂରକ୍ଷଣ ମିଳିବନି’
‘ଧର୍ମ ଆଧାରରେ ମୁସଲମାନଙ୍କୁ କୌଣସି ସଂରକ୍ଷଣ ମିଳିବନି’

PM Modi Says No Reservation to Muslims on the Basis of Religion: କଂଗ୍ରେସ ଓ ‘ଇଣ୍ଡିଆ’ ମେଣ୍ଟ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ, ଧର୍ମ ଆଧାରରେ ସଂରକ୍ଷଣ ମିଳିପାରିବ ନାହିଁ । ଏସସି-ଏସଟି ଓ ଓବିସି ବର୍ଗର ଅଧିକାର ସହ ହେବନି କୌଣସି ବୁଝାମଣା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଏବେ ଦେଶରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପର ବଡ ମୁଦ୍ଦା ଭାବେ ସାମ୍ନାକୁ ଆସିଛି ସଂଖ୍ୟାଲଘୁଙ୍କ ସଂରକ୍ଷଣ ପ୍ରସଙ୍ଗ । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧା ବିରୋଧୀ କଂଗ୍ରେସ ଓ ଏହାର ନେତୃତ୍ବୀଧୀନ ‘ଇଣ୍ଡିଆ’ ମେଣ୍ଟକୁ ଟାର୍ଗେଟ କରିଛନ୍ତି । ବିରୋଧୀମାନେ ଭୋଟବ୍ୟାଙ୍କ ରାଜନୀତି କରୁଛନ୍ତି । ଦେଶରେ କେବେ ହେଲେ ଧର୍ମ ଆଧାରରେ ମୁସଲିମଙ୍କୁ ସଂରକ୍ଷଣ ପ୍ରଦାନ କରାଯାଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ‘ଭାରତୀୟ ଜନତା ପାର୍ଟି’ ସରକାର କେବେହେଲେ ଦେଶରେ ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ଅଧିକାରକୁ ପ୍ରଭାବିତ ହେବାକୁ ଦେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଗତକାଲି (ମଙ୍ଗଳବାର) ତେଲେଙ୍ଗାନାର ମେଡକରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ସଂଖ୍ୟାଲଘୁ ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ଏହାର ନେତୃତ୍ବାଧୀନ ଜାତୀୟ ମେଣ୍ଟ ‘ଇଣ୍ଡିଆ’ ଉପରେ ବର୍ଷିଥିଲେ । ଦୀର୍ଘ ଦଶନ୍ଧିର ଶାସନରେ କଂଗ୍ରେସ ଦେଶକୁ ଦୁର୍ନୀତି ମଧ୍ୟକୁ ଠେଲି ଦେଇଥିଲା । ଏବେ ଗତ 10ବର୍ଷ ମଧ୍ୟରେ ଦେଶବାସୀ ଉନ୍ନତି ଓ ପ୍ରଗତି ଦେଖିଛନ୍ତି । ନିର୍ବାଚନ ଜିତିବା ପାଇଁ ବିରୋଧୀ 5ସୂତ୍ର ନିୟମ କାର୍ଯ୍ୟକାରୀ କରିଛନ୍ତି । ଦୁର୍ନୀତି, ମିଛ, ଭୋଟବ୍ୟାଙ୍କ ରାଜନୀତି, ପରିବାରବାଦ ରାଜନୀତି ଓ ମାଫିଆଗିରିକୁ ନେଇ ସେମାନେ କ୍ଷମତା ହାସଲ କରିବାକୁ ଚାହାନ୍ତି । କଂଗ୍ରେସ ଦେଶକୁ ପୂର୍ବଧାରାକୁ ନେବାକୁ ଉଦ୍ଦେଶ୍ୟ ରଖିଛି । ବର୍ତ୍ତମାନ ସମୟରେ ଜନତାଙ୍କୁ ଏହି 5ସୂତ୍ରରୁ ଦୂରରେ ରହିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଅଶ୍ଳୀଳ ଭିଡିଓ ମାମଲା: କର୍ଣ୍ଣାଟକ ସରକାରଙ୍କୁ ଶାହଙ୍କ ଟାର୍ଗେଟ, ବେଟି ବଚାଓ କୁଆଡେ ଗଲା କହି ଘେରିଲେ ତେଜସ୍ବୀ - Amit Shah On Karnataka Sex Scandal

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିର୍ବାଚନୀ ପ୍ରକ୍ରିୟା ମଧ୍ୟରେ କଂଗ୍ରେସଶାସିତ କର୍ଣ୍ଣାଟକରେ ରାଜ୍ୟ ସରକାର ରାଜ୍ୟର ସମସ୍ତ ମୁସଲିମ ବର୍ଗକୁ ଓବିସି ମାନ୍ୟତା ପ୍ରଦାନ କରିଛନ୍ତି । ଯାହାକୁ ନେଇ ବିବାଦ ଜାରି ରହିଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ଓ ଭାରତୀୟ ଜନତା ପାର୍ଟି କଂଗ୍ରେସ ଉପରେ ବର୍ଷିଥିଲେ । ଏହା କେବଳ ଭୋଟବ୍ୟାଙ୍କ ପାଇଁ ତୁଷ୍ଟୀକରଣ ରାଜନୀତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କଂଗ୍ରେସର ନିର୍ବାଚନୀ ଘୋଷଣାପତ୍ରକୁ ‘ମୁସଲିମ ଲିଗ’ର ବିଚାରାଧାରାର ପ୍ରତିଫଳନ ବୋଲି କହି ସମାଲୋଚନା କରିଥିଲେ । କୌଣସି ଧର୍ମ ଆଧାରରେ ସଂରକ୍ଷଣ ସ୍ଥିର କରାଯାଇପାରିବ ନାହିଁ ବୋଲି ବିଜେପି ପୂର୍ବରୁ ମଧ୍ୟ ଏକାଧିକ ଥର କହିଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.