ETV Bharat / bharat

ଅଶ୍ଳୀଳ ଭିଡିଓ ମାମଲା: କର୍ଣ୍ଣାଟକ ସରକାରଙ୍କୁ ଶାହଙ୍କ ଟାର୍ଗେଟ, ବେଟି ବଚାଓ କୁଆଡେ ଗଲା କହି ଘେରିଲେ ତେଜସ୍ବୀ - Amit Shah On Karnataka Sex Scandal

author img

By ETV Bharat Odisha Team

Published : Apr 30, 2024, 7:20 PM IST

କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲାରେ ଗୃହମନ୍ତ୍ରୀଙ୍କ କଂଗ୍ରେସ ସରକାରଙ୍କୁ ପ୍ରଶ୍ନ, ବେଟି ବଚାଓ କୁଆଡେ ଗଲା କହି ଘେରିଲେ ତେଜସ୍ବୀ
କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲାରେ ଗୃହମନ୍ତ୍ରୀଙ୍କ କଂଗ୍ରେସ ସରକାରଙ୍କୁ ପ୍ରଶ୍ନ, ବେଟି ବଚାଓ କୁଆଡେ ଗଲା କହି ଘେରିଲେ ତେଜସ୍ବୀ

Karnataka Sex Scandal : କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲାରେ ଗୃହମନ୍ତ୍ରୀ ଅମିତ ଶାହ କର୍ଣ୍ଣାଟକରେ କାହାର ସରକାର ଅଛି ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ବିଜେପି ଅଭିଯୁକ୍ତକୁ ଜର୍ମାନୀକୁ ଖସି ପଳାଇବାରେ ସାହାଯ୍ୟ କରୁଛି ବୋଲି ଟାର୍ଗେଟ କଲେ ତେଜସ୍ବୀ ଯାଦବ । ଅଧିକ ପଢନ୍ତୁ

ଗୌହାଟୀ: ବହୁଚର୍ଚ୍ଚିତ କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ବିରୁଦ୍ଧରେ ମୁହଁ ଖୋଲିଲେ ଗୃହମନ୍ତ୍ରୀ ଅମିତ ଶାହ । ଆଜି ଆସାମର ଗୌହାଟୀରେ ଜେଡିଏସ ସାଂସଦ ପ୍ରଜ୍ଜଳ ରେବନ୍ନା ସାମିଲ ଥିବା ଏହି ସ୍କାଣ୍ଡାଲକୁ ଦୃଢ଼ ନିନ୍ଦା କରିଛନ୍ତି ଗୃହମନ୍ତ୍ରୀ । ବିଜେପି କଦାପି ମହିଳାମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନାକୁ ସହ୍ୟ କରିବ ନାହିଁ । ଏହି ଶୋଷଣ ବିରୋଧ ମାମଲାରେ କର୍ଣ୍ଣାଟକରେ କଂଗ୍ରେସ ସରକାର କାହିଁକି ପ୍ରଜ୍ଜଳ ରେବନ୍ନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହି ମାମଲାକୁ ନେଇ ବିରୋଧୀ ଇଣ୍ଡିଆ ମେଣ୍ଟ ଏନଡିଏ ଗଠବନ୍ଧନକୁ କଡା ସମାଲୋଚନା କରିବା ସହିତ ଆରଜେଡି ନେତା ତେଜସ୍ବୀ ପ୍ରସାଦ ଯାଦବ ଦୁଷ୍କର୍ମକାରୀମାନଙ୍କୁ କେନ୍ଦ୍ର ସରକାର ସୁରକ୍ଷା ଦେଉଛି ବୋଲି ଅଭିଯୋଗ କରିଛନ୍ତି । ଆପତ୍ତିଜନକ ଭିଡିଓ ଭାଇରାଲ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡାଙ୍କ ନାତି ତଥା ସାଂସଦ ପ୍ରଜ୍ଜଳ ରେବନ୍ନା ଏଥର ହାସନ ଲୋକସଭା ଆସନରୁ ବିଜେପି-ଜେଡିଏସ ମେଣ୍ଟ ସାଂସଦ ପ୍ରାର୍ଥୀ ଭାବେ ଲଢୁଥିଲେ । ଏହାରି ମଧ୍ୟରେ ପ୍ରଜ୍ଜଳ ରେବନ୍ନାଙ୍କୁ ଦଳରୁ ନିଷ୍କାସିତ କରିଛି ଜେଡିଏସ ।

ଏହା ମଧ୍ୟ ପଢନ୍ତୁ... ଆପତ୍ତିଜନକ ଭିଡିଓ ମାମଲା, ପ୍ରଜ୍ଜଳ ରେବନ୍ନା JDSରୁ ନିଲମ୍ବିତ - Prajwal Revanna

ଗୌହାଟୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଗୃହମନ୍ତ୍ରୀ ଶାହ କହିଛନ୍ତି, "ମିଡିଆରେ ପ୍ରସାରିତ ହେଉଥିବା ଏହି ମାମଲା ଅତ୍ୟନ୍ତ କଷ୍ଟଦାୟକ ଓ ଏହାକୁ କୌଣସି ପ୍ରକାରେ ବରଦାସ୍ତ ମଧ୍ୟ କରାଯିବ ନାହିଁ । ବିଜେପିର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ । ଆମେ ମାତୃ ଓ ନାରୀ ଶକ୍ତିର କୌଣସି ପ୍ରକାରର ଅପମାନକୁ ବରଦାସ୍ତ କରିବୁ ନାହିଁ ।" ତେବେ କଂଗ୍ରେସ ଏନଡିଏ ସହଯୋଗୀ ପ୍ରାର୍ଥୀଙ୍କ ସମ୍ପୃକ୍ତି ଅଭିଯୋଗ କରିଛି ମାତ୍ର ସେ ରାଜ୍ୟରେ (କର୍ଣ୍ଣାଟକ) କାହାର ସରକାର ଅଛି ବୋଲି ପ୍ରଶ୍ନ କରିଛନ୍ତି ଗୃହମନ୍ତ୍ରୀ । ଶାହ ଆହୁରି ମଧ୍ୟ କହିଛନ୍ତି, " କର୍ଣ୍ଣାଟକରେ କଂଗ୍ରେସ କ୍ଷମତାରେ ଅଛି ଏବଂ ଏହି ପ୍ରସଙ୍ଗ ନିଶ୍ଚିତ ଭାବରେ ସେମାନଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏପର୍ଯ୍ୟନ୍ତ ଏହା ଉପରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଆଇନ ଶୃଙ୍ଖଳା ବ୍ୟବସ୍ଥା ଏକ ରାଜ୍ୟ କ୍ଷମତା ପ୍ରସଙ୍ଗ ହୋଇଥିବାରୁ ଆମେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବୁ ନାହିଁ । "

ଅନ୍ୟପକ୍ଷେ ଆରଜେଡି ନେତା ତେଜସ୍ବୀ ପ୍ରସାଦ ଯାଦବ ଏହି ସେକ୍ସ ସ୍କାଣ୍ଡାଲକୁ ନେଇ ବିଜେପି ଉପରେ ଆକ୍ରମଣ କରି କହିଛନ୍ତି ଯେ ବିଜେପି ଦୁଷ୍କର୍ମକାରୀମାନଙ୍କୁ ସୁରକ୍ଷା ପ୍ରଦାନ କରୁଛି ଓ ସେମାନଙ୍କୁ ଫେରାର ହେବାରେ ସାହାର୍ଯ୍ୟ କରୁଛି । ବିଜେପିର ଶୀର୍ଷ ନେତୃତ୍ବଙ୍କ ଉପରେ ବର୍ଷି ତେଜସ୍ବୀ କହିଛନ୍ତି ଯେ , " କାହିଁକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ଉପରେ ଅସ୍ବାଭାବିକ ନିରବତା ଅବଲମ୍ବନ କରୁଛନ୍ତି । କେନ୍ଦ୍ରର ବିଜେପି ସରକାର ଅଭିଯୁକ୍ତ (ପ୍ରଜ୍ଜଳ ରେବନ୍ନା)କୁ ଜର୍ମାନୀକୁ ଖସି ପଳାଇବାରେ ସାହାଯ୍ୟ କରିଛନ୍ତି । ଅଭିଯୁକ୍ତ ଜଣକ ପ୍ରାୟ ୨୫୦୦ ଜଣ ମହିଳାଙ୍କୁ ଶାରୀରିକ ଶୋଷଣ ମାମଲାରେ ସାମିଲ ଅଛନ୍ତି ।" ବିଜେପି ନେତାମାନଙ୍କ ବେଟି ବଚାଓ ବେଟି ପଢାଓ ସ୍ଲୋଗାନ କୁଆଡ୍ ଗଲା ବୋଲି ପ୍ରଶ୍ନ କରିଛନ୍ତି ତେଜସ୍ବୀ ।

ଅମିତ ଶାହ ଦେଇଥିବା ମନ୍ତବ୍ୟ ଉପରେ ତେଜସ୍ବୀ ପ୍ରତିକ୍ରିୟା ରଖି କହିଛନ୍ତି, "ଅମିତ ଶାହଙ୍କ ମନ୍ତବ୍ୟ ଇଣ୍ଡିଆ ମେଣ୍ଟର ବିଜୟକୁ ସୂଚାଉଛି । ତେବେ ବିଜେପି ନେତାମାନେ ନିଜର ପରାଜୟ ସ୍ବୀକାର କରିଛନ୍ତି । ଲୋକସଭା ନିର୍ବାଚନର ଆଗାମୀ ପର୍ଯ୍ୟାୟରେ ବିଜେପି ଶୋଚନୀୟ ଭାବେ ପରାଜିତ ହେବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.