ETV Bharat / politics

ଦିଲ୍ଲୀରେ AAP ସହ ମେଣ୍ଟ କାରଣରୁ କଂଗ୍ରେସ ଛାଡିଲେ ଦୁଇ ପର୍ଯ୍ୟବେକ୍ଷକ - 2024 election

author img

By ETV Bharat Odisha Team

Published : May 1, 2024, 2:08 PM IST

ଦିଲ୍ଲୀରେ AAP ସହ ମେଣ୍ଟ କାରଣରୁ କଂଗ୍ରେସ ଛାଡିଲେ ଦୁଇ ପର୍ଯ୍ୟବେକ୍ଷକ
ଦିଲ୍ଲୀରେ AAP ସହ ମେଣ୍ଟ କାରଣରୁ କଂଗ୍ରେସ ଛାଡିଲେ ଦୁଇ ପର୍ଯ୍ୟବେକ୍ଷକ

2 Delhi Congress Leaders Quit Party Over AAP Alliance: ଆପ ସହ ମେଣ୍ଟ କାରଣରୁ କଂଗ୍ରେସ ଛାଡିଲେ ଦୁଇ ପୂର୍ବତନ ବିଧାୟକ । ଉଭୟଙ୍କୁ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥିଲା ଦଳ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମିଳିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ନେତୃତ୍ବ ନେଉଛି । ଦଳ ବିଭିନ୍ନ ରାଜ୍ୟରେ ସହଯୋଗୀ ଦଳଙ୍କ ସହ ଆସନ ବୁଝାମଣାରେ ନିର୍ବାଚନ ଲଢୁଛି । ମାତ୍ର ଦିଲ୍ଲୀରେ କ୍ଷମତାରେ ଥିବା ‘ଆମ ଆଦମୀ ପାର୍ଟି’ ସହ ମେଣ୍ଟ କରିବାରୁ ଦୁଇ ଜଣ ବରିଷ୍ଠ ନେତା କଂଗ୍ରେସ ଛାଡିଛନ୍ତି । ଉଭୟ ଇସ୍ତଫା ଦେଇଥିବା ନେତା ଚଳିତ ନିର୍ବାଚନରେ ଦୁଇଟି ଲୋକସଭା ଆସନରେ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବରେ ଥିଲେ । ନିରଜ ବାସୋୟା ଓ ନାସିବ ସିଂ ଆଜି ପୃଥକ ପୃଥକ ଭାବେ ସେମାନଙ୍କ ଇସ୍ତଫାପତ୍ର ଦଳୀୟ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇ ଦେଇଛନ୍ତି ।

ନିରଜ ବାସାୟା ଜଣେ ପୂର୍ବତନ କଂଗ୍ରେସ ବଧାୟକ । ସେ ଚଳିତ ନିର୍ବାଚନରେ ଦିଲ୍ଲୀ-ପଶ୍ଚିମ ସଂସଦୀୟ ଆସନର ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିଲେ । ତେବେ ଦିଲ୍ଲୀରେ ଦଳ ଆମ ଆଦମୀ ପାର୍ଟି ସହ ମେଣ୍ଟ କରିବାରୁ ସେ ଇସ୍ତଫା ଦେଉଥିବା ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି । ସେ ଏହି ମେଣ୍ଟ କାରଣରୁ କଂଗ୍ରେସ ସହ ଆଗକୁ ବଢିପାରିବେ ନାହିଁ ବୋଲି ଅନୁଭବ କରିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରିଥିବା କହିଛନ୍ତି ।

ସେହିପରି ଦଳ ଛାଡିଥିବା ଅନ୍ୟତମ ନେତା ହେଉଛନ୍ତି ନସିବ ସିଂ । ସେ ମଧ୍ୟ ଜଣେ ପୂର୍ବତନ ବିଧାୟକ । ଚଳିତଥର ଦଳ ତାଙ୍କୁ ମଧ୍ୟ ନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଥିଲା । ସେ ଉତ୍ତର-ପଶ୍ଚିମ ଦିଲ୍ଲୀ ସଂସଦୀୟ ଆସନରେ ପର୍ଯ୍ୟବେକ୍ଷକ ଥିଲେ । ସମାନ କାରଣ ଦର୍ଶାଇ ସେ ମଧ୍ୟ ଦଳ ଛାଡିଛନ୍ତି । ଇସ୍ତଫା ପାଇଁ ସେ ମଧ୍ୟ ଆମ ଆଦମୀ ପାର୍ଟି ସହ ମେଣ୍ଟକୁ ଦାୟୀ କରିଛନ୍ତି । ସେ ନିକଟରେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ହୋଇଥିବା ଦେବିନ୍ଦର ଯାଦବଙ୍କ ନିଯୁକ୍ତିକୁ ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- କଣ୍ଟାବାଞ୍ଜିରୁ ନାମାଙ୍କନ ଭରିଲେ ସାଲୁଜା ଓ ଲକ୍ଷ୍ମଣ ବାଗ, କାଲି ନବୀନଙ୍କ ପାଳି - Odisha Assembly Election 2024

କଂଗ୍ରେସକୁ ଆସନ ନଛାଡିବା ପାଇଁ ଜିଦରେ ଅଟଳ ଥିଲା ଆମ ଆଦମୀ ପାର୍ଟି । ପରେ ଅବଶ୍ୟ ଉଭୟ ଦଳ ମଧ୍ୟରେ ବୁଝମଣା ହେବା ସମ୍ଭବ ହୋଇଥିଲା । ଏବେ ଅରବିନ୍ଦ କେଜ୍ରିଓ୍ବାଲ ଜେଲରେ ଥିବା ବେଳେ ତାଙ୍କ ପତ୍ନୀ ସୁନିତା ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଜାରି ରଖିଛନ୍ତି । କଂଗ୍ରେସ ଏକାଧିକ ରାଜ୍ୟରେ ବିରୋଧୀ ଦଳଙ୍କ ସହ ବୁଝାମଣାରେ ନିର୍ବାଚନ ଲଢୁଛି । ହେଲେ ଦଳର ସ୍ଥିତି ଦେଖି ଅଧିକ ଆସନ ଛାଡିବା ପାଇଁ କେହି ରାଜି ହୋଇନାହାନ୍ତି । ଏପରିକି ମମତା ବାନାର୍ଜୀ ମେଣ୍ଟରେ ଥିଲେ ସୁଦ୍ଧା ବଙ୍ଗରେ ଏକାକୀ ସମସ୍ତ ଆସନରେ ନିର୍ବାଚନ ଲଢୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.