ETV Bharat / politics

କଣ୍ଟାବାଞ୍ଜିରୁ ନାମାଙ୍କନ ଭରିଲେ ସାଲୁଜା ଓ ଲକ୍ଷ୍ମଣ ବାଗ, କାଲି ନବୀନଙ୍କ ପାଳି - Odisha Assembly Election 2024

author img

By ETV Bharat Odisha Team

Published : May 1, 2024, 11:40 AM IST

Etv Bharat
Etv Bharat

Kantabanji Congress and BJP files nomination: କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ଓ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ । ଅଧିକ ପଢନ୍ତୁ

କଣ୍ଟାବାଞ୍ଜିରୁ ନାମାଙ୍କନ ଭରିଲେ ସାଲୁଜା ଓ ଲକ୍ଷ୍ମଣ ବାଗ

ବଲାଙ୍ଗୀର: ଚର୍ଚ୍ଚିତ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନାମାଙ୍କନ ଭରିରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ । ମଙ୍ଗଳବାର ବର୍ତ୍ତମାନର କଣ୍ଟାବାଞ୍ଜି ବିଧାୟକ ତଥା କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ଏବଂ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଦୁଇ ଦଳ ପ୍ରାର୍ଥୀ ହଜାର ହଜାର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଥିବାର ଦେଖିବାକୁ ମିଳିଛି । ଚଳିତ ନିର୍ବାଚନରେ କଣ୍ଟାବାଞ୍ଜି ଆସନରେ ଜୋରଦାର ଲଢେଇ ହେବ । କାରଣ ଏଠି ଖୋଦ୍ ବିଜେପି ସୁପ୍ରିମୋ ନବୀନଙ୍କ ସହ ମୁହାଁମୁହିଁ ହେବେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ।

କଂଗ୍ରେସ ପ୍ରାର୍ଥୀ ବିଧାୟକ ସନ୍ତୋଷ ସିଂହ ସାଲୁଜା ନିଜର ହଜାର ହଜାର ସମର୍ଥକ ଓ କର୍ମୀଙ୍କ ସହ ଟିଟିଲାଗଡରେ ଏକ ବିରାଟ ଶୋଭାଯାତ୍ରା କରିଥିଲେ । ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ଭାବରେ ସାଲୁଜା କଂଗ୍ରେସ ଟକ୍କର ଦେବେ । ନାମାଙ୍କନ ଭରିବା ଅବସରରେ ସାଲୁଜା କହିଛନ୍ତି ଯେ, ୨୪ ବର୍ଷର ଶାସନ ପରେ ଆଜି ବି କଣ୍ଟାବାଞ୍ଜି ବିକାଶର ବହୁ ଦୂରରେ ରହିଛି । ସରକାର ନିଜେ ଏହି ଅଞ୍ଚଳକୁ ଦାଦନ ଗଡ଼ ଭାବରେ ନାଁ ଦେଇଛନ୍ତି । ଏଠି ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ ଓ ନିଯୁକ୍ତି ନଥିବା ବେଳେ ଲୋକେ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଏଠାକୁ ଆସି ପ୍ରଚାର କରନ୍ତୁ ଓ ଦେଖନ୍ତୁ ଲୋକଙ୍କ କ'ଣ ଅବସ୍ଥା ରହିଛି । ଲୋକ ବିଜେଡି ସରକାରର ଏହି ମିଛ ଜାଣିସାରିଛନ୍ତି । ତେଣୁ ତାଙ୍କୁ ବିପୁଳ ଭୋଟ ଦେଇ ଜୟଯୁକ୍ତ କରାଇବେ ବୋଲି କହିଛନ୍ତି ସାଲୁଜା ।

ସେପଟେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ମଧ୍ୟ ନାମାଙ୍କନ ଭରିବା ପରେ କଣ୍ଟାବାଞ୍ଜିରେ ଏକ ବିଶାଳ ବିଜୟ ସଂକଳ୍ପ ଯାତ୍ରା କରିଛନ୍ତି । ଏଥିରେ ବିଜେପି ସାଂସଦ ପ୍ରାର୍ଥିନୀ ସଂଗୀତା ସିଂହଦେଓ ଏବଂ ଜିଲ୍ଲା ସଭାପତି ଶିବାଜି ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ । କଣ୍ଟାବାଞ୍ଜିରେ ଆଜି ଯାଏ ରାଜ୍ୟ ସରକାର କୌଣସି ବିକାଶ କରିନଥିବା ବିଜେପି ପ୍ରାର୍ଥୀ ଅଭିଯୋଗ କରିବା ସହ ମୋଦି ଗ୍ୟାରେଣ୍ଟି ଓ ବିଜେପି ତଥା ତାଙ୍କର ଏଜେଣ୍ଡା ଓ ପ୍ରତିଶ୍ରୁତି ଉପସ୍ଥିତ ଲୋକଙ୍କୁ ଜଣାଇଥିଲେ ।

ସାଂସଦ ପ୍ରାର୍ଥିନୀ ସଂଗୀତା ସିଂହଦେଓ କହିଛନ୍ତି ଯେ, ଆଜିର ଏହି ସଂକଳ୍ପ ଯାତ୍ରା ବେଶ୍ ସଫଳ ହୋଇଥିବା ବେଳେ ବହୁମାତ୍ରାରେ ଜଣସାଧାରଣ ସାମିଲ ହୋଇଥିଲେ । ଯାହାର ଅର୍ଥ ଜନସାଧାରଣ ଆଗକୁ ପରିବର୍ତ୍ତନ ଆଣିବେ ଓ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିବେ । ସେହିପରି ଏଠି ବିଜେପି ସରକାର ନିକଟରେ ୱାଗନ କାରଖାନା କରିବା ପାଇଁ ପଦକ୍ଷେପ ନେଇଛନ୍ତି ଏବଂ ଆଗକୁ ବିଜେପି ସରକାର ଆସିଲେ କଣ୍ଟାବାଞ୍ଜିର ସର୍ବାଙ୍ଗୀନ ଉନ୍ନତି ହେବ ବୋଲି ସେ କହିଛନ୍ତି ।

ଚଳିତ ନିର୍ବାଚନରେ ବେଶ୍ ଚର୍ଚ୍ଚାରେ ରହିଛି ବଲାଙ୍ଗୀରର କଣ୍ଟାବାଞ୍ଜି ଆସନ । କାରଣ ଏଥର ଏଠୁ ନିର୍ବାଚନକୁ ଓହ୍ଲାଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କୁ ଟକ୍କର ଦେବେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ଓ ବିଜେପିରୁ ଲକ୍ଷ୍ମଣ ବାଗ୍ । ବିଶେଷକରି ଏହି ଆସନରେ ସାଲୁଜା ଓ ନବୀନଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ତେବେ ଉଭୟ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନିଜର ବିଜୟକୁ ନେଇ ଆଶାବାଦୀ ଅଛନ୍ତି । ସେପଟେ ଆସନ୍ତାକାଲି (ଗୁରୁବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠି ନାମାଙ୍କନ ଭରିବାର ସୂଚନା ରହିଛି । ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.