ETV Bharat / international

କାମ୍ବୋଡିଆ ମିଲିଟାରୀ ବେସରେ ଭୟଙ୍କର ବିସ୍ଫୋରଣ, 20 ସୈନିକ ମୃତ - CAMBODIAN SOLDIERS KILLED

author img

By ETV Bharat Odisha Team

Published : Apr 27, 2024, 10:32 PM IST

20 Cambodian soldiers killed
20 Cambodian soldiers killed

20 Cambodian soldiers killed: କାମ୍ବୋଡିଆରେ ମିଲିଟାରୀ ବେସରେ ବଡ଼ ଧରଣର ବିସ୍ଫୋରଣ । ଅକାଳରେ ଆଖି ବୁଜିଲେ 20 ସେନାଧିକାରୀ । ଅନେକ ଆହତ ସୂଚନା । ଅଧିକ ପଢନ୍ତୁ

ନୋମ ପେହ୍ନ: ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର କାମ୍ବୋଡିଆରେ ମିଲିଟାରୀ ବେସରେ ଭୟଙ୍କର ବିସ୍ଫୋରଣ । ଅସ୍ତ୍ରଶସ୍ତ୍ରରେ ବ୍ୟବହୃତ ବିସ୍ଫୋଟକ ସାମଗ୍ରୀରେ ହଠାତ ବିସ୍ଫୋରଣ ହେବା ପରେ 20 ଜଣ ସେନା ଅଧିକାରୀ ଆଖି ବୁଜିଛନ୍ତି । ଏହାସହିତ ଅନେକ ସେନା ଆହତ ହୋଇଥିବା ସୂଚନା ମିଳିଛି । ଏନେଇ କାମ୍ବୋଡିଆ ପ୍ରଧାନମନ୍ତ୍ରୀ ହୁନ୍‌ ମାନେଟ୍‌ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସ୍ପୁ ପ୍ରାନ୍ତ ମିଲିଟାରୀ ବେସରେ ଏହି ଅଭାବନୀୟ ଘଟଣା ଘଟିଥିବା ସେ କହିଛନ୍ତି । ଏହି ବଡ଼ଧରଣର ବିସ୍ଫୋରଣ କିପରି ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି ।

ପ୍ରଧାନମନ୍ତ୍ରୀ ମାନେଟ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ଶନିବାର ଦ୍ବିପ୍ରହରରେ କମ୍ପୋଗ ସ୍ପୁ ଅଞ୍ଚଳରେ ଥିବା ସେନା କ୍ୟାମ୍ପରେ ବିସ୍ଫୋରଣ ହୋଇଛି । ମିଲିଟାରୀ ବେସର ଗୋଳାବାରୁଦ ବିସ୍ଫୋରଣରେ 20 ଜଣ ସୈନିକଙ୍କ ମୃତ୍ୟୁ ଘଟିଛି ଓ ଅନେକ ଆହତ ହୋଇଛନ୍ତି । ଆହତ ସୈନ୍ୟଙ୍କ ଚିକିତ୍ସା ଜାରି ରହିଛି । ଏହି ଖବର ମିଳିବା ପରେ ତାଙ୍କୁ ଝଟକା ଲାଗିଥିବା ସେ କହିଛନ୍ତି । ଏବେ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିନାହିଁ । ଏହାସହିତ ପ୍ରଧାନମନ୍ତ୍ରୀ ମାନେଟ ମୃତ ସୈନିକଙ୍କ ଶୋକସନ୍ତପ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

କାମ୍ବୋଡିଆରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି:- ଆମ ଦେଶ ଭାରତର ଅନେକ ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସେହିପରି କାମ୍ବୋଡିଆରେ ମଧ୍ୟ ପ୍ରବଳ ତାତି ଅନୁଭୂତ ହେଉଛି । ଆଉ ଯେଉଁ ଅଞ୍ଚଳରେ ମିଲିଟାରୀ ବେସରେ ଏହି ବିସ୍ଫୋରଣ ଘଟିଛି, ସେଠାରେ ଆଜି ଦିନ ତାପମାତ୍ରା ପ୍ରାୟ 39 ଡିଗ୍ରୀ ସେଲସିୟସ (102 ଡିଗ୍ରୀ ଫାରେନହାଇଟ) ରହିଥିଲା । କିନ୍ତୁ ଉଚ୍ଚ ତାପମାତ୍ରା ଗୋଳାବାରୁଦ ବିସ୍ଫୋରଣର କାରଣ ହୋଇନପାରେ, କିନ୍ତୁ ଏହା ସମୟାନୁକ୍ରମେ ଗୋଳାବାରୁଦ ଗୁଡ଼ିକର ସ୍ଥିରତାକୁ ହ୍ରାସ କରିଥାଏ । ଫଳରେ କୌଣସି ଛୋଟ ବିସ୍ଫୋରକରେ ନିଆଁ ଲାଗି ଏଭଳି ବଡ଼ ଧରଣର ବିସ୍ଫୋରଣ ହୋଇପାରେ ବୋଲି ଆକଳନ କରାଯାଉଛି । ମାତ୍ର ଯାଞ୍ଚ ପରେ ପ୍ରକୃତ କାରଣ ଜଣାପଡ଼ିବ ।

ଏହା ବି ପଢନ୍ତୁ- Suicide Blast: ପାକିସ୍ତାନରେ ପୁଣି ଆତ୍ମଘାତୀ ବିସ୍ଫୋରଣ, 9 ଯବାନ ମୃତ

ଅନ୍ୟପଟେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ ହୁନ ମାନେଟ ସମ୍ପର୍କରେ ଆଲୋଚନା କଲେ, ୱେଷ୍ଟ ପଏଣ୍ଟରେ ଥିବା ୟୁଏସ୍ ମିଲିଟାରୀ ଏକାଡେମୀର ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ମାନେଟ । ତାଙ୍କ ପିତା ହୁନ୍ ସେନଙ୍କ ଉତ୍ତରାଧିକାରୀ ହେଉଛନ୍ତି ମାନେଟ୍‌ । କାମ୍ବୋଡିଆ ପ୍ରଧାନମନ୍ତ୍ରୀ ଭାବରେ ସେ ମନୋନିତ ହେବାର କିଛି ସମୟ ପୂର୍ବରୁ ତାଙ୍କୁ 4 ଷ୍ଟାର ଜେନେରାଲ୍ ଭାବରେ ପଦୋନ୍ନତି ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.