ETV Bharat / international

Suicide Blast: ପାକିସ୍ତାନରେ ପୁଣି ଆତ୍ମଘାତୀ ବିସ୍ଫୋରଣ, 9 ଯବାନ ମୃତ

author img

By ETV Bharat Odisha Team

Published : Sep 1, 2023, 6:57 AM IST

Updated : Sep 1, 2023, 7:17 AM IST

ପାକିସ୍ତାନର ଖାଇବର ପଖତୁନଖ୍ବା ଅଞ୍ଚଳରେ ଆତ୍ମଘାତୀ ବିସ୍ଫୋରଣ । ପାକ୍ ସେନାର 9 ଯବାନ ମୃତ । ଅଧିକ ପଢନ୍ତୁ

ପାକିସ୍ତାନରେ ପୁଣି ଆତ୍ମଘାତୀ ବିସ୍ଫୋରଣ
ପାକିସ୍ତାନରେ ପୁଣି ଆତ୍ମଘାତୀ ବିସ୍ଫୋରଣ

ଇସଲାମବାଦ: ପୁଣି ବିସ୍ଫୋରଣରେ ଥରିଲା ପାକିସ୍ତାନ । ପାକ୍‌ର ଖାଇବର ପଖତୁନଖ୍ବା ଅଞ୍ଚଳରେ ଗୁରୁବାର ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏଥିରେ ପାକିସ୍ତାନ ସେନାର ୯ ଜଣ ଯବାନଙ୍କ ମୃତ୍ୟୁ ଘଟିଛି ଏବଂ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି । ଯାହା ସୂଚନା ମିଳିଛି, ମାଲି ଖେଲର ବନ୍ନୁ ଡିଭିଜନରେ ଗତକାଲି ଜଣେ ଆତ୍ମଘାତୀ ଆକ୍ରମଣକାରୀ ମୋଟର ସାଇକେଲରେ ଆସି ସୁରକ୍ଷା ବାହିନୀର କନଭୟକୁ ଧକ୍କା ଦେବାରୁ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଫଳରେ ଅତିକମରେ ୯ ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଆକ୍ରମଣ ପଛରେ କେଉଁ ଆତଙ୍କୀ ସଂଗଠନର ହାତ ଅଛି ତାହା ଏ ଯାଏଁ ଜଣାପଡିନି ।

  • Heartbroken by the loss of 9 valiant soldiers in Bannu Division, KPK, to a cowardly terrorist act that injured many. Such acts are utterly reprehensible. My thoughts are with the families of the martyred and injured. 🇵🇰 stands resolute against such terror.

    — Anwaar ul Haq Kakar (@anwaar_kakar) August 31, 2023 " class="align-text-top noRightClick twitterSection" data=" ">

ମାସକ ଭିତରେ ଖାଇବର ପଖତୁନଖ୍ବା ଅଞ୍ଚଳରେ ଆତ୍ମଘାତୀ ବିସ୍ଫୋରଣର ଏହା ଦ୍ବିତୀୟ ଘଟଣା । ଏନେଇ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱର ଉଲ୍ ହକ୍ କାକର୍ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ X(ପୂର୍ବର ଟ୍ବିଟର)ରେ ମୃତ ଯବାନ ଓ ଆହତଙ୍କ ପରିବାର ବର୍ଗ ପ୍ରତି ସମବେଦନା ଜଣାଇ ଲେଖିଛନ୍ତି, ବନ୍ନୁ ଡିଭିଜନରେ ଆତଙ୍କବାଦୀ ଆକ୍ରମଣରେ ୯ ବୀର ସୈନିକଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ । ଏଥିରେ ଅନେକ ଆହତ ହୋଇଛନ୍ତି । ଏହିଭଳି ଆତଙ୍କୀ କାର୍ଯ୍ୟକଳାପ ନିନ୍ଦନୀୟ । ପାକିସ୍ତାନ ଏପରି ଆତଙ୍କବାଦକୁ ଦୃଢ ଭାବରେ ନିନ୍ଦା କରୁଛି ।

ଏହାମଧ୍ୟ ପଢନ୍ତୁ: Bomb Blast: ପାକିସ୍ତାନରେ ଭୟଙ୍କର ବୋମା ବିସ୍ଫୋରଣ, ୧୧ ଶ୍ରମିକ ମୃତ

ପ୍ରକାଶ ଥାଉକି, ପୂର୍ବରୁ ଗତ ଜୁଲାଇ ୩୦ ତାରିଖରେ ଖାଇବର ପଖତୁନଖ୍ବାର ବାଜୁଲ ଜିଲ୍ଲାରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଜମିୟତ ଉଲେମା-ଇ-ଇସଲାମ ଫଜଲ (JUI-F)ର ରାଜନୈତିକ ସଭାରେ ଏହାର ନେତା ଓ କର୍ମୀଙ୍କୁ ଟାର୍ଗେଟ କରି ଭୟଙ୍କର ଆକ୍ରମଣ କରାଯାଇଥିଲା । ଅପରାହ୍ନ ୨ଟା JUI-Fର ରାଲି ଆରମ୍ଭ ହୋଇଥିଲା । ଏଥିରେ ଦଳର ୪୦୦ରୁ ଅଧିକ ଲୋକ ସାମିଲ ହୋଇଥିଲେ । ଠିକ୍ ଦୁଇ ଘଣ୍ଟା ପରେ ହଠାତ୍ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା ଏବଂ ୬୩ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ୧୧୧ରୁ ଅଧିକ ଗୁରୁତର ଆହତ ହୋଇଥିଲେ । ଏହି ଆକ୍ରମଣ ପଛରେ ଇସଲାମିକ ଷ୍ଟେଟ ଗ୍ରୁପ(ISI)ର ହାତ ଥିଲା ।

ଏହି ଘଟଣାକୁ ଦିନ କେଇଟା ପରେ ଉତ୍ତର ୱାଜିରିସ୍ତାନରେ ବୋମା ବିସ୍ଫୋରଣ ହୋଇ ୧୧ ଜଣ ଶ୍ରମିକଙ୍କ ଜୀବନ ଯାଇଥିଲା । ଶ୍ରମିକମାନେ ଗୋଟିଏ ଭ୍ୟାନରେ ଯାଉଥିବା ବେଳେ ଗାଡିରେ ହିଁ ବିସ୍ଫୋରଣ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ପାକିସ୍ତାନରେ ରାଜନୈତିକ ସଭାରେ ବିସ୍ଫୋରଣ: 44 ମୃତ, 100ରୁ ଊର୍ଦ୍ଧ୍ବ ଆହତ

Last Updated :Sep 1, 2023, 7:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.