ETV Bharat / international

ପାକିସ୍ତାନରେ ରାଜନୈତିକ ସଭାରେ ବିସ୍ଫୋରଣ: 44 ମୃତ, 100ରୁ ଊର୍ଦ୍ଧ୍ବ ଆହତ

author img

By

Published : Jul 30, 2023, 7:41 PM IST

Updated : Jul 31, 2023, 8:17 AM IST

ପାକିସ୍ତାନର ଖାଇବର ପଖତୁନଖୱା ପ୍ରଦେଶରେ ଏକ ରାଜନୈତିକ ସଭାରେ ଶକ୍ତିଶାଳୀ ବିସ୍ଫୋରଣ । 44 ଜଣଙ୍କ ମୃତ୍ୟୁ ସୂଚନା, ଅନେକ ଆହତ । ଅଧିକ ପଢନ୍ତୁ

ପାକିସ୍ତାନରେ ରାଜନୈତିକ ସଭାରେ ବିସ୍ଫୋରଣ: 20 ମୃତ, 50ରୁ ଅଧିକ ଆହତ
ପାକିସ୍ତାନରେ ରାଜନୈତିକ ସଭାରେ ବିସ୍ଫୋରଣ: 20 ମୃତ, 50ରୁ ଅଧିକ ଆହତ

ହାଇଦ୍ରାବାଦ: ପାକିସ୍ତାନର ଏକ ରାଜନୈତିକ ସଭାରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି । ଏଥିରେ ପ୍ରାୟ 44 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 100ରୁ ଊର୍ଦ୍ଧ୍ବ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି(ରବିବାର) ପାକିସ୍ତାନର ଖାଇବର ପଖତୁନଖୱା ପ୍ରଦେଶରେ ଏକ ଇସଲାମୀୟ ରାଜନୈତିକ ଦଳର ସଭାସ୍ଥଳରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରିନି । ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ଏକ ଆତଙ୍କୀ ଆକ୍ରମଣ ହୋଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ସେପରି କିଛି ଔପଚାରିକ ସୂଚନା ପାକିସ୍ତାନ ସରକାରଙ୍କ ପକ୍ଷରୁ ଦିଆଯାଇନାହିଁ ।

ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଜାମିଆତ ଉଲେମା-ଏ-ଇସଲାମ-ଫୈଜଲ୍ (JUI-F) ନାମକ ଏକ ରାଜନୈତିକ ଦଳ ଦ୍ବାରା ଆୟୋଜିତ ଏହି ସମ୍ମିଳନୀରେ ବିସ୍ଫୋରଣ ଘଟିଛି । ସଭାରେ ହଜାର ହଜାର ଲୋକେ ଉପସ୍ଥିତ ଥିବା ବେଳେ ହଠାତ ବିସ୍ଫୋରଣ ହୋଇଥିଲା । ପରେ ଲୋକଙ୍କ ମଧ୍ୟରେ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା । ଲୋକେ ଜୀବନ ବଞ୍ଚାଇବା ପାଇଁ ସଭାସ୍ଥଳରୁ ଦୌଡ଼ିବାକୁ ଲାଗିଥିଲେ ।

ପୋଲିସ ଓ ମେଡିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଥିଲେ । ଏବେ ସୁଦ୍ଧା ପ୍ରାୟ 44 ଜଣଙ୍କ ପ୍ରାଣହାନୀ ହୋଇଥିବା ସୂଚନା ମିଳିଛି । 100ରୁ ଊର୍ଦ୍ଧ୍ବ ଲୋକ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଅଞ୍ଚଳର ଏକାଧିକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଏକାଧିକ ଗୁରୁତର ମଧ୍ୟ ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା ମଧ୍ୟ ରହିଛି । ପୋଲିସ ସମଗ୍ର ସଭାସ୍ଥଳକୁ କର୍ଡନ କରି ତଦନ୍ତ ଆରମ୍ଭ କରିଛି । ସମଗ୍ର ସହରରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ବିସ୍ଫୋରଣର କାରଣ ସମ୍ପର୍କରେ ଏସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରିନି ।

ଏହା ମଧ୍ୟ ପଢନ୍ତୁ:-ଋଷିଆ ଉପରେ ୟୁକ୍ରେନର ଡ୍ରୋନ ଆଟାକ୍: ବନ୍ଦ ହେଲା ମସ୍କୋ ଏୟାରପୋର୍ଟ

ସର୍ବଦା ରାଜନୈତିକ ଅସ୍ଥିରତା ମଧ୍ୟରେ ରହୁଥିବା ପାକିସ୍ତାନରେ ଅନେକ ସମୟରେ ଆକ୍ରମଣ ଓ ବିସ୍ଫୋରଣର ଖବର ଆସିଥାଏ । ଗତବର୍ଷ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବର୍ତ୍ତମାନ ସରକାରଙ୍କ ତୀବ୍ର ସମାଲୋଚକ ଇମ୍ରାନ ଖାନଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ହୋଇଥିଲା । ଇମ୍ରାନ ନିଜ ଦଳର ଏକ କାର୍ଯ୍ୟକ୍ରମରେ ରୋଡ ସୋ’ କରୁଥିବା ବେଳେ ତାଙ୍କୁ ଜଣେ ଯୁବକ ଗୁଳି ଚଳାଇଥିଲା । ଅଳ୍ପକେ ବର୍ତ୍ତି ଯାଇଥିବା ଇମ୍ରାନ । ତେବେ ପାକିସ୍ତାନ ସରକାର ଓ ସେନା ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ସେ ଅଭିଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 31, 2023, 8:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.