ETV Bharat / international

କାନାଡା ପ୍ରଧାନମନ୍ତ୍ରୀଙ୍କ ଖଲିସ୍ତାନୀ ପ୍ରେମ, ଖଲସା ଡେ’ ପାଳନରେ ହେଲେ ସାମିଲ - Khalsa day

author img

By ETV Bharat Odisha Team

Published : Apr 29, 2024, 4:10 PM IST

ଖଲସା ଡେ’ ପାଳନରେ ସାମିଲ ହେଲେ କାନାଡା ପ୍ରଧାନମନ୍ତ୍ରୀ, ଲାଗିଲା ଖଲିସ୍ତାନୀ ସମର୍ଥିତ ନାରା
ଖଲସା ଡେ’ ପାଳନରେ ସାମିଲ ହେଲେ କାନାଡା ପ୍ରଧାନମନ୍ତ୍ରୀ, ଲାଗିଲା ଖଲିସ୍ତାନୀ ସମର୍ଥିତ ନାରା

Khalsa Day Celebration: କାନାଡା ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଲାଗିଲା ଖଲିସ୍ତାନୀ ସମର୍ଥିତ ନାରା । ପାଳନ କରାଯାଉଥିଲା ଖଲସା ଡେ’ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜି କାନାଡା ରାଜଧାନୀ ଟରାଣ୍ଟୋରେ ଶିଖର ଧର୍ମର ଖଲସା ଦିବସ ପାଳନ କରାଯାଇଛି । ଏଥିରେ ସେଠାରେ ଥିବା ଶିଖ ଧର୍ମାବଲମ୍ବୀଙ୍କ ସହ ସାମିଲ ହୋଇଛନ୍ତି ସ୍ଥାନୀୟ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଟ୍ରୁଡୋ ମୁଣ୍ଡରେ ଏକ ନାରଙ୍ଗୀ କପଡା ବାନ୍ଧି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାନାଡାର ବିରୋଧୀ ଦଳ ନେତା ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ହେଲେ ଏଥିରେ ଖଲିସ୍ତାନୀ ସପକ୍ଷବାଦୀ ନାରା ଲାଗିଥିବା ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମ ସମ୍ପର୍କରେ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଟ୍ରୁଡୋ ଭାଷଣ ଦେବା ସମୟରେ ତଳେ ଥିବା ଲୋକେ ଖଲିସ୍ତାନୀ ସମର୍ଥିତ ବୟାନବାଜୀ (ଖଲିସ୍ତାନ ଜିନ୍ଦାବାଦ) ନାରା ଦେଇଥିଲେ ।

ପୂର୍ବରୁ ଏହି ଖଲିସ୍ତାନ ପ୍ରସଙ୍ଗରେ ଭାରତ-କାନାଡା ମଧ୍ୟରେ ସମ୍ପର୍କ ତିକ୍ତତାପୂର୍ଣ୍ଣ ହୋଇଥିଲା । ଯାହା ଏବେ ସୁଦ୍ଧା ମଧ୍ୟ ସ୍ବାଭାବିକ ହୋଇନି । ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜାରର ହତ୍ୟାରେ କାନାଡା ଭାରତର ସମ୍ପୃକ୍ତି ନେଇ ଅଭିଯୋଗ କରିଥିଲା । ଏପରିକି ନିଜେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଜି20 ସମ୍ମିଳନୀରେ ଅଂଶଗ୍ରହଣ କରି ଭାରତରୁ ଫେରିବା ପରେ ସିଧା ଏହି ଅଭିଯୋଗ ଆଣିଥିଲେ । ଏହାକୁ ନେଇ ନୂଆଦିଲ୍ଲୀ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଥିଲା । ଏପରିକି ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସେବା ମଧ୍ୟ ପ୍ରଭାବିତ ହୋଇଥିଲା । ଭିସା ସେବା ସାମୟିକ ବନ୍ଦ କରିଥିଲା ଭାରତ । ପରେ ଅବଶ୍ୟ ଏହି ସେବାକୁ ପୁନଃକାର୍ଯ୍ୟକ୍ଷମ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :- ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ, ମେ 25ରେ ପଡ଼ିବ ଭୋଟ୍ - sixth phase lok sabha election

ଏହା ମଧ୍ୟ ପଢନ୍ତୁ :- ହେମନ୍ତ ସୋରେନ ମାମଲାରେ ସୁପ୍ରିମକୋର୍ଟଙ୍କ ନୋଟିସ, ଇଡିକୁ କୋର୍ଟରେ ଦେବାକୁ ହେବ ଜବାବ - Hemant Sorens interim bail

କାନାଡାରେ ବହୁ ଖଲିସ୍ତାନୀ ନେତା ଓ ଭାରତ ବିରୋଧୀ ଆତ୍ମଗୋପନ କରିଛନ୍ତି । କାନାଡା ପୂର୍ବରୁ ଏହି ଖଲିସ୍ତାନୀ ଆତଙ୍କୀଙ୍କୁ ପୃଷ୍ଠପୋଷକତା କରିଆସୁଥିବା ଅଭିଯୋଗ ହୋଇଆସିଛି । ଏକାଧିକ ଖଲିସ୍ତାନୀ ଆତଙ୍କବାଦୀ ଓ ପଞ୍ଜାବର କିଛି ଚର୍ଚ୍ଚିତ ମାଫିଆ ଓ ଗ୍ୟାଙ୍ଗଷ୍ଟାର ମଧ୍ୟ କାନାଡାରେ ଆତ୍ମଗୋପନ କରିଛନ୍ତି । ସେମାନଙ୍କ ବିରୋଧରେ ଭାରତୀୟ ଏଜେନ୍ସି ନିୟମିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରତ୍ୟାର୍ପଣ କରିବାକୁ ପ୍ରକ୍ରିୟା ଜାରି ରଖିଛି । ଏହାରି ମଧ୍ୟରେ ଆଜି ଖଲସା ଦିବସ ପାଳନରେ ମଧ୍ୟ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଂଶଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.