ETV Bharat / bharat

ହେମନ୍ତ ସୋରେନ ମାମଲାରେ ସୁପ୍ରିମକୋର୍ଟଙ୍କ ନୋଟିସ, ଇଡିକୁ କୋର୍ଟରେ ଦେବାକୁ ହେବ ଜବାବ - Hemant Sorens interim bail

author img

By ETV Bharat Odisha Team

Published : Apr 29, 2024, 2:10 PM IST

Hemant Soren
Hemant Soren

Hemant Sorens interim bail: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅନ୍ତରୀଣ ଜାମିନ ଆବେଦନକୁ ନେଇ ଇଡିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ । ଏବେ ଜେଲରୁ ବାହାରିପାରିବେନି ସୋରେନ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜାମିନ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ହାଇକୋର୍ଟଙ୍କ ଆବେଦନ ଉପରେ ରାୟ ପ୍ରଦାନରେ ବିଳମ୍ବକୁ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରାଯାଇଥିଲା । ଶୁଣାଣି ସମୟରେ ସୋରେନଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଇଡିକୁ ନୋଟିସ ଜାରି କରିଛନ୍ତି । ଇଡି କୋର୍ଟରେ ଉତ୍ତର ଦେବାକୁ ବାଧ୍ୟ ବୋଲି କୁହାଯାଇଛି ।

ପ୍ରକାଶଥାଉକି, ହେମନ୍ତ ସୋରେନ ଅନ୍ତରୀଣ ଜାମିନ୍ ମାଗିଥିଲେ । ବର୍ତ୍ତମାନ ସୁପ୍ରିମକୋର୍ଟ ଇଡିକୁ ନୋଟିସ କରିଥିବା ବେଳେ ଏହାର ଉତ୍ତର 6 ତାରିଖ ସୁଦ୍ଧା ହଦେବା ପାଇଁ କୁହାଯାଇଛି । ଆସନ୍ତା ମେ 6 ତାରିଖ ଦିନ କୋର୍ଟ ଏହି ମାମଲାର ଶୁଣାଣି କରିବେ । ଜଷ୍ଟିସ ସଞ୍ଜିବ ଖାନ୍ନା ଏବଂ ଦୀପଙ୍କର ଦତ୍ତ ଆଜି ଜେଏମଏମ ନେତାଙ୍କ ପିଟିସନର ଶୁଣାଣି କରିଥିଲେ । ଜମି ମାମଲାରେ ଗିରଫ ହୋଇଥିବା ହେମନ୍ତ ସୋରେନ କହିଛନ୍ତି,ନିର୍ବାଚନ ସମୟରେ ଦଳର ପ୍ରଚାର କରିବା ପାଇଁ ତାଙ୍କର ବାହାରକୁ ଆସିବା ଜରୁରୀ ।

ତେବେ ମାମଲାର ଶୁଣାଣି କରିବା ସମୟରେ ହେମନ୍ତ ସୋରେନ କହିଛନ୍ତି, ଗତ ଦୁଇ ମାସ ଧରି ଗିରଫଦାରୀ ବିରୋଧରେ ତାଙ୍କ ଆବେଦନ ଉପରେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ହାଇକୋର୍ଟ ଏହାର ନିଷ୍ପତ୍ତି ନେବା ଉଚିତ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ 6 ତାରିଖ ଧାର୍ଯ୍ୟ କରାଯାଇଛି । ପ୍ରକାଶଥାଉକି, ହେମନ୍ତ ସୋରେନ ଗିରଫ ହେବା ପରେ ହାଇକୋର୍ଟରେ ଏକ ଆବେଦନ କରିଥିଲେ । ଫେବୃଆରୀ 28 ରେ ଶୁଣାଣି ଶେଷ କରିବା ପରେ କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଏସ ଚନ୍ଦ୍ରଶେଖର ଏବଂ ଜଷ୍ଟିସ ନବନୀତ କୁମାରଙ୍କ ବେଞ୍ଚ ରାୟ ସଂରକ୍ଷିତ ରଖିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

ଏହା ମଧ୍ୟ ପଢନ୍ତୁ: ହେମନ୍ତଙ୍କୁ କୋର୍ଟ ଝଟ୍‌କା, ଦାଦାଙ୍କ ଅନ୍ତିମ ସଂସ୍କାରରେ ହେବେନି ସାମିଲ - Hemant Soren interim bail

ପ୍ରକାଶଥାଉକି, ଗତ 27 ତାରିଖରେ ହେମନ୍ତ ସୋରେନଙ୍କୁ ସ୍ୱତନ୍ତ୍ର PMLA କୋର୍ଟରୁ ଝଟକା ଲାଗିଥିଲା । ରାଞ୍ଚିର ସ୍ୱତନ୍ତ୍ର PMLA କୋର୍ଟ ଜମି ଘୋଟାଲା ମାମଲାରେ ଅନ୍ତରୀଣ ଜାମିନ ଆବେଦନ ଖାରଜ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଜ ଦାଦାଙ୍କର ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ଅନ୍ତରୀଣ ଜାମିନ ଆବେଦନ କରିଥିଲେ । 13 ଦିନ ପାଇଁ ଅନ୍ତରୀଣ ଜାମିନ ଆବେଦନ କରିଥିବା ବେଳେ ଶୁଣାଣି ସମୟରେ ଖାରଜ କରିଦେଇଥିଲେ କୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.