ETV Bharat / international

ବିମାନ ଶୌଚାଳୟରେ ଫଟୋଗ୍ରାଫି, ଏବେ ଜେଲ୍‌ରେ ପେଶିବ ଚକି - American airlines

author img

By ETV Bharat Odisha Team

Published : Apr 27, 2024, 1:00 PM IST

AMERICAN AIRLINES
AMERICAN AIRLINES

Flight Attendant Record Video In Bathroom: ଆମେରିକାନ୍ ଏୟାରଲାଇନ୍ସର ଶୌଚାଳୟରେ ଫଟୋଗ୍ରାଫି କରୁଥିଲେ ବିମାନ କର୍ମଚାରୀ । ଆଉ ତାପରେ...

ହାଇଦ୍ରାବାଦ: ଆମେରିକାନ୍ ଏୟାରଲାଇନ୍ସରେ ଅଭାବନୀୟ ଘଟଣା । ବିମାନ କର୍ମଚାରୀଙ୍କ ଅଜବ କାରନାମା । ବିମାନ ଶୌଚାଳୟରେ ଉଠାଉଥିଲେ ନାବାଳିକାଙ୍କ ଫଟୋ । ଅଭିଯୋଗ ପରେ ଗୁରୁବାର ଦିନ ଜଣେ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ତେବେ ବିମାନ କର୍ମଚାରୀ ଜଣଙ୍କ ଏହା ପୂର୍ବରୁ ଶୌଚାଳୟ ବ୍ୟବହାର କରିଥିବା ଅନ୍ୟ ଚାରିଜଣ ଯୁବତୀଙ୍କ ଫଟୋ ଉଠାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା ।

ଯୌନ ଶୋଷଣ ଏବଂ ପ୍ରୟାସ ପାଇଁ ଉଦ୍ୟମ କରୁଥିବା ଅଭିଯୋଗରେ କୋର୍ଟ ଆମେରିକା ଏୟାରଲାଇନ୍ସର ବିମାନ କର୍ମଚାରୀ ଥମ୍ପସନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଥମ୍ପସନ୍ ଜାନୁଆରୀ 2024 ରେ ଭର୍ଜିନିଆର ଲିଞ୍ଚବର୍ଗରେ ଗିରଫ ହୋଇଥିଲେ । ସେବେଠାରୁ ସେ ନ୍ୟାୟିକ ହେପାଜତରେ ରହିଛନ୍ତି । ଅନୁସନ୍ଧାନକାରୀ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି, 2023 ସେପ୍ଟେମ୍ବର 2 ରେ ଜଣେ 14 ବର୍ଷର ନାବାଳିକା ଚାର୍ଲୋଟରୁ ବୋଷ୍ଟନ ଅଭିମୁଖେ ବିମାନ ଯାତ୍ରା କରିଥିଲେ । ଯେତେବେଳେ ସେ ଶୌଚାଳୟ ବ୍ୟବହାର କରିଥିଲେ ସେତେବେଳେ କେହି ଜଣ ଉପସ୍ଥିତ ରହିଥିବା ନେଇ ସେ ଜାଣିବାକୁ ପାଇଥିଲେ । ତେବେ ଥମସନ ନାବାଳିକାଙ୍କୁ ଅନ୍ୟ ଏକ ଶୌଚାଳୟ ବ୍ୟବହାର କରିବା ପାଇଁ କହିଥିଲେ ।

ଏହା ମଧ୍ୟ ପଢନ୍ତୁ: ମଝି ଆକାଶରେ ବିମାନରେ ଲାଗିଲା ନିଆଁ, ଜରୁରୀ ଅବତରଣ କଲା ଆମେରିକା ବିମାନ

ଶୌଚାଳୟରେ ଛପେଇ ରଖେଇଥିଲେ ଆଇଫୋନ: ଶୌଚାଳୟରେ ପ୍ରବେଶ କରିବା ପୂର୍ବରୁ ଥମ୍ପସନ ତାଙ୍କୁ ପ୍ରଥମେ ହାତ ଧୋଇବା ଉଚିତ ଏବଂ ଟଏଲେଟ ସିଟ୍ ଭାଙ୍ଗିଯାଇଛି, ତେଣୁ ସାବଧାନତାର ସହ ବ୍ୟବହାର କରିବାକୁ କହିଥିବା ନେଇ ତଦନ୍ତକାରୀ ସଂସ୍ଥା କହିଛନ୍ତି । ସେ ଚାଲିଯିବା ପରେ ଶୌଚାଳୟ ତଳୁ ବାହାର କରିଥିଲେ ଆଇଫୋନ । ତଦନ୍ତକାରୀ ସଂସ୍ଥା ଆଇଫୋନ ଚୁଲାଇଥିବା ନେଇ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କଲେ ଯାତ୍ରୀ

କେତେ ବର୍ଷ ହେବ ଦଣ୍ଡବିଧାନ: ନାବାଳିକାକୁ ଯୌନ ଶୋଷଣ କରୁଥିବା ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରାଯାଇଥିଲା । ତେବେ ଥମ୍ପସନ ତାଙ୍କ ଆକାଉଣ୍ଟରେ ସେଭ୍ କରି ରଖିଥିବା ଅଭିଯୋଗ କରିଛନ୍ତି । ଯୌନ ଶୋଷଣ ଉଦ୍ୟମ ଅଭିଯୋଗରେ ତାଙ୍କୁ 15-30 ବର୍ଷ ଜେଲ ଦଣ୍ଡ ଦିଆଯାଇପାରେ ।

ଏୟାରଲାଇନ୍ସରୁ ବିଦା: ଏହି ଅଭିଯୋଗ ପରେ ତାଙ୍କୁ ଚାକିରିରୁ ବିଦା କରାଯିବା ସହିତ 250,000 ଆମେରିକୀୟ ଡଲାର ଜରିମାନା ଲଗାଯାଇଛି । ବିମାନ କର୍ମଚାରୀଙ୍କୁ ତୁରନ୍ତ ବରଖାସ୍ତ କରାଯାଇଥିବା ନେଇ ଆମେରିକୀୟ ଏୟାରଲାଇନ୍ସ ପୂର୍ବରୁ ଏକ ବିବୃତ୍ତି ଜାରି କରି କହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.