ETV Bharat / international

ମଝି ଆକାଶରେ ବିମାନରେ ଲାଗିଲା ନିଆଁ, ଜରୁରୀ ଅବତରଣ କଲା ଆମେରିକା ବିମାନ

author img

By

Published : Apr 24, 2023, 10:37 AM IST

Updated : Apr 24, 2023, 10:47 AM IST

ଟଳିଗଲା ବଡ ବିପଦ । ମଝି ଆକାଶରେ ବିମାନରେ ପକ୍ଷୀ ମାଡ ହୋଇ ଲାଗିଗଲା ନିଆଁ । ଯାତ୍ରୀଙ୍କୁ ନେଇ ସୁରକ୍ଷିତ ଭାବେ ଜରୁରୀ ଅବତରଣ କଲା ଆମେରିକୀୟ ବିମାନ । ଅଧିକ ପଢନ୍ତୁ

American Airlines Plane Makes Emergency Landing
American Airlines Plane Makes Emergency Landing

ଓ୍ବାଶିଂଟନ: ମଝି ଆକାଶରେ ବିମାନ ଉଡୁଥିବା ବେଳେ ମାଡ ହେଲା ପକ୍ଷୀ । ଫଳରେ ଇଞ୍ଜିନରେ ଲାଗିଗଲା ନିଆଁ । ଫଳରେ ଜରୁରୀ ଅବତରଣ କଲା ଆମେରିକୀୟ ଏୟାରଲାଇନ୍ସ । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ନେଇ ସୂଚନା ଦିଆଯାଇଛି । ତେବେ ଅଘଟଣ ସମୟରେ ବିମାନରେ ୧୭୩ଜଣ ଯାତ୍ରୀ ରହିଥିଲେ ବୋଲି ଜଣାପଡିଛି ।

ସୂଚନାଅନୁସାରେ, ରବିବାର ଦିନ ଆମେରିକୀୟ ଏୟାର୍‌ଲାଇନ୍ସର ଏକ ବିମାନ ଫିନିକ୍ସ ଅଭିମୁଖେ ଯାଉଥିଲା । ଏହି ସମୟରେ ଏକ ମଝି ଆସି ଇଞ୍ଜିନରେ ମାଡ ହୋଇଥିଲା । ଫଳରେ ମଝି ଆକାଶରେ ବିମାନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ଏହାପରେ ଓହିଓର ଜନ ଗ୍ଲେନ କଲମ୍ବସ ଆନ୍ତର୍ଜାତିକ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା ବିମାନ । ସେହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

  • @FAANews I just saw AA1958 with major engine issues just after take off. Flames shooting from the engine and wonky, pulsing noises from the aircraft.

    — CBUS4LIFE (@Cbus4Life) April 23, 2023 " class="align-text-top noRightClick twitterSection" data=" ">

ଏନେଇ ଏକ ଟ୍ବିଟର ୟୁଜର୍ସ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି, " AA1958 ଆମେରିକୀୟ ଏୟାରଲାଇନ୍ସ ବିମାନରେ ପକ୍ଷୀ ମାଡ ହେବାରୁ ଇଞ୍ଜିନରେ ନିଆଁ ଲାଗି ଯାଇଖଥିଲା । ଏହାପରେ ବିମାନ ମଧ୍ୟରେ ଯାତ୍ରୀମାନେ ଆତଙ୍କିତ ହେବା ସହ ପାଟି କରି ଚିଲେଇ ଥିଲେ । କିନ୍ତୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଅବତରଣ କରାଇଛି ବିମାନ ।"

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବୋଇଙ୍ଗ ୭୩୭ ବିମାନ ଫୋଇନିକ୍ସରୁ କଲୋମ୍ବସକୁ ଉଡାଣ ଭରିଥିବା ବେଳେ ବିମାନରେ ପକ୍ଷୀ ମାଡ ହୋଇଥିବା ନେଇ କ୍ରୁ ମେମ୍ବର ଖବର ଦେଇଥିଲେ । ଏହାପରେ ବିମାନଟି ପୁଣି ଜରୁରୀ ଅବତରଣ କରିଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । କାହାର କୌଣସି କ୍ଷତି ହୋଇନାହିଁ । ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି ।

  • Emergency crews responded to an aircraft incident at CMH this morning involving a reported engine fire. The aircraft landed safely and the airport is open and operational. pic.twitter.com/EeCJzfbVjA

    — John Glenn Intl Airport (@columbusairport) April 23, 2023 " class="align-text-top noRightClick twitterSection" data=" ">

ଅନ୍ୟପଟେ ଜନ ଗ୍ଲେନ କଲମ୍ବସ ଆନ୍ତର୍ଜାତିକ ବିମାନ ବନ୍ଦର ପକ୍ଷରୁ ଟ୍ବିଟ କରି କୁହାଯାଇଛି,"ରବିବାର ସକାଳେ ବିମାନ ଉଡାଣ ଭରିଥିବା ବେଳେ ପକ୍ଷୀ ମାଡ ହୋଇ ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ଫଳରେ ବିମାନଟି ଜରୁରୀ ଅବତରଣ କରିଥିଲା । ବର୍ତ୍ତମାନ ଏୟାରପୋର୍ଟ ଖୋଲି ରହିଛି । ତଦନ୍ତ ଆରମ୍ଭ କରାଯାଇଛି ।"

ଏନେଇ ବିମାନରେ ରହିଥିବା ଜଣେ ଯାତ୍ରୀ କହିଛନ୍ତି, " ବିମାନଟି ଉଡୁଥିବା ସମୟରେ ହଠାତ ଏକ ଶବ୍ଦ ଶୁଣାଯାଇଥିଲା । ଲୋକମାନେ ଭୟଭୀତ ହୋଇ ଚିତ୍କାର କରିଥିଲେ । ତେବେ ବିମାନରେ ପକ୍ଷୀ ମାଡ ହୋଇଥିବା ନେଇ କ୍ରୁମେମ୍ବର କହିଥିଲେ । ଏହାପରେ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା । ଏହାପରେ ଆମକୁ ଅନ୍ୟ ଏକ ବିମାନରେ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା ।"

Last Updated : Apr 24, 2023, 10:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.