ETV Bharat / entertainment

ସଲମାନଙ୍କ ଠିକଣାରେ ଲରେନ୍ସ ବିଷ୍ଣୋଇ ନାଁରେ ଗାଡ଼ି ବୁକ୍, ଗାଜିଆବାଦରୁ ବନ୍ଧା ହେଲା ଅଭିଯୁକ୍ତ - Youth Arrested For Fake Booking

author img

By ETV Bharat Odisha Team

Published : Apr 20, 2024, 11:01 PM IST

Youth Arrested For Fake Booking
Youth Arrested For Fake Booking

Youth Arrested For Fake Booking: ସଲମାନ ଖାନଙ୍କ ଆପାର୍ଟମେଣ୍ଟ ଠିକଣାରେ ଲରେନ୍ସ ବିଷ୍ଣୋଇ ନାଁରେ ଗାଡ଼ି ବୁକ୍ କରିବା ପଡ଼ିଲା ମହଙ୍ଗା । ଗାଜିଆବାଦରୁ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ସୁପରଷ୍ଟାର ସଲମାନ ଖାନଙ୍କ ଆପାର୍ଟମେଣ୍ଟ ଠିକଣାରେ ଲରେନ୍ସ ବିଷ୍ଣୋଇ ନାଁରେ ବୁକ୍ ହୋଇଥିଲା କାର୍ । ଏହି ମାମଲାକୁ ଗୁରୁତର ସହ ନେଇ ଏଭଳି କାରସାଦି କରିଥିବା ୨୦ ବର୍ଷୀୟ ଯୁବକକୁ ପୋଲିସ ଗିରଫ କରିଛି । ମୁମ୍ବାଇ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଜଣଙ୍କ ଉତ୍ତରପ୍ରଦେଶ ଗାଜିଆବାଦର ଅଞ୍ଚଳର ରୋହିତ ତ୍ୟାଗି ।

ସୂଚନା ଅନୁସାରେ, ରୋହିତ ଲରେନ୍ସ ବିଷ୍ଣୋଇ ନାଁରେ ଗାଡି ବୁକ୍ କରିବା ପରେ ସମ୍ପୃକ୍ତ ଗାଡ଼ି ଡ୍ରାଇଭର ସେଠାରେ ପହଞ୍ଚିଥିଲେ । ଉପସ୍ଥିତ ଥିବା ସୁରକ୍ଷାକର୍ମୀଙ୍କୁ ସେ ଲରେନ୍ସ ବିଷ୍ଣୋଇ ନାମକ ବ୍ୟକ୍ତିଙ୍କ ବିଷୟରେ ପଚାରିଥିଲେ । ଯାହା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସୁରକ୍ଷା କର୍ମୀ । ଏହି ବୁକିଂ ସମ୍ପର୍କରେ ସେ ତୁରନ୍ତ ବାନ୍ଦ୍ରା ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ସମ୍ପୃକ୍ତ ଡ୍ରାଇଭରଙ୍କୁ ମଧ୍ୟ ଏ ବାବଦରେ ପଚରାଉଚରା କରିଥିଲା ପୋଲିସ ।

ଏହା ବି ପଢନ୍ତୁ...ସଲମାନଙ୍କୁ ମାରିବା ପାଇଁ ନୁହଁ, ସୁଟରଙ୍କ ଥିଲା ଏହି ଉଦ୍ଦେଶ୍ୟ - Salman Khan House Firing Incident

ଏହା ବି ପଢନ୍ତୁ...ଭାଇଜାନଙ୍କ ଘର ବାହାରେ ଗୁଳିମାଡ; ୧୦ ଦିନିଆ ରିମାଣ୍ଡରେ ଦୁଇ ଅଭିଯୁକ୍ତ - Salman Khan House Firing

ଏହା ବି ପଢନ୍ତୁ...ସଲମାନଙ୍କ ପାଇଁ କାନ୍ଦିଲେ ରାକ୍ଷୀ; ଲରେନ୍ସ ବିଷ୍ଣୌଇକୁ ଅନୁରୋଧ କରି କହିଲେ 'ମୋ ଭାଇକୁ..... - Rakhi Pleads To Lawrence Bishnoi

ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଯିଏ ଏହି କ୍ୟାବ୍ ବୁକ୍ କରିଥିଲେ ସେ ହେଉଛନ୍ତି ୨୦ ବର୍ଷର ଜଣେ ଛାତ୍ର । ସେ ଭୁଲ ତଥ୍ୟ ଦେଇ ଏଭଳି ବୁକ୍ କରିଥିଲେ । ଏହାକୁ ନେଇ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ ହୋଇଛି । ଉତ୍ତରପ୍ରଦେଶ ଗାଜିଆବାଦ ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି । ପରେ ମୁମ୍ବାଇ ଅଣାଯାଇ କୋର୍ଟ ଚାଲାଣ କରାଯାଇଛି । ଏହା ପୂର୍ବରୁ ଗତ ମଙ୍ଗଳବାର ସଲମାନ ଖାନଙ୍କ ଘର ବାହାରେ ଗୁଳିକାଣ୍ଡ ହୋଇଥିବାର ଖବର ଆସିଥିଲା । ଏହି ମାମଲାରେ ଦୁଇ ସନ୍ଦିଗ୍ଧ ବିକି ଗୁପ୍ତା ଓ ସାଗରପାଲଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ମୁମ୍ବାଇ କ୍ରାଇମବ୍ରାଞ୍ଚ । ଏହାରି ଭିତରେ ଆଉ ଏକ ଚକିତ କଲା ଭଳି ଖବର ଆସିଛି । ଅନ୍ୟପଟେ ଘଟଣାକୁ ଗୁରୁତର ସହ ନେଇ ଗାଜିଆବାଦର ଅଭିଯୁକ୍ତ ରୋହିତ ତ୍ୟାଗିକୁ ମଧ୍ୟ ଗିରଫ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.