ETV Bharat / bharat

ଭାଇଜାନଙ୍କ ଘର ବାହାରେ ଗୁଳିମାଡ; ୧୦ ଦିନିଆ ରିମାଣ୍ଡରେ ଦୁଇ ଅଭିଯୁକ୍ତ - Salman Khan House Firing

author img

By ETV Bharat Odisha Team

Published : Apr 16, 2024, 4:55 PM IST

Salman Khan House Firing: ସଲମାନ ଖାନଙ୍କ ଘରେ ଗୁଳିମାଡ଼ କରିଥିବା ଉଭୟ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ମୁମ୍ୱାଇ ଅଣାଯାଇଥିଲା । ଏହା ପରେ କ୍ରାଇମବ୍ରାଞ୍ଚ ଉଭୟ ଅଭିଯୁକ୍ତକୁ କୋର୍ଟରେ ହାଜର କରିଥିବା ବେଳେ ୧୦ଦିନ ପୋଲିସ ହେପାଜତକୁ ପଠାଇଛନ୍ତି କୋର୍ଟ ।

ଭାଇଜାନଙ୍କ ଘର ବାହାରେ ଗୁଳିମାଡ; ୧୦ ଦିନିଆ ରିମାଣ୍ଡରେ ଗଲେ ଦୁଇ ଅଭିଯୁକ୍ତ
ଭାଇଜାନଙ୍କ ଘର ବାହାରେ ଗୁଳିମାଡ; ୧୦ ଦିନିଆ ରିମାଣ୍ଡରେ ଗଲେ ଦୁଇ ଅଭିଯୁକ୍ତ

ହାଇଦ୍ରାବାଦ: ସୁପରଷ୍ଟାର ସଲମାନ ଖାନଙ୍କ ଘରେ ଗୁଳିମାଡ଼ ଘଟଣା । ଦୁଇ ଅଭିଯୁକ୍ତକୁ ମୁମ୍ବାଇ କୋର୍ଟ ୧୦ଦିନ ପାଇଁ ପୋଲିସ ହେପାଜତକୁ ପଠାଇଛନ୍ତି। ମୁମ୍ବାଇ ପୋଲିସର କ୍ରାଇମ ଶାଖା ଟିମ୍ ଗୁଜରାଟର ଭୁଜରୁ ଘଟଣା ଭିଆଇଥିବା ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ​ । ଏହା ପରେ ଉଭୟ ଅଭିଯୁକ୍ତଙ୍କୁ ମୁମ୍ବାଇ କୋର୍ଟରେ ହାଜର କରାଯାଇଥିଲା । ଏହା ପରେ କୋର୍ଟ ଦୁଇ ଅଭିଯୁକ୍ତକୁ ପୋଲିସ ଏପ୍ରିଲ ୨୫ ଯାଏଁ ଅର୍ଥାତ୍ ୧୦ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।

ସୂଚନା ଅନୁସାରେ, ଗୁଳିମାଡ଼ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ କୋର୍ଟରେ ହାଜର କରାଯାଇଥିଲା । ଏଥିସହ ଦୁହେଁ ସଲମାନ ଖାନଙ୍କ ବାସଭବନ ଉପରେ ନଜର ରଖିବା ପାଇଁ ତାଙ୍କ ପାନଭେଲ ଫାର୍ମ ନିକଟରେ ଏକ ଘର ଭଡା ନେଇଥିବା ପ୍ରମାଣ କୋର୍ଟରେ ଉପସ୍ଥାପନ କରିଥିଲେ କ୍ରାଇମବ୍ରାଞ୍ଚ। ଘଟଣାରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇନଥିବା ବେଳେ ଏହି ଅପରାଧରେ ଜଡିତ ଅନ୍ୟମାନଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ତଦନ୍ତକାରୀ ଅଧିକାରୀ କୋର୍ଟଙ୍କୁ ସୂଚନା ଦେଇଛନ୍ତି ।

ପଚରାଉଚରା ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ ଗୁଳିମାଡ଼ ପରେ ଅଭିଯୁକ୍ତମାନେ ସେମାନଙ୍କ ବାଇକରେ ରେଳବାଇ ଟ୍ରାକରେ ପହଞ୍ଚି ସେଠାରେ ପୋଷାକ ବଦଳାଇ ସେଠାରୁ ପଳାଇ ଯାଇଥିଲେ। ଉଭୟ ଅଭିଯୁକ୍ତ ପ୍ରଥମେ ମୁମ୍ବାଇରୁ ସୁରଟରେ ପହଞ୍ଚିଥିଲେ । ଏହା ପରେ ସେ ସର୍ବସାଧାରଣ ଯାନ ବ୍ୟବହାର କରି ଅହମ୍ମଦାବାଦ ଯାଇଥିଲେ । ଏହି ସମୟରେ ସେ ଅସ୍ତ୍ରଶସ୍ତ୍ରକୁ ଏକ ଜଳଭଣ୍ଡାରରେ ଫିଙ୍ଗିଥିଲେ । ଏହା ପରେ ଉଭୟ ଅଭିଯୁକ୍ତ କଚ୍ଛର ମାଧନୀ ସ୍ଥିତ ଦେବୀ ମନ୍ଦିର ଦର୍ଶନ କରିିଥିଲେ।

କହିରଖୁଛୁ କି, ପୂର୍ବରୁ ଅନେକ ଥର ସଲମାନଙ୍କୁ ହତ୍ୟା ଧମକ ମିଳିଥିବା ଏବଂ ଘଟଣା ପଛରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୌଇଙ୍କ ହାତ ଥିବା ନେଇ ଘଟଣା ହତ୍ୟା ଉଦ୍ୟମର ଏକ ଗୁରୁତର ମାମଲାକୁ ଦର୍ଶାଇଛି ବୋଲି ପୋଲିସ କହିଛି । ତେବେ ମାମଲାକୁ ଗୁରୁତର ସହ ନେଇ ପୋଲିସ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ପଞ୍ଜୀକୃତ କରିଥିବା ଏଫଆଇଆରରେ ଆଇପିସିର ଧାରା ୧୨୦ B ଯୋଡିଛି । ଏହି ଘଟଣାର ତଦନ୍ତ ପାଇଁ ପୋଲିସ ୧୨ଟି ଟିମ୍ ଗଠନ କରିଛି ଏବଂ ସେମାନଙ୍କୁ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: ସଲମାନଙ୍କ ପାଇଁ କାନ୍ଦିଲେ ରାକ୍ଷୀ; ଲରେନ୍ସ ବିଷ୍ଣୌଇକୁ ଅନୁରୋଧ କରି କହିଲେ 'ମୋ ଭାଇକୁ.....

ସୂଚନା ଥାଉକି, ଗତ ରବିବାର ମୁମ୍ୱାଇ ସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳିମାଡ଼ ହୋଇଥିଲା । ମୁମ୍ୱାଇ ପୋଲିସ ଏହାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା । ପରେ ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଥିଲା । ଏହି ଫୁଟେଜ ଆଧାରରେ ଆଜି ଅର୍ଥାତ୍ ଘଟଣାର ଦୁଇ ଦିନ ପରେ କ୍ରାଇମବ୍ରାଞ୍ଚ ଘଟଣା ଘଟାଇଥିବା ଦୁଇ ଅଭିଯୁକ୍ତକୁ ଗୁଜୁରାଟର ଭୁଜ ଜିଲ୍ଲାରୁ ଗିରଫ କରିଥିଲା । ସୂଚନାନୁସାରେ, ଉଭୟ ଅଭିଯୁକ୍ତଙ୍କ ନାମ ବିକି ଗୁପ୍ତା ଏବଂ ସୁନୀଲ ପାଲ । ଉଭୟ ଅଭିଯୁକ୍ତ ବିହାରର ଚମ୍ପାରନ୍ ଜିଲ୍ଲାର ବାସିନ୍ଦା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.