ETV Bharat / bharat

ସଲମାନଙ୍କୁ ମାରିବା ପାଇଁ ନୁହଁ, ସୁଟରଙ୍କ ଥିଲା ଏହି ଉଦ୍ଦେଶ୍ୟ - Salman Khan House Firing Incident

author img

By ETV Bharat Odisha Team

Published : Apr 18, 2024, 10:09 AM IST

ସଲମାନଙ୍କୁ ମାରିବା ପାଇଁ ନୁହଁ ଅଭିଯୁକ୍ତଙ୍କର ଥିଲା ଏହି ଉଦ୍ଦେଶ୍ୟ
ସଲମାନଙ୍କୁ ମାରିବା ପାଇଁ ନୁହଁ ଅଭିଯୁକ୍ତଙ୍କର ଥିଲା ଏହି ଉଦ୍ଦେଶ୍ୟ

Salman Khan House Firing Incident: ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚର ବଡ଼ ଖୁଲାସା । ଗିରଫ ଆକ୍ରମଣକାରୀମାନେ ଅଭିନେତାଙ୍କୁ ହତ୍ୟା କରିବାକୁ ନୁହଁ କେଉଁ ଉଦ୍ଦେଶ୍ୟ ପାଇଁ ସେ ଏହି କାଣ୍ଡ ଭିଆଇଥିଲେ ତାହା ପ୍ରକାଶ କରିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଗତ ରବିବାର ଏପ୍ରିଲ ୧୪ ତାରିଖ ଦିନ ସଲମାନ ଖାନଙ୍କ ମୁମ୍ବାଇ ଘର ବାହାରେ ଗୁଳିମାଡ଼ ଘଟଣା । ମାମଲାର ଦୁଇ ଦିନ ପରେ ଅର୍ଥାତ୍ ଏପ୍ରିଲ ୧୬ ତାରିଖରେ ଦୁଇ ଅଭିଯୁକ୍ତକୁ ଗିରଫ କରି ୧୦ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ତେବେ ରିମାଣ୍ଡର ଗୋଟିଏ ଦିନ ପରେ ବର୍ତ୍ତମାନ ମାମଲାରେ ଏକ ବଡ ଖୁଲାସା କରିଛି ମୁମ୍ୱାଇ କ୍ରାଇମବ୍ରାଞ୍ଚ । ଗିରଫ ଆକ୍ରମଣକାରୀମାନେ ଅଭିନେତାଙ୍କୁ ହତ୍ୟା କରିବାକୁ ନୁହଁ ବରଂ ତାଙ୍କୁ ଭୟଭୀତ କରାଇବା ଉଦ୍ଦେଶ୍ୟରେ ଏହି କାଣ୍ଡ ଭିଆଇଥିଲେ ।

ମୁମ୍ବାଇ କ୍ରାଇମବ୍ରାଞ୍ଚ କହିଛି, ''ଅଭିଯୁକ୍ତମାନେ ପାନଭେଲରେ ସଲମାନ ଖାନଙ୍କ ଫାର୍ମହାଉସ ଉପରେ ନଜର ରଖିଥିଲେ । ତାଙ୍କର ଉଦ୍ଦେଶ୍ୟ କେବଳ ସଲମାନଙ୍କୁ ଭୟଭୀତ କରିବା ଥିଲା, ହତ୍ୟା କରିବା ନୁହେଁ । ବିହାରରେ ଉଭୟ ଅଭିଯୁକ୍ତଙ୍କ ପରିବାର ସଦସ୍ୟଙ୍କ ବିବୃତ୍ତି ରେକର୍ଡ କରାଯାଇଛି । ହରିୟାଣା ଏବଂ ଅନ୍ୟାନ୍ୟ ରାଜ୍ୟରୁ ପ୍ରାୟ ୭ ଜଣଙ୍କୁ ପଚରାଉଚରା ପାଇଁ ଡକାଯାଇଛି, କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ସେପଟେ ରିପୋର୍ଟ ଅନୁସାରେ, ଘଟଣା ନେଇ ଅଭିନେତା ସଲମାନଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି ଏବଂ ସଲମାନଙ୍କ ଏହି ବିବୃତ୍ତି ମୁମ୍ବାଇ କ୍ରାଇମବ୍ରାଞ୍ଚ ସାକ୍ଷୀ ଭାବରେ ବ୍ୟବାହର କରିବ ।

ସୂଚନା ଅନୁସାରେ, ଏପ୍ରିଲ ୧୬ରେ ଦୁଇ ଅଭିଯୁକ୍ତକୁ ଗୁଜୁରାଟର ଭୁଜ ଜିଲ୍ଲାରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ପୋଲିସର କହିବା ଅନୁସାରେ, ଉଭୟ ଅଭିଯୁକ୍ତ ୨୪ ବର୍ଷୀୟା ବିକି ଗୁପ୍ତା ଏବଂ ୨୧ ବର୍ଷୀୟା ସୁନୀଲ ପାଲ । ଉଭୟ ବିହାରର ଚମ୍ପାରନ୍ ଜିଲ୍ଲାର ବାସିନ୍ଦା । ଏହି ଘଟଣା ଘଟିବା ପୂର୍ବରୁ ଦୁଇ ଜଣ ଅଭିନେତାଙ୍କ ଘରେ ଚାରିପଟେ ନଜର ରଖିଥିଲେ । ପରେ ରବିବାର ସକାଳେ ବାନ୍ଦ୍ରା ଅଞ୍ଚଳର ଗାଲାକ୍ସି ଆପାର୍ଟମେଣ୍ଟରେ ଅଭିନେତାଙ୍କ ଘର ବାହାରେ ଗୁଳିମାଡ଼ କରି ଉଭୟ ପଳାଇ ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ସଲମାନଙ୍କ ପାଇଁ କାନ୍ଦିଲେ ରାକ୍ଷୀ; ଲରେନ୍ସ ବିଷ୍ଣୌଇକୁ ଅନୁରୋଧ କରି କହିଲେ 'ମୋ ଭାଇକୁ.....

ଅନ୍ୟପଟେ ଏହି ଘଟଣା ପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୌଇର ଭାଇ ଅନମୋଲ ବିଷ୍ଣୌଇ ନିଜକୁ ଦାୟୀ କରିଥିଲା । ଅନମୋଲ ଏକ ଫେସବୁକ ପୋଷ୍ଟ କରି ସଲମାନଙ୍କୁ ଏହା କେବଳ ଏକ ଟ୍ରେଲର ବୋଲି ଚେତାବନୀ ଦେଇଥିଲା । ପୋଲିସ ଅଧିକାରୀ କହିଛନ୍ତି ଯେ, ବିଷ୍ଣୌଇ ହିଁ ସଲମାନଙ୍କୁ ହତ୍ୟା କରିବା ପାଇଁ ନିଜ ସୁଟର ପଠାଇଥିଲା । ଏଣୁ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଅନମୋଲ ବିରୋଧରେ ମାମଲା ରୁଜୁ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.