ETV Bharat / entertainment

9 ବର୍ଷ ପରେ ପରଦାକୁ କମବ୍ୟାକ କରିବେ ଇମ୍ରାନ ଖାନ, ଏହି ଫିଲ୍ମରେ ଆସିବେ ନଜର - Imran Khan Comeback

author img

By ETV Bharat Odisha Team

Published : Apr 29, 2024, 4:24 PM IST

Imran Khan Comeback: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଦୀର୍ଘ ବର୍ଷର ବ୍ରେକ ପରେ ବଡ଼ ପରଦାରେ କମବ୍ୟାକ କରିବାକୁ ଯାଉଛନ୍ତି ଇମ୍ରାନ ଖାନ। ସେ ତାଙ୍କ ଚଳଚ୍ଚିତ୍ର ପାଇଁ ସୁଟିଂ ଆରମ୍ଭ କରିଛନ୍ତି । ତେବେ କେଉଁ ଫିଲ୍ମରେ ସେ ନଜର ଆସିବେ, ଜାଣନ୍ତୁ

9 ବର୍ଷ ପରେ ପରଦାକୁ କମବ୍ୟାକ କରିବେ ଇମ୍ରାନ ଖାନ, ଏହି ଫିଲ୍ମରେ ଆସିବେ ନଜର
9 ବର୍ଷ ପରେ ପରଦାକୁ କମବ୍ୟାକ କରିବେ ଇମ୍ରାନ ଖାନ, ଏହି ଫିଲ୍ମରେ ଆସିବେ ନଜର

ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ଆମୀର ଖାନଙ୍କ ଭଣଜା ଇମ୍ରାନ ଖାନ ତାଙ୍କର ପ୍ରଥମ ଚଳଚ୍ଚିତ୍ର 'ଜାନେ ତୁ ୟା ଜାନେ' ସହ ଡେବ୍ୟୁ କରିଥିଲେ । ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର ଏକ ସୁପରହିଟ୍ ବୋଲି ପ୍ରମାଣିତ ହୋଇଥିଲା । କିନ୍ତୁ ଏହା ପରେ ଇମ୍ରାନ ଖାନଙ୍କ ଯାଦୁ ଲୋକଙ୍କ ଉପରେ କାମ କରିନଥିଲା ଏବଂ ସେ ଇଣ୍ଡଷ୍ଟ୍ରିରୁ ବିରତି ନେଇଥିଲେ । ବର୍ତ୍ତମାନ 9 ବର୍ଷ ପରେ ଇମ୍ରାନ ଖାନ ଅଭିନୟ ଜଗତକୁ ଫେରିବାକୁ ଯାଉଛନ୍ତି । ସେ 'ହାପି ପଟେଲ' ଫିଲ୍ମ ସହ କମବ୍ୟାକ କରୁଛନ୍ତି ।

ଇମ୍ରାନ ଖାନ ହାପି ପଟେଲ ସହ କମବ୍ୟାକ କରିବାକୁ ଯାଉଥିବା ବେଳେ ଏହି ଚଳଚ୍ଚିତ୍ରର ଆମୀର ଖାନଙ୍କ କ୍ୟାମିଓ ରୋଲ ଦେଖିବାକୁ ମିଳିବ । ହାପି ପଟେଲ ଫିଲ୍ମ ବିଷୟରେ କହିବାକୁ ଗଲେ ଏହା କମେଡିରେ ପରିପୂର୍ଣ୍ଣ ଏକ ଫିଲ୍ମ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ରଟି ଆମୀର ଖାନଙ୍କ ପ୍ରଡକ୍ସନ୍ ହାଉସ୍ ଅଧୀନରେ ନିର୍ମିତ ହେଉଛି । ଏଥିସହ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଭୀର ଦାସ । ଏହି ଫିଲ୍ମ ସହ ଭୀର ନିର୍ଦ୍ଦେଶନାରେ ଡେବ୍ୟୁ କରିବେ । ଅଭିନୟ କ୍ୟାରିଅର ୧୭ ବର୍ଷ ପରେ ସେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିବେ ।

ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ମଧ୍ୟ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରିଛନ୍ତି । ସେ ଗୋଆରେ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ଇମ୍ରାନଙ୍କ ସହ ଫିଲ୍ମରେ କିଏ ମୁଖ୍ୟ ଅଭିନେତ୍ରୀ ହେବେ ତାହା ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ମୋନା ସିଂ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଦେଖିବାକୁ ମିଳିବ । ମୋନା ପୂର୍ବରୁ ଆମୀର ଖାନଙ୍କ ଅନେକ ଫିଲ୍ମରେ କାମ କରିସାରିଛନ୍ତି । ସେ ଲାଲ ସିଂ ଚଡ୍ଡା, 3 ଇଡିଅଟ୍ସରେ କାମ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 'ପାପା କେହେତେ ହେଁ 2.0' ପାଇଁ ଉତ୍ସାହିତ ଆମୀର ଖାନ, ଏହି ଦିନ ହେବ ଲଞ୍ଚ

ସେପଟେ ଇମ୍ରାନ ଖାନ ଖୁବଶୀଘ୍ର 'ହାପି ପଟେଲ' ପରେ ଏକ ୱେବ୍ ସିରିଜରେ ନଜର ଆସିବେ । ସେ ଏହି ଚଳଚ୍ଚିତ୍ରରେ ଗୁପ୍ତଚର ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ଇମ୍ରାନ ଖାନ ଲେଖା ୱାଶିଂଟନଙ୍କୁ ଡେଟ କରୁଛନ୍ତି। ଇମ୍ରାନ ବର୍ତ୍ତମାନ ଲେଖାଙ୍କ ସହ ରହୁଛନ୍ତି । ଉଭୟ କରଣ ଜୋହରଙ୍କ ଏକ ଆପାର୍ଟମେଣ୍ଟରେ ରହୁଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.