ETV Bharat / entertainment

'ପାପା କେହେତେ ହେଁ 2.0' ପାଇଁ ଉତ୍ସାହିତ ଆମୀର ଖାନ, ଏହି ଦିନ ହେବ ଲଞ୍ଚ - Papa Kehte Hain 2

author img

By ETV Bharat Odisha Team

Published : Apr 20, 2024, 8:06 AM IST

Papa Kehte Hain 2.0: ରାଜକୁମାର ରାଓଙ୍କ ଚଳଚ୍ଚିତ୍ର 'ଶ୍ରୀକାନ୍ତ'ରେ ଶୁଣିବାକୁ ମିଳିବ ପାପା କେହେତେ ହେଁ ବଡ଼ା କାମ କରେଗାର ଅପଡେଟ ଭର୍ଜନ 'ପାପା କେହେତେ ହେଁ ବଡ଼ା କାମ କରେଗା 2.0' । ଏହି ଦିନ ହେବ ଲଞ୍ଚ । ଅଧିକ ପଢ଼ନ୍ତୁ

'ପାପା କେହେତେ ହେଁ ବଡ଼ା କାମ କରେଗା 2.0'
'ପାପା କେହେତେ ହେଁ ବଡ଼ା କାମ କରେଗା 2.0'

ମୁମ୍ବାଇ: ମେ' 10 ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ରାଜକୁମାର ରାଓଙ୍କ ଅଭିନୀତ ଚଳଚିତ୍ର 'ଶ୍ରୀକାନ୍ତ' । ଯାହା ଏକ ବାୟୋପିକ ଚଳଚ୍ଚିତ୍ର ଅଟେ । ଏହାର ଟ୍ରେଲର ଗତ 10 ଏପ୍ରିଲରେ ରିଲିଜ ହୋଇସାରିଛି । ତେବେ ଏହି ଫିଲ୍ମର ଏକ ଗୀତ 'ପାପା କେହେତେ ହେଁ ବଡ଼ା କାମ କରେଗା 2.0' ଆସନ୍ତା 22 ତାରିଖରେ ରିଲିଜ ହେବାକୁ ଯାଉଛି । 1988ର ଫିଲ୍ମ କୟାମତ ସେ କୟାମତ ତକର ପ୍ରସିଦ୍ଧ ଗୀତ ପାପା କେହେତେ ହେଁ ବଡ଼ା କାମ କରେଗାର ଏହା ନୂଆ ଭର୍ସନ ହୋଇଥିବା ଜଣାପଡ଼ିଛି । ତେବେ ଏହି ଗୀତକୁ ବଲିଉଡ ସୁପରଷ୍ଟାର ଆମୀର ଖାନ ଏପ୍ରିଲ୍ 22, 2024 ରିଲିଜ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଏହି ପାପା କେହେତେ ହେଁ ବଡ଼ା କାମ କରେଗା 2.0 ଗୀତ ଆମୀର ଖାନଙ୍କ ଦ୍ବାରା ଲଞ୍ଚ ହେବ ବୋଲି ଜଣାପଡ଼ିଛି । ଯେଉଁଥିରେ ପ୍ରଫେସ୍‌ନାଲ ଦୃଷ୍ଟିବାଧିତ ବ୍ୟାଣ୍ଡର ସଦସ୍ୟମାନେ ଲାଇଭ ପରଫର୍ମ କରିବେ । ଏହି କାର୍ଯ୍ୟକ୍ରମରେ ଆମୀର ଖାନଙ୍କ ସମେତ ଫିଲ୍ମର ଷ୍ଟାର କାଷ୍ଟ ସାମିଲ ହେବେ । ଯେଉଁଥିରେ ରାଜକୁମାର ରାଓ, ଅଲାୟା ଏଫଙ୍କ ସହିତ ନିର୍ଦ୍ଦେଶକ ତୁଷାର ହିରାନନ୍ଦାନୀ, ରିଅଲ ଲାଇଫର ପ୍ରେରଣା ଶ୍ରୀକାନ୍ତ ବୋଲା, ପ୍ରଡ୍ୟୁସର ଭୂଷଣ କୁମାର ଏବଂ ନିଧି ପରମାର ଆଦି ସାମିଲ ହେବେ । ପ୍ରଡ୍ୟୁସର ଭୂଷଣ କୁମାରଙ୍କ ଦ୍ବାରା ପୁନଃ ନିର୍ମାଣ ହୋଇଥିବା ଏହି ଗୀତ ପାପା କେହେତେ ହେଁ ବଡ଼ା କାମ କରେଗା 2.0କୁ ନେଇ ଆମୀର ଖାନ ବହୁତ ଖୁସି ଥିବା କହିଛନ୍ତି । ଭୂଷଣ ତାଙ୍କୁ କହିଛନ୍ତି ଯେ, ଶ୍ରୀକାନ୍ତ କହିଛନ୍ତି ତାଙ୍କର ଜୀବନର ସୁନ୍ଦର ଯାତ୍ରାକୁ ସେଲିବ୍ରେଟ କରିବା ପାଇଁ ଏହି ଗୀତକୁ ପୁନଃ ନିର୍ମାଣ କରି ଲଞ୍ଚ କରାଗଲା । ଆମୀର ଏହି ଗୀତ ରିଲିଜକୁ ନେଇ ବହୁତ ଉତ୍ସାହିତ ରହିଥିବା କହିଛନ୍ତି । ଏହି ଗୀତ ତାଙ୍କୁ ତାଙ୍କ କ୍ୟାରିଅରର ଆରମ୍ଭ ସମୟକୁ ନେଇଯିବ ।

ଏହା ମଧ୍ୟ ପଢ଼ନ୍ତୁ.. ଶ୍ରୀକାନ୍ତ ଟ୍ରେଲର ଆଉଟ୍, ଭାରତୀୟ ଶିକ୍ଷା ବ୍ୟବସ୍ଥା ବିରୋଧରେ ଲଢିବେ ରାଜକୁମାର ରାଓ - Srikanth Trailer

ତେବେ ଦୃଷ୍ଟିବାଧିତ ଶିଳ୍ପପତି ଶ୍ରୀକାନ୍ତ ବୋଲାଙ୍କ କାହାଣୀ ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଛି । ସେ ବିଜ୍ଞାନ ପ୍ରତି ବହୁତ ଆଗ୍ରହୀ ଥିଲେ । ହେଲେ ସେ ଦୃଷ୍ଟିହୀନ ହୋଇଥିବାରୁ ଆଗକୁ ପଢିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଯାହାପରେ ସେ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ହାର୍ ମାନିନଥିଲେ ଏବଂ ସେ ଭାରତୀୟ ଶିକ୍ଷା ବ୍ୟବସ୍ଥା ବିରୋଧରେ ଲଢେଇ କରି ନିଜ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଥିଲେ । ଶେଷରେ MITରୁ ମ୍ୟାନେଜମେଣ୍ଟ ସାଇନ୍ସରେ ଡିଗ୍ରୀ ହାସଲ କରିବା ପରେ ଶ୍ରୀକାନ୍ତ ଏକ ବୋଲାଣ୍ଟ ଇଣ୍ଡଷ୍ଟ୍ରି (Bollant Industries) ପ୍ରତିଷ୍ଠା କରିଥିଲେ ଏବଂ ଏହି କମ୍ପାନୀରେ ତାଙ୍କ ପରି ଲୋକମାନଙ୍କୁ ଚାକିରି କରିବାକୁ ଅବସର ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ତାଙ୍କ ଷ୍ଟାର୍ଟଅପରେ ପ୍ରଥମ ପୁଞ୍ଜି ବିନିଯୋଗ ରାଷ୍ଟ୍ରପତି ଅବଦୁଲ କଲାମ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.