ETV Bharat / entertainment

ସଲମାନଙ୍କ ଘର ବାହାରେ ଫୁଟିଲା ଗୁଳି, ବାଇକରେ ଆସିଥିଲେ ଦୁର୍ବୃତ୍ତ - Firing outside Salman Khan House

author img

By ETV Bharat Odisha Team

Published : Apr 14, 2024, 8:49 AM IST

Updated : Apr 14, 2024, 9:34 AM IST

Salman Khan
Salman Khan

Firing outside Salman Khan's House: ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ । 4 ରାଉଣ୍ଡ ଗୁଳିମାଡ କଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ । ବାଇକରେ ଆସି ଗୁଳିମାଡ କଲେ ଦୁଇ ଦୁର୍ବୃତ୍ତ । ଭୋର ସମୟରେ ସଲମାନଙ୍କ ଘର ବାହାରେ ଗୁଳିମାଡ ହୋଇଥିଲା ମୁମ୍ବାଇ ପୋଲିସ ସୂଚନା ଦେଇଛି । ଗୁଳିମାଡ କରିଥିବା ଦୁଇ ଦୁର୍ବୃତ୍ତଙ୍କୁ ଧରିବାକୁ ତଦନ୍ତ ଆରମ୍ଭ କରିଛି ମୁମ୍ବାଇ ପୋଲିସ । ସଲମାନ ଖାନଙ୍କ ବାନ୍ଦ୍ରା ଘର ବାହାରେ 4 ରାଉଣ୍ଡ ଗୁଳି କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଭୋର ସମୟରେ ଦୁଇ ଜଣ ବ୍ୟକ୍ତି ଦ୍ରୁତ ଗତିରେ ବାଇକରେ ଆସି ଗାଲାକ୍ସି ଆପାର୍ଟମେଣ୍ଟ ସାମ୍ନାରେ ଅତିକମରେ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ ।

ଏହା ମଧ୍ୟ ପଢନ୍ତୁ- ଲରେନ୍ସ ବିଷ୍ଣୋଇର ଧମକ ପରେ ଆକ୍ସନ ମୋଡରେ ମୁମ୍ବାଇ ପୋଲିସ, ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥାର କରାଗଲା ସମୀକ୍ଷା

ତେବେ କିଏ ଓ କାହିଁକି ସଲମାନଙ୍କ ଘର ଆଗରେ ଗୁଳିମାଡ କଲା ତାର କାରଣ ଅସ୍ପଷ୍ଟ ରହିଛି । ପୂର୍ବରୁ ଅନେକ ଥର ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ସଲମାନ ଖାନଙ୍କୁ ଧମକ ଦେଇଛି । ବିଗତ କିଛି ବର୍ଷ ମଧ୍ୟରେ ସେ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ହତ୍ୟା କରିବାକୁ ବିଭିନ୍ନ ଉପାୟରେ ଧମକ ଦିଆଯାଇଛି । ଗୁଳିକାଣ୍ଡ ସମୟରେ ସଲମାନ ଖାନ ଘରେ ଥିଲେ ନା ବାହାରେ ତାହା ଜଣାପଡିନାହିଁ । ବାନ୍ଦ୍ରା ପୋଲିସର ଏକ ଟିମ୍ ଖାନ ପରିବାରକୁ ଯାଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ଏବଂ ଆଖପାଖରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୋଲିସ ଏହି ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି, ଗୁଳି ଚଳାଇଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରଖିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ- ଧମକ ପରେ ସଜାଗ ସଲମାନ, କିଣିଲେ ଏହି ସୁରକ୍ଷାଦାୟକ ଦାମୀ କାର୍

ଗତ ନଭେମ୍ବର ମାସରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିବା ଖବର ସାମ୍ନାକୁ ଆସିଥିଲା । ଏହାପରେ ଆକ୍ସନ ମୋଡକୁ ଆସିଥିଲା ମୁମ୍ବାଇ ପୋଲିସ । ଭାଇଜାନଙ୍କୁ ମୁମ୍ବାଇ ପୋଲିସ ତରଫରୁ Y ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଥିଲା । ଲରେନ୍ସ ଏକ ଫେସବୁକ ପୋଷ୍ଟରେ ପରୋକ୍ଷରେ ସଲମାନଙ୍କୁ ହତ୍ୟା ଧମକ ଦେଇଥିଲା । ବାରମ୍ବାର ସଲମାନ ଖାନଙ୍କୁ ହତ୍ୟା ଧମକ ମିଳୁଥିବାରୁ 2023 ଏପ୍ରିଲ ମାସରେ ସେ ଏକ ଦାମୀ ବୁଲେଟ୍-ପ୍ରୁଫ୍ କାର୍ କିଣିଥିଲେ ।

Last Updated :Apr 14, 2024, 9:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.