ETV Bharat / science-and-technology

ଧମକ ପରେ ସଜାଗ ସଲମାନ, କିଣିଲେ ଏହି ସୁରକ୍ଷାଦାୟକ ଦାମୀ କାର୍

author img

By

Published : Apr 8, 2023, 12:20 PM IST

ସୁରକ୍ଷାଦାୟକ ନିସାନ୍ ପାଟ୍ରୋଲ୍ ବୁଲେଟ୍‌ପ୍ରୁଫ୍ ଏସ୍‌ୟୁଭି(Nissan Patrol Bulletproof SUV) କାର୍ କିଣିଲେ ବଲିଉଡ୍ ଭାଇଜାନ୍ । ବିଦେଶରୁ ଏହି କାର୍ କିଣିବା ପଛର କାରଣ କଣ, ଜାଣନ୍ତୁ...

Salman Khan
Salman Khan

ହାଇଦ୍ରାବାଦ: ବିଦେଶରୁ ସ୍ବତନ୍ତ୍ର ସୁରକ୍ଷାଦାୟକ ବୁଲେଟ୍-ପ୍ରୁଫ୍ କାର୍ କିଣିଲେ ବଲିଉଡ୍ ଭାଇଜାନ ସଲମାନ ଖାନ । ସେ ବିଳାସପୂର୍ଣ୍ଣ, ଦାମୀ ତଥା ସୁରକ୍ଷାଦାୟକ ନିସାନ୍ ପାଟ୍ରୋଲ୍ ବୁଲେଟ୍‌ପ୍ରୁଫ୍ ଏସ୍‌ୟୁଭି(Nissan Patrol Bulletproof SUV) କାର୍ କିଣିଥିବା ଜଣାପଡିଛି । ସଲମାନ ଏହି ଧଳା ରଙ୍ଗର୍ କାର୍‌ ସହ ମୁମ୍ବାଇରେ ଯାଉଥିବା ସମୟରେ ନଜର ଆସିଛନ୍ତି । ତେବେ ତାଙ୍କୁ ବିଦେଶରୁ କାର୍ ମଗାଇବାର କାହିଁକି ଆବଶ୍ୟକତା ପଡିଲା ଏବଂ ଏହି କାର୍‌ର କଣ ରହିଛି ବିଶେଷତା, ଜାଣନ୍ତୁ...

ସଲମାନଙ୍କ ପାଖରେ ପୂର୍ବରୁ ବୁଲେଟପ୍ରୁଫ୍ ଟୟୋଟା ଲ୍ୟାଣ୍ଡ କ୍ରୁଜର LC200 SUV କାର୍ ଥିଲା । ବର୍ତ୍ତମାନ ସେ ନିସାନ ପାଟ୍ରୋଲ ଆଣିଛନ୍ତି । ଏହି କାର୍‌ ଭାରତୀୟ ବଜାରରେ ଉପଲବ୍ଧ ନଥିବାରୁ ସେ ବିଦେଶରୁ ମଗାଇଛନ୍ତି । ନିସାନ ପାଟ୍ରୋଲ ବିଷୟରେ କହିବାକୁ ଗଲେ, ଏହି SUV କାର୍ ଗଲ୍ଫ ଦେଶରେ ବହୁତ ଲୋକପ୍ରିୟ । SUV 5.6-ଲିଟର V8 ଇଞ୍ଜିନ୍ ଦ୍ୱାରା ଚାଳିତ ଯାହା 405hp ଶକ୍ତି ଏବଂ 560Nm ଟର୍କରେ ପ୍ରସ୍ତୁତ । ଏହି କାର୍ ଖରାପ ରାସ୍ତାରେ ଦ୍ରୁତ ତଥା କ୍ଷିପ୍ର ଗତିରେ ଯିବାର କ୍ଷମତା ରହିଛି । ଏଥିସହ ବନ୍ଧୁକର ଗୁଳିକୁ ପ୍ରତିରୋଧ କରିବାର କ୍ଷମତା ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ:- Salman Khan Threat Mail: ଭାଇଜାନଙ୍କୁ ଧମକପୂର୍ଣ୍ଣ ଇ-ମେଲ, ଲେଖା ହୋଇଛି ଆଗକୁ ଝଟକା ମିଳିବ

ସୂଚନା ଅନୁସାରେ, ବଲିଉଡ ଭାଇଜାନ୍, ଦବଙ୍ଗ ହିରୋ ସଲମାନ ଖାନଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଛି । ଏହି କାରଣରୁ ସେ ଏହି ଦାମୀ ବୁଲେଟ୍-ପ୍ରୁଫ୍ କାର୍ କିଣିଛନ୍ତି । ପଞ୍ଜାବ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ ଜେଲ୍‌ରେ ଥାଇ ମଧ୍ୟ ସଲମାନଙ୍କୁ ଖୁଲମ୍ ଖୁଲା ହତ୍ୟା ଧମକ ଦେଉଛି । ଗତ କିଛିଦିନ ହେବ ବିଷ୍ଣୋଇ ଗ୍ୟାଙ୍ଗରୁ ସଲମାନଙ୍କୁ ଇ-ମେଲ୍ ଜରିଆରେ ହତ୍ୟା ଧମକ ଆସିଥିବା ଖବର ଚର୍ଚ୍ଚା ହେଉଥିଲା । କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ୍ ଖାନ କ୍ଷମା ମାଗନ୍ତୁ ବୋଲି ବିଷ୍ଣୋଇ ଦାବି କରିଛି । ଯଦି ସେ ଏହି ସମ୍ବେଦନଶୀଳ ମାମଲାରେ କ୍ଷମା ନମାଗନ୍ତି ତେବେ ତାଙ୍କୁ ଜୀବନରୁ ମାରି ଦିଆଯିବ ବୋଲି ବିଷ୍ଣୋଇ ଏକ ଧମକପୂର୍ଣ୍ଣ ଭିଡିଓ ଜାରି କରିଥିଲା । ଏହାପରେ ମୁମ୍ବାଇ ପୋଲିସ୍ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦେଇଛି ।

ତଥାପି ନିଜର ସୁରକ୍ଷା ପାଇଁ ସଲମାନ ଏହି କାର୍ କ୍ରୟ କରିଛନ୍ତି । ପୂର୍ବରୁ ମଧ୍ୟ ତାଙ୍କ ପାଖରେ ଅନ୍ୟାନ୍ୟ ବିଳାସପୂର୍ଣ୍ଣ ଏବଂ ସୁପର ଏକ୍ସୋଟିକ୍ କାର୍ ଥିଲା, ଯେଉଁଥିରେ ରେଞ୍ଜ ରୋଭର ଅଟୋବାୟୋଗ୍ରାଫି, ଅଡି RS7, ଅଡି A8 L, ମର୍ସିଡିଜ୍-ବେଞ୍ଜ୍ GLE 43 AMG, ମର୍ସିଡିଜ୍-ବେଞ୍ଜ୍ GLS, BMW X6, ପୋର୍ସେ କେୟେନ୍, ଟୟୋଟା ଲ୍ୟାଣ୍ଡ କ୍ରୁଜର, ଲେକ୍ସସ୍ LX ଇତ୍ୟାଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.