ETV Bharat / business

ନିର୍ବାଚନ ପରେ ଗ୍ରାହକଙ୍କୁ ଲାଗିବ ଝଟ୍‌କା, ବଢିପାରେ ରିଚାର୍ଜ ଦର - Mobile Service Cost More

author img

By ETV Bharat Odisha Team

Published : Apr 13, 2024, 9:47 AM IST

ବଢ଼ିପାରେ ମୋବାଇଲ ରିଚାର୍ଜ ଦର
ବଢ଼ିପାରେ ମୋବାଇଲ ରିଚାର୍ଜ ଦର

Mobile Recharge: ମୋବାଇଲ ଫୋନ ରିଚାର୍ଜ ପାଇଁ ଗଣିବାକୁ ପଡ଼ିବ ମୋଟା ଟଙ୍କା । ଜାଣନ୍ତୁ କଣ ରହିଛି ତା ପଛର କାରଣ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ମୋବାଇଲ ରିଚାର୍ଜ ପାଇଁ ଗଣିବାକୁ ପଡ଼ିବ ଅଧିକ ଟଙ୍କା । ଆସନ୍ତା ସାଧାରଣ ନିର୍ବାଚନ ପରେ ବଢ଼ିପାରେ ମୋବାଇଲ ରିଚାର୍ଜ ଦର । ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥାମାନେ ଶୁଳ୍କ ବୃଦ୍ଧି ପାଇଁ ପ୍ରସ୍ତୁତି କରିଥିବା ଜଣାପଡ଼ିଛି । ଏହାର ଅର୍ଥ ହେଉଛି ନିର୍ବାଚନ ପରେ ମୋବାଇଲ୍ ରିଚାର୍ଜ ମହଙ୍ଗା ହେବ । ବ୍ରୋକର ଫାର୍ମ ଏଣ୍ଟିକ ଲି. ଅନୁଯାୟୀ, ନିର୍ବାଚନ ପରେ ଟେଲିକମ୍ କମ୍ପାନୀରେ ରିଚାର୍ଜ ଦର ଉପରେ 15 ରୁ 17 ପ୍ରତିଶତ ବୃଦ୍ଧି ପାଇବାର ଅନୁମାନ କରାଯାଉଛି ।

ସାଧାରଣ ନିର୍ବାଚନ 19 ଏପ୍ରିଲରୁ 1 ଜୁନ୍ ପର୍ଯ୍ୟନ୍ତ 7ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇ ଜୁନ୍ 4ରେ ନିର୍ବାଚନ ଫଳାଫଳ ଆସିବ । ଆଣ୍ଟିକ୍ ଷ୍ଟକ୍ ବ୍ରୋକିଂ ରିପୋର୍ଟ ଅନୁଯାୟୀ, ଟେଲିକମ୍ ଇଣ୍ଡଷ୍ଟ୍ରୀରେ ଏହି ଦର ବୃଦ୍ଧି ପାଇଁ ଅନେକ ସମୟରୁ ଅପେକ୍ଷା କରିଥିଲେ ଯାହା ନିର୍ବାଚନ ପରେ ହେବ ବୋଲି ଅନୁମାନ କରାଯାଉଛି । ଆଣ୍ଟିକ୍ ଲିମିଟେଡ୍ ଅନୁଯାୟୀ, ଏୟାରଟେଲକୁ ସବୁଠାରୁ ଅଧିକ ଲାଭ ହେବ । ତେବେ ଶେଷ ଥର ଡିସେମ୍ବର 2021ରେ ରିଚାର୍ଜ ରେଟରେ 20 ପ୍ରତିଶତ ବୃଦ୍ଧି କରାଯାଇଥିଲା । ତେବେ ଯଦି ନିର୍ବାଚନ ପରେ ଏହି ରେଟରେ ବୃଦ୍ଧି ହୁଏ ତେବେ ତାହା ତିନି ବର୍ଷ ପରେ ହେବା ସହିତ ଦରରେ 15 ରୁ 17 ପ୍ରତିଶତ ବୃଦ୍ଧି ହେବ ।

ଏହା ମଧ୍ୟ ପଢ଼ନ୍ତୁ.... ଚଳିତ ମାସରେ ଭାରତ ଆସିବେ ଏଲନ ମସ୍କ; ମୋଦିଙ୍କୁ ଭେଟିବେ - Elon Musk To Visit India

ପ୍ରକାଶ ଯୋଗ୍ୟ ଯେ, ଯଦି ମୋବାଇଲ ରିଚାର୍ଜରେ 17 ପ୍ରତିଶତ ବୃଦ୍ଧି ହୁଏ, ତେବେ ବୃଦ୍ଧି ପରେ ଗ୍ରାହକଙ୍କର 300 ଟଙ୍କା ପରିବର୍ତ୍ତେ 351 ଟଙ୍କା ଖର୍ଚ୍ଚ ହେବ । ତେବେ ଭାରତର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲର ଏଆରପିୟୁ (ARPU) ହେଉଛି 208 ଟଙ୍କା, ଯାହା 2026-27 ଆର୍ଥିକ ବର୍ଷ ପାଇଁ ରହିଛି । ଯାହାର ଅର୍ଥ ଏୟାରଟେଲ ପ୍ରତି ମାସ ତାର ଜଣେ ଗ୍ରାହକ ଠାରୁ 208 ଟଙ୍କା ଆୟ କରୁଛି । ଯାହା ଦର ବୃଦ୍ଧି ପରେ 286 ହେବାର ସମ୍ଭାବନା ଅଛି ।

ରିପୋର୍ଟ ଅନୁଯାଇ, ଭୋଡାଫୋନ୍ ଆଇଡିଆର ମାର୍କେଟ ସେୟାର ସେପ୍ଟେମ୍ବର 2018ରେ 37.2 ପ୍ରତିଶତରୁ ପ୍ରାୟ ଅଧା ହୋଇ ଡିସେମ୍ବର 2023ରେ 19.3 ପ୍ରତିଶତକୁ ହ୍ରାସ ପାଇଛି । ଏହି ଅବଧିରେ ଏୟାରଟେଲର ମାର୍କେଟ ସେୟାର 29.4 ପ୍ରତିଶତରୁ 33 ପ୍ରତିଶତକୁ ବୃଦ୍ଧି ପାଇଛି । ଏଥି ମଧ୍ୟରେ, ଜିଓର ମାର୍କେଟ ସେୟାର 21.6 ପ୍ରତିଶତରୁ 39.7 ପ୍ରତିଶତକୁ ବୃଦ୍ଧି ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.