ETV Bharat / business

ଚଳିତ ମାସରେ ଭାରତ ଆସିବେ ଏଲନ ମସ୍କ; ମୋଦିଙ୍କୁ ଭେଟିବେ - Elon Musk to visit India

author img

By ETV Bharat Odisha Team

Published : Apr 11, 2024, 8:30 AM IST

ଚଳିତ ମାସରେ ଭାରତ ଆସିବେ ଏଲନ ମସ୍କ; ମୋଦିଙ୍କୁ ଭେଟିବେ
ଚଳିତ ମାସରେ ଭାରତ ଆସିବେ ଏଲନ ମସ୍କ; ମୋଦିଙ୍କୁ ଭେଟିବେ

Elon Musk to visit India: ଚଳିତ ମାସରେ ଭାରତ ଗସ୍ତରେ ଆସିବେ ଟେସଲା ସିଇଓ ଏଲନ ମସ୍କ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ସହ ଭାରତରେ ପୁଞ୍ଜି ନିବେଶ ନେଇ କରିପାରନ୍ତି ବଡ ଘୋଷଣା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ଧନୀ ତଥା ଟେସଲା ସିଇଓ ଏଲନ ମସ୍କ ଚଳିତ ମାସ ଭାରତ ଗସ୍ତରେ ଆସିବେ । ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ଏନେଇ ମସ୍କ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ କହିଛନ୍ତି, ଭାରତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଉତ୍ସାହିତ ଅଛି । ଚଳିତ ମାସ ଶେଷ ବେଳକୁ ମସ୍କ ଭାରତ ଆସି ଏଠାରେ ପୁଞ୍ଜି ନିବେଶ ଏବଂ ଟେସଲାର ଏକ ନୂଆ କାରଖାନା ନିର୍ମାଣ ପାଇଁ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

ତେବେ ଏପ୍ରିଲ ୨୨ରୁ ଆରମ୍ଭ ହେଉଥିବା ସପ୍ତାହରେ ଟେସଲା ମୁଖ୍ୟ ମସ୍କ ଭାରତ ଆସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିପାରନ୍ତି । ଭାରତରେ ମସ୍କ ପୁଞ୍ଜି ବିନିଯୋଗ କରିବା ଏବଂ ଟେସଲାର ଏକ ନୂତନ କାରଖାନା ପ୍ରତିଷ୍ଠା ପାଇଁ ଆଲୋଚନା କରିବା ଏହି ଭେଟଘାଟର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଚର୍ଚ୍ଚା ହେଉଛି । ସେହିପରି ବୈଠକ ପରେ ଭାରତ ପାଇଁ କମ୍ପାନୀର ଯୋଜନା ଉପରେ ସେ ପୃଥକ ଭାବେ ଘୋଷଣା କରିପାରନ୍ତି ।

ପୂର୍ବରୁ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ଏପ୍ରିଲରେ ଟେସଲା ଅଧିକାରୀମାନେ ଭାରତ ଗସ୍ତରେ ଆସି କମ୍ପାନିର ପ୍ରସ୍ତାବିତ ଇଲେକ୍ଟ୍ରିକ ଯାନ ୟୁନିଟ ପ୍ରତିଷ୍ଠା ପାଇଁ ସ୍ଥାନ ଚିହ୍ନଟ କରିବେ । କାରଖାନା ନିର୍ମାଣ ପାଇଁ ମସ୍କ ୨ରୁ ୩ ବିଲିୟନ ଡଲାର ନିବେଶ କରିବାର ଯୋଜନା ରହିଛି । ଏହି କାରଖାନା ପ୍ରତିଷ୍ଠା ଲାଗି ଏକ ଯୌଥ ଉଦ୍ୟୋଗ ସ୍ଥାପନ କରିବାକୁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସହ ଟେସଲା ଆଲୋଚନା କରିପାରେ । ଟେସଲା ଏବେ ସକ୍ରିୟ ଭାବେ ଭାରତର ବିଭିନ୍ନ ସ୍ଥାନରେ ସର୍ବେକ୍ଷଣ କରୁଛି, ଯାହାମଧ୍ୟରେ ଗୁଜୁରାଟ ଏବଂ ମହାରାଷ୍ଟ୍ର କମ୍ପାନୀର ପସନ୍ଦଯୋଗ୍ୟ ସ୍ଥାନ ହୋଇଥିବା ରିପୋର୍ଟରେ ଦାବି କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ସାମିଲ ହେବା ଉଚିତ: ମସ୍କ

ଏହା ପୂର୍ବରୁ ଏଲନ ମସ୍କ କହିଥିଲେ, ''ବର୍ତ୍ତମାନ ଭାରତ ବିଶ୍ବର ସବୁଠୁ ଜନସଂଖ୍ୟା ବହୁଳ ଦେଶ । ଅନ୍ୟ ଦେଶଗୁଡିକ ଭଳି ଭାରତରେ ମଧ୍ୟ ଇଲେକ୍ଟ୍ରିକ କାର୍ ରହିବା ଆବଶ୍ୟକ । ଟେସଲା ଭାରତରେ ଇଲେକ୍ଟ୍ରିକ ଯାନ ଯୋଗାଇବା ଦିଗରେ ଆଗକୁ ବଢୁଛି ।'' ସେହିପରି କେନ୍ଦ୍ର ସରକାର ମଧ୍ୟ ମାର୍ଚ୍ଚରେ ଏକ ନୂତନ ଇଲେକ୍ଟ୍ରିକ ଯାନ ପଲିସି ଆଣିଥିଲେ, ଯାହାର ଉଦ୍ଦେଶ୍ୟ ଇ-ଯାନ ପାଇଁ ବିଶ୍ବ ଉତ୍ପାଦନ ହବ୍ ଭାବେ ଭାରତକୁ ପ୍ରୋତ୍ସାହିତ କରିବା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.