ETV Bharat / business

କମିଲା ସୁନା ଦର ! ଜାଣନ୍ତୁ ଆଜି କେତେ ରହିଛି ଦାମ - Today Gold Price In Odisha

author img

By ETV Bharat Odisha Team

Published : Apr 13, 2024, 1:49 PM IST

କମିଲା ସୁନା ଦର !
କମିଲା ସୁନା ଦର !

Gold Price In Odisha: କମିଲା ସୁନା ଦାମ । ବଢି ଚାଲିଥିବା ସୁନା ଦରରେ ଲାଗିଲା ବ୍ରେକ । ଜାଣନ୍ତୁ ଆଜି କେଉଁ ସହରରେ କେତେ ଟଙ୍କା ରହିଛି ସୁନାର ଦାମ

ମୁମ୍ବାଇ: ଦେଶରେ ଦ୍ରୁତ ବେଗରେ ବଢିଚାଲିଥିବା ସୁନା ଦରରେ ଲାଗିଛି ବ୍ରେକ । ଆଜି ଭାରତରେ ସୁନା ଦରରେ ହ୍ରାସ ଘଟିଛି । ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ମୂଲ୍ୟ ସହ 22 କ୍ୟାରେଟ୍ ସୁନା ମୂଲ୍ୟରେ ହ୍ରାସ ଘଟିଛି । ତେବେ ସୁନା ସହ ରୂପାର ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ରୂପା କିଲୋଗ୍ରାମ ପିଛା 85,500 ଟଙ୍କା ରହିଛି ।

କେଉଁ ସହରରେ ସୁନାର ମୂଲ୍ୟ କେତେ ରହିଛି ଜାଣନ୍ତୁ -

ଭୁବନେଶ୍ବର : 13 ଏପ୍ରିଲ 2024ରେ ଭୁବନେଶ୍ବରରେ 10 ଗ୍ରାମ ପିଛା 24 କ୍ୟାରେଟ୍ ସୁନା ମୂଲ୍ୟ 72,550 ଟଙ୍କା ରହିଛି । ସେହିପରି ୧୦ ଗ୍ରାମ ପିଛା 22 କ୍ୟାରେଟ୍ ସୁନା ମୂଲ୍ୟ 66,500 ଟଙ୍କା ରହିଛି । ଗତକାଲି (ଶୁକ୍ରବାର) ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ମୂଲ୍ୟ 73,310 ଟଙ୍କା ଥିବା ବେଳେ ଆଜି ସୁନାର ମୂଲ୍ୟରେ 760 ଟଙ୍କା ହ୍ରାସ ଘଟିଛି । ସେହପରି ଗତକାଲି ୧୦ ଗ୍ରାମ ପିଛା 22 କ୍ୟାରେଟ୍ ସୁନା ମୂଲ୍ୟରେ 67,200 ଟଙ୍କା ରହିଥିଲା । ଆଜି ଏହି ମୂଲ୍ୟରେ 700 ଟଙ୍କା ହ୍ରାସ ହୋଇଛି ।

ଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ 10 ଗ୍ରାମ ପିଛା 24 କ୍ୟାରେଟ୍ ସୁନା ମୂଲ୍ୟ 72,700 ଟଙ୍କା ରହିଥିବା ବେଳେ 10 ଗ୍ରାମ ପିଛା 22 କ୍ୟାରେଟ୍ ସୁନା ମୂଲ୍ୟ 66,650 ଟଙ୍କା ରହିଛି ।

ମୁମ୍ବାଇ: ମାୟା ନଗରୀ ମୁମ୍ବାଇରେ ଆଜି 10 ଗ୍ରାମ ପିଛା 24 କ୍ୟାରେଟ୍ ସୁନା ମୂଲ୍ୟ 72,550 ଟଙ୍କା ରହିଛି । ସେହିପରି 10 ଗ୍ରାମ ପିଛା 22 କ୍ୟାରେଟ୍ ସୁନାର ମୂଲ୍ୟ 66,500 ଟଙ୍କା ରହିଛି ।

ହାଇଦ୍ରାବାଦ: ଆଜି ହାଇଦ୍ରାବାଦରେ 10 ଗ୍ରାମ ପିଛା 24 କ୍ୟାରେଟ୍ ସୁନା ମୂଲ୍ୟ 75,150 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ 68,837 ଟଙ୍କା ରହିଛି ।

ବେଙ୍ଗାଲୁର: ଆଜି ବେଙ୍ଗାଲୁରରେ 10 ଗ୍ରାମ ପିଛା 24 କ୍ୟାରେଟ୍ ସୁନା ମୂଲ୍ୟ 72,550 ଟଙ୍କା ରହିଛି । 22 କ୍ୟାରେଟ୍ ସୁନାର ମୂଲ୍ୟ 66,500 ଟଙ୍କା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...୭୫,୦୦୦ ଟଙ୍କା ଛୁଇଁବ ସୁନା ଦର ! ଏକ୍ସପର୍ଟଙ୍କ ଆକଳନ - Gold Price

କୋଲକାତା: କୋଲକାତାରେ ଆଜି 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା ଟଙ୍କା 72,550 ରହିଛି । 22 କ୍ୟାରେଟ୍ ସୁନାର ମୂଲ୍ୟ 66,500 ଟଙ୍କା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.