ETV Bharat / bharat

ମେ 1 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - Horoscope

author img

By ETV Bharat Odisha Team

Published : May 1, 2024, 12:03 AM IST

Horoscope
Horoscope

Horoscope Of 1ST May: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ମେଷ: ଆଜି ଏକ ଶୁଭଦିନ ଅଟେ । କିଛି ଅଘଟଣ ଯୋଗୁଁ ଆପଣ ଉତ୍ତେଜିତ ହୋଇପାରନ୍ତି । ଆଜି ଆପଣ କାମ ଓ ପରିବାର ମଧ୍ୟରେ ସନ୍ତୁଳନତା ରକ୍ଷା କରିବାକୁ ଚେଷ୍ଟା କରିବେ । ଆପଣଙ୍କ ପିଲାମାନେ ଏହା କରିବାକୁ ପାଇଁ ଆପଣଙ୍କୁ ପ୍ରବର୍ତ୍ତାଇ ପାରନ୍ତି ।

ବୃଷ: ନିଜ ମନକୁ ପ୍ରଫୁଲ୍ଲିତ କରିବା ପାଇଁ କୌଣସି ମନ୍ଦିରକୁ ଯାଇ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିପାରନ୍ତି । ଆଜି ପ୍ରେମ ଆପଣଙ୍କ ନିକଟକୁ ଆସିବ । ଅପରାହ୍‍ଣରେ ଆପଣ ଖୁସି ଓ ଖୋଲା ମନ ହୋଇ ବଞ୍ଚିବେ । ସଂଧ୍ୟା ସମୟରେ ଆପଣ ମନ ପ୍ରେମମୟ ରହିବ କାରଣ ଆପଣ ପ୍ରିୟଜନଙ୍କ ପ୍ରତି ଧ୍ୟାନ ଦେବେ ।

ମିଥୁନ: ଆପଣ ଆଜି ଅନୁଭବ କରିବେ ଯେ ଆପଣଙ୍କ ପେଶାଦାର ଆବଶ୍ୟକତା ଠାରୁ ଆପଣଙ୍କ ବ୍ୟକ୍ତିଗତ ଜୀବନ ଅଧିକ ଗୁରୁତ୍ଵପୂର୍ଣ୍ଣ । ସେଥିପାଇଁ ଆପଣ ନିଜ ପରିବାର ସଦସ୍ୟ ଓ ସେମାନଙ୍କ ଆବଶ୍ୟକତାଗୁଡିକ ଉପରେ ଅଧିକ ଧ୍ୟାନ ଦେବେ । ଏହି ଦିନ ହସ ଉଲ୍ଲାସରେ ଭରିଯିବ ।

କର୍କଟ: ପ୍ରତ୍ୟେକ କ୍ଷେତ୍ର, ବ୍ୟକ୍ତିଗତ, ପେଶାଗତ କିମ୍ୱା ସାମାଜିକ ହେଉ, ଆପଣ ପ୍ରକୃତରେ ପ୍ରଭାବଶୀଳ ରହିବେ । ବିପୁଳ ଅର୍ଥ ଲାଭ ହେବ, ପେଶାଦାରଙ୍କ ପାଇଁ ପଦୋନ୍ନତି ଏବଂ ଦରମାରେ ବୃଦ୍ଧି ମଧ୍ୟ ହୋଇପାରେ । ଆଜି କୌଣସି ପ୍ରକାର ଭୂଲ ହେବ ନାହିଁ । କାର୍ଯ୍ୟର ଗୁଣବତ୍ତାରେ କମ୍‌ ନ ହୋଇ ସମସ୍ତ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟ ସୀମାରେ ସମାପ୍ତ ହୋଇପାରିବ, ଫଳରେ ଅଫିସ୍‌ର ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରଭାବିତ ହେବେ ।

ସିଂହ: ଆଜି ସମସ୍ତ ଦୃଷ୍ଟିକୋଣରୁ ନକ୍ଷତ୍ରଗଣ ଆପଣଙ୍କ ସପକ୍ଷରେ ଅଛନ୍ତି । ଘରେ, ପରିବେଶ ବନ୍ଧୁତ୍ୱପୁର୍ଣ୍ଣ ଏବଂ ଶାନ୍ତ ରହିବ ଏବଂ ଅଫିସ୍‌ରେ ପରିବେଶ ଅନୁକୂଳ ରହିବ । ଅବଶ୍ୟ, ଜଙ୍କ୍‌ ଖାଦ୍ୟ ଏବଂ ରେଷ୍ଟୁରାଣ୍ଟ୍‌ରୁ ଦୂରେଇ ରହନ୍ତୁ, ଫଳରେ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ବ୍ୟବସାୟୀ ମାନଙ୍କ ପାଇଁ ଲାଭଦାୟକ ହେବ ଏବଂ ଭଲ ଭାଗ୍ୟ ଆଣିଦେବ ।

କନ୍ୟା: ଆଜିର ଦିନ ଅସୁବିଧା ଏବଂ କଷ୍ଟ ଭରା ରହିବ । ଯଦି ଆପଣ ମନ, ଶରୀର ଏବଂ ମନୋବୃତ୍ତି ଆଶାବାଦୀ ରଖିବାରେ ସଫଳ ହେବେ, ତେବେ ଆଜିର ସମସ୍ତ ପ୍ରତିବନ୍ଧକ ଅତିକ୍ରମ କରିପାରିବେ । ବ୍ୟକ୍ତିଗତ ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ଏକ ପରୀକ୍ଷାର ଦିନ ରହିବ ଯେହେତୁ ଆପଣଙ୍କର ମାଆଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ପରିବାର ସଦସ୍ୟ ଯଶ ହାନୀ ହୋଇପାରେ, ଟଙ୍କା ଅତ୍ୟଧିକ ଖର୍ଚ୍ଚ ହୋଇପାରେ ।

ତୁଳା: ଆଜି ଦିନଟି ଶୁଭପ୍ରଦ ହେବ । ସମସ୍ତ ଆରମ୍ଭ ଭଲରେ ଶେଷ ହୋଇ ନଥାଏ । ଯଦି ଆପଣ ନୂଆ କାର୍ଯ୍ୟ କିମ୍ୱା ନୂଆ ପ୍ରକଳ୍ପ ଆରମ୍ବ କରିବାକୁ ଚିନ୍ତା କରୁଛନ୍ତି, ତେବେ ସକାଳ ସମୟରେ ହିଁ ଆରମ୍ଭ କରନ୍ତୁ, ଏହା ଫଳପ୍ରଦ ହୋଇପାରେ । ଅପରାହ୍ନରେ, ଆପଣ ଶାରିରୀକ ଏବଂ ମାନସିକ ଭାବରେ କ୍ଲାନ୍ତ ଅନୁଭବ କରିପାରନ୍ତି ।

ବିଛା: ଆଜିର ଦିନ ହତାଶରେ ଆରମ୍ଭ ହେବ ଏବଂ ଆଶାବାଦୀରେ ଶେଷ ହେବ । ସକାଳରେ ସବୁ ଦୃଷ୍ଟିକୋଣରୁ କଷ୍ଟକର ହେବ । ଅଧିକ କାର୍ଯ୍ୟଭାର ଏବଂ ଆଶାନୁରୁପ ଫଳ ପ୍ରାପ୍ତ ନକରିବା ଆପଣଙ୍କ ଉତ୍ସାହକୁ କମ୍‌ କରିଦେବ । କିନ୍ତୁ, ଅପେକ୍ଷା କରନ୍ତୁ, ସନ୍ଧ୍ୟା ବେଳକୁ ପରିସ୍ଥିତିରେ ଉନ୍ନତି ହେବ । ଘରେ ଆପଣ କଳହ ଏବଂ ଅର୍ଥହୀନ ଯୁକ୍ତିତର୍କରୁ ଦୁରେଇ ରହନ୍ତୁ ।

ଧନୁ: ଆପଣ ହସ୍ତଶିଳ୍ପ ଦ୍ଵାରା ବିମୋହିତ ହେବେ ଓ ଏହାକୁ ଆପଣଙ୍କ ବ୍ୟବସାୟ ଭାବେ ଗ୍ରହଣ କରିବା ଯୋଜନା କରିପାରନ୍ତି । ଆପଣ ଜଣେ ପାରିବାରିକ ବ୍ୟକ୍ତି ଓ ଆପଣଙ୍କ ପ୍ରିୟଜନଙ୍କୁ ଧ୍ୟାନ ଦିଅନ୍ତି । ଆପଣଙ୍କ ପ୍ରେମ ବଢିପାରେ ।

ମକର: କାର୍ଯ୍ୟର ମିଠାଫଳ ପାଇବେ । ମନପ୍ରାଣ ଲଗାଇ କାର୍ଯ୍ୟ କରିବେ, ସବୁ କାର୍ଯ୍ୟରେ ସଫଳତା ପାଇବେ । ଆଜି ସମର୍ପଣର କଳା ଶିଖିବେ । ଏହା କେବଳ ଆପଣଙ୍କ କାନ୍ଧରୁ ଚାପ କମାଇବ ତାହା ନୁହେଁ, ଶେଷ ଫଳାଫଳର ପରିମାଣ ମଧ୍ୟ ବଢିବ ।

କୁମ୍ଭ: ଆପଣଙ୍କ ଉପର ଅଧିକାରୀମାନଙ୍କ କ୍ରୋଧର ଶିକାର ଆପଣ ଆଜି ହୋଇପାରନ୍ତି, ସେଥିପାଇଁ ସତର୍କ ରୁହନ୍ତୁ । ନିରାଶାର କଥା ହେଉଛି, ଆପଣଙ୍କ ସହକର୍ମୀମାନେ ମଧ୍ୟ ଅଧାମନରେ ଆପଣଙ୍କୁ ସମର୍ଥନ ଦେବେ । କିନ୍ତୁ ସଂଧ୍ୟା ସମୟରେ ଆପଣ ଯାହା ଇଚ୍ଛା କରନ୍ତୁ । ବାହାରେ ଯାଇ ଖିଆ ପିଆ କରନ୍ତି ଓ ବୁଲାବୁଲି କରନ୍ତୁ ।

ମୀନ: ଆଜି ଆପଣ ଯେଉଁ ଟଙ୍କା କାରବାର କରିବେ ସେଥିରେ ଠିକ ଭାବେ ହିସାବ ଓ ମୂଲ୍ୟାୟନ କରନ୍ତୁ । କୌଣସି କାର୍ଯ୍ୟ କରିବା ପୂର୍ବରୁ 2 ଥର ଭାବନ୍ତୁ । କାର୍ଯ୍ୟରେ ଆପଣଙ୍କ ବେଗ କମାନ୍ତୁ, କାରଣ ପରେ ଅଧିକ ବିଳମ୍ଵ ହୋଇଯାଇପାରେ । ସଂଧ୍ୟା ସମୟରେ ଆପଣ କିଣାକିଣିରେ କିମ୍ଵା ଲଳିତ କଳାର ପ୍ରଶଂସାରେ ନିଜକୁ ସମ୍ପୃକ୍ତ କରିପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.