ETV Bharat / bharat

କେସିଆରଙ୍କୁ ନିର୍ବାଚନ ଆୟୋଗ ଛାଟ, 48 ଘଣ୍ଟା କରିପାରିବେନି ପ୍ରଚାର - KC Rao Banned

author img

By ETV Bharat Odisha Team

Published : May 1, 2024, 9:32 PM IST

KC Rao Banned
KC Rao Banned

KC Rao Banned: ପ୍ରଚାର ପାଇଁ କେସିଆରଙ୍କୁ ୪୮ ଘଣ୍ଟା ଯାଏଁ ବ୍ୟାନ୍ କଲେ ନିର୍ବାଚନ ଆୟୋଗ । ଜାଣନ୍ତୁ କାରଣ

ହାଇଦ୍ରାବାଦ: ୪୮ ଘଣ୍ଟା ଯାଏଁ ପ୍ରଚାର କରିପାରିବେନି ବିଆରଏସ ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓ । କେ ଚନ୍ଦ୍ରଶେଖରଙ୍କ ପ୍ରଚାରକୁ ୪୮ ଘଣ୍ଟା ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ । କଂଗ୍ରେସ ବିରୋଧରେ ଦିଆଯାଇଥିବା ମନ୍ତବ୍ୟ ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି । ପ୍ରଚାର ବେଳେ ବିଆରଏସ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରିଥିବା ନେଇ ଅଭିଯୋଗ ହୋଇଥିଲା । କେ ଚନ୍ଦ୍ରଶେଖର ରାଓ ନିର୍ବାଚନୀ ପ୍ରଚାର ସମୟରେ କଂଗ୍ରେସ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ ।

ଏପ୍ରିଲ ୫ ତାରିଖରେ ସିରିକିଲାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ ନେଇ ଅଭିଯୋଗ ହୋଇଥିଲା । ଏନେଇ ବିଆରଏସ ସୁପ୍ରିମୋଙ୍କ ନାଁରେ ଅଭିଯୋଗ ଆଣିଥିଲା କଂଗ୍ରେସ । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମୁତାବକ ତେଲେଙ୍ଗନା ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ୪୮ ଘଣ୍ଟା ଯାଏଁ କୌଣସି ପ୍ରଚାର କରିପାରିବେ ନାହିଁ । ରାତି ୮ଟାରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଛି । କଂଗ୍ରେସ ନେତା ରଣଦୀପ ସିଂହ ସୁରଜେୱାଲାଙ୍କ ପରେ କେସିଆର ହେଉଛନ୍ତି ଦ୍ବିତୀୟ ନେତା ଯାହାଙ୍କ ଉପରେ ଚଳିତ ଲୋକସଭା ନିର୍ବାଚନ ବେଳେ ପ୍ରଚାର ପାଇଁ ୪୮ଘଣ୍ଟା ବ୍ୟାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...AAPର ନିର୍ବାଚନୀ ପ୍ରଚାର ଗୀତ ଉପରେ ECଙ୍କ ରୋକ, କଣ କହିଲେ ଆତିଶୀ - Atishi On ECI Notice

ଏହା ମଧ୍ୟ ପଢନ୍ତୁ...ଧର୍ମ ନାଁରେ ମାଗୁଥିଲେ ଭୋଟ, ବିଜେପି ସାଂସଦ ତେଜସ୍ବୀଙ୍କ ନାଁରେ ମାମଲା - Case Filed Against Tejasvi Surya

ଏପ୍ରିଲ ୬ ତାରିଖରେ ନିର୍ବାଚନ ଆୟୋଗଙ୍କ ନିକଟରେ କେସିଆରଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା । ସିରସିଲା ସଭାରେ କଂଗ୍ରେସ ବିରୋଧରେ କେସିଆର ଅପମାନଜନକ ଟିପ୍ପଣୀ ଦେଇଥିବା ଅଭିଯୋଗ ହୋଇଥିଲା । ଜଣେ କଂଗ୍ରେସ ବିଧାୟକଙ୍କ ବିରୋଧରେ ପରୋକ୍ଷରେ କଡ଼ା ଟିପ୍ପଣୀ ଦେଇଥିଲେ କେସିଆର । ସେହିପରି କଂଗ୍ରେସ ସରକାରକୁ 'ଲତଖୋରୋ' ସରକାର କହିବା ସହ କଂଗ୍ରେସ ନେତାମାନଙ୍କୁ 'କୁତୋ କି ଔଲାଦ' କହିଛନ୍ତି କେସିଆର । ଏଭଳି ଆପତ୍ତିଜନକ ଶବ୍ଦ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ପହଞ୍ଚିବା ପରେ ସେ କେସିଆରଙ୍କୁ ଜବାବ ମାଗିଥିଲେ । ଉଚିତ ଜବାବ ନଦେଇ ପାରିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ବର୍ତ୍ତମାନ କେସିଆରଙ୍କ ଟିପ୍ପଣୀକୁ ନେଇ ହସ୍ତକ୍ଷେପ କରି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ ଆୟୋଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.