ETV Bharat / bharat

AAPର ନିର୍ବାଚନୀ ପ୍ରଚାର ଗୀତ ଉପରେ ECଙ୍କ ରୋକ, କଣ କହିଲେ ଆତିଶୀ - Atishi on ECI Notice

author img

By ETV Bharat Odisha Team

Published : Apr 28, 2024, 6:01 PM IST

ATISHI ON ECI NOTICE: ଆମ ଆଦମୀ ପାର୍ଟିର ନିର୍ବାଚନୀ ପ୍ରଚାର ଗୀତକୁ ବ୍ୟାନ କଲେ ନିର୍ବାଚନ ଆଯୋଗ । ଏହା ବିଜେପିର ଷଡ଼ଯନ୍ତ୍ର ବୋଲି କହି ବର୍ଷିଛନ୍ତି ଦଳୀୟ ନେତ୍ରୀ ଆତିଶୀ । ଆଉ କଣ କହିଲେ ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର

Etv Bharat
Etv Bharat

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (AAP)ର ନିର୍ବାଚନୀ ପ୍ରଚାର ଗୀତ 'ଜେଲ‌୍‌ କେ ଜୱାବ ମେଁ ହମ୍‌ ଭୋଟ୍‌ ଦେଙ୍ଗେ' ଉପରେ ରୋକ ଲଗାଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ଏହା ପରେ ଜବାବ ରଖିଛନ୍ତି ଆପ୍‌ ନେତ୍ରୀ ଆତିଶୀ । କେନ୍ଦ୍ରର ବିଜେପି ସରକାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ଭୟଭୀତ । ଏଥିଲାଗି ପ୍ରଥମେ ତାଙ୍କ ବିରୋଧରେ ମିଛ ମାମଲା ଆଣି ଗିରଫ କଲେ, ଏବେ ଆପ୍‌ ଯେପରି ନିର୍ବାଚନୀ ପ୍ରଚାର ନ କରିପାରିବ ସେଥିଲାଗି ନିର୍ବାଚନୀ ପ୍ରଚାର ଗୀତକୁ ବ୍ୟାନ କରିଥିବା ଆତିଶି ଅଭିଯୋଗ କରିଛନ୍ତି ।

ଆତିଶି ଅଭିଯୋଗ କରି କହିଛନ୍ତି, "ବିଜେପି ପ୍ରତିଦିନ ସମସ୍ତ ନୀତି ନିୟମର ଉଲ୍ଲଙ୍ଘନ କରିଚାଲିଛି । ଏହା ପ୍ରଥମ ହୋଇଥିବ ଯେ ନିର୍ବାଚନ ଆୟୋଗ କୌଣସି ଦଳର ନିର୍ବାଚନୀ ପ୍ରଚାର ଗୀତକୁ ବ୍ୟାନ କରିଛନ୍ତି । ଏହି ଗୀତରେ ତାନାସାହି ଶବ୍ଦର ବ୍ୟବହାର କରାଯାଇଛି । ଏଥିରେ ବିଜେପିର ନାଁ ମଧ୍ୟ ନାହିଁ । କିନ୍ତୁ ଇସିଆଇ କହିଛନ୍ତି ଯେ ଏହି ଗୀତରେ ବିରୋଧୀଙ୍କୁ ସମାଲୋଚନା କରାଯାଇଛି । ତେବେ ପରୋକ୍ଷରେ ଇସିଆଇ ମଧ୍ୟ ସ୍ବୀକାର କରିଛନ୍ତି ଯେ ବିଜେପି ଦେଶରେ ତାନାସାହି ଚଲାଉଛି । ବିଜେପି ଯେତେବେଳେ କେନ୍ଦ୍ରୀୟ ଏଜେନ୍ସି ଇଡି, ସିବିଆଇ ମାଧ୍ୟମରେ ବିରୋଧୀ ନେତାଙ୍କୁ ଗିରଫ କରୁଛି, ସେତେବେଳେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । କିନ୍ତୁ ଏହି କଥାକୁ ଆପ୍‌ ନିର୍ବାଚନୀ ପ୍ରଚାର ଗୀତରେ ଲେଖିବା ପରେ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ବିଜେପି ବିରୋଧୀ ଦଳଙ୍କ ନିର୍ବାଚନୀ ପ୍ରଚାର ଉପରେ ତାନାସାହି ଆରମ୍ଭ କରିଛି । ଏହା ଆଉ ଏକ ଗଣତନ୍ତ୍ରର ହତ୍ୟା ।"

ଏହା ବି ପଢନ୍ତୁ- ପ୍ରଚାର ମଇଦାନରେ କେଜ୍ରିୱାଲଙ୍କ ପତ୍ନୀ ସୁନୀତା, AAP ପାଇଁ ମାଗିଲେ ଭୋଟ୍‌

ଆତିଶୀ ଆହୁରି କହିଛନ୍ତି, "ଆମେ ECI ନୋଟିସର ଜବାବ ଦେବୁ । କୌଣସି ସ୍ଥାନରେ ବିଜେପିର ନାମ ନାହିଁ । ଯେତେବେଳେ ଆମେ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀର ଫଟୋ ଦେଖାଇଥାଉ, ତାହା ଏକ ବାସ୍ତବ ଫଟୋ । ମନୀଷ ସିସୋଦିଆଙ୍କ ସହିତ ଅସଦାଚରଣ ହେଉଥିବା ଦର୍ଶାଇଥାଉ । ଯଦି ଆମ ଆଦମୀ ପାର୍ଟି କର୍ମୀଙ୍କୁ ବିରୋଧ ପ୍ରଦର୍ଶନ ସମୟରେ ପୋଲିସ ଅତି ନିର୍ମମ ଭାବରେ ଉଠାଇଥିବାର ଏକ ଭିଡିଓ ଦେଖାଯାଏ, ତେବେ ଏହା ସତ । ନିର୍ବାଚନ ଆୟୋଗ ଚାହୁଁଛନ୍ତି କି ଦେଶକୁ ସତ୍ୟ ଦେଖା ନ ଯାଉ ?"

ଆପ୍‌ ନେତ୍ରୀ ଆତିଶୀ ଆହୁରି କହିଛନ୍ତି, "ବିରୋଧୀ ଦଳର ନେତାଙ୍କୁ ଯେପରି ଜେଲକୁ ପଠାଯାଉଛି, କଂଗ୍ରେସ ଦଳର ଆକାଉଣ୍ଟ ସିଜ୍‌ କରାଯିବା, ଯେପରି ଆମ ଆଦମୀ ପାର୍ଟିର ନିର୍ବାଚନୀ ପ୍ରଚାର ଗୀତକୁ ନିଷେଧ କରିବା, ଏହା ବିଜେପିର ଏକଛତ୍ରବାଦୀ ଶାସନକୁ ଦର୍ଶାଉଛି । ମୁଁ ECIର ତିନିଜଣ ସଦସ୍ୟଙ୍କୁ ମନେ ପକାଇବାକୁ ଚାହୁଁଛି ଯେ ଏହା ନ ହେଉ ଯେ କିଛି ବର୍ଷ ପରେ 2024 ନିର୍ବାଚନ ହୋଇଥିଲା, ଯେଉଁଥିରେ ଭାରତର ଗଣତନ୍ତ୍ର ଶେଷ ହୋଇଯାଇଥିଲା ବୋଲି କୁହାଯାଉ । ମୁଁ ଅପିଲ୍‌ କରୁଛି ଯେ ବିଜେପି ପ୍ରତିଦିନ ଯେପରି ଆଚରଣ ବିଧି ଉଲ୍ଲଘଂନ କରୁଛି, ତାହା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.