ପ୍ରଚାର ମଇଦାନରେ କେଜ୍ରିୱାଲଙ୍କ ପତ୍ନୀ ସୁନୀତା, AAP ପାଇଁ ମାଗିଲେ ଭୋଟ୍‌ - Sunita Kejriwal Roadshow

By ETV Bharat Odisha Team

Published : Apr 27, 2024, 9:22 PM IST

thumbnail

SUNITA KEJRIWAL ROADSHOW: ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ବନ୍ଦୀ ଅଛନ୍ତି ଆପ୍‌ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏଭଳି ସ୍ଥିତିରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପତ୍ନୀ ସୁନୀତା କେଜ୍ରିୱାଲ । ସ୍ବାମୀ ଗିରଫ ହେବା ପରେ ଲଗାତାର ଭାବେ ଶିରୋନାମାରେ ରହିଛନ୍ତି ସୁନୀତା । ଦିଲ୍ଲୀ (ପୂର୍ବ) ଆପ୍‌ ପ୍ରାର୍ଥୀଙ୍କ ସମର୍ଥନ କରିବା ଲାଗି ଜନତା ଜନାର୍ଦ୍ଦନଙ୍କୁ ଅନୁରୋଧ କରିଛନ୍ତି ସୁନୀତା । ଏହି ଅବସରରେ ସେ ଦିଲ୍ଲୀ ପୂର୍ବ ନିର୍ବାଚନମଣ୍ଡଳୀର କୋଣ୍ଡଲି ଅଞ୍ଚଳରେ ରୋଡ ଶୋ' କରିଥିବା ଦେଖିବାକୁ ମିଳିଛି ।  

ଏହା ବି ପଢନ୍ତୁ- ଆଜି ଦିଲ୍ଲୀରେ ସୁନିତାଙ୍କ ରୋଡ ସୋ, ଗୁଜୁରାଟ ଓ ପଞ୍ଜାବରେ ମଧ୍ୟ ଧରିବେ ଦଳୀୟ ପ୍ରଚାର ମଙ୍ଗ 

ସୁନୀତା କହିଛନ୍ତି, "ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସ୍କୁଲ, ନିଶୁଳ୍କ ଶିକ୍ଷା, ବିଦ୍ୟୁତ ଓ ମୋହଲ୍ଲା କ୍ଲିନିକ ନିର୍ମାଣ କରିଥିବା ଯୋଗୁଁ ଜେଲରେ ଅଛନ୍ତି । ଗଣତନ୍ତ୍ରକୁ ରକ୍ଷା କରିବା ଲାଗି ଆମକୁ ଭୋଟ ଦେବାକୁ ପଡ଼ିବ ।" ସୁନୀତା ସାଉଥ ଦିଲ୍ଲୀ, ନ୍ୟୁଦିଲ୍ଲୀ ନିର୍ବାଚନମଣ୍ଡଳୀ ସମେତ ଗୁଜୁରାଟ, ହରିୟାଣା ଓ ପଞ୍ଜାବରେ ପ୍ରଚାର କରିବେ ବୋଲି ଆପ୍‌ ନେତା ସୂଚନା ଦେଇଛନ୍ତି ।    

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.