ETV Bharat / bharat

ସୁପ୍ରିମକୋର୍ଟରେ କୋଭିସିଲ୍ଡ ଟିକା ମାମଲା: କୁପ୍ରଭାବର ତୁରନ୍ତ ଯାଞ୍ଚ ସହ କ୍ଷତିପୂରଣ ଦାବି - Covishield Side Effects Plea In SC

author img

By ETV Bharat Odisha Team

Published : May 1, 2024, 4:06 PM IST

Covishield Side Effects Plea I
Covishield Side Effects Plea I

Covishield Side Effects Plea In SC: ସୁପ୍ରିମକୋର୍ଟରେ ପହଞ୍ଚିଲା କୋଭିସିଲ୍ଡ ଟିକା ମାମଲା । ପାର୍ଶ୍ବ ପ୍ରତିକ୍ରିୟା ନେଇ ତୁରନ୍ତ ଯାଞ୍ଚ କରିବାକୁ ଆବେଦନ କରାଯାଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲା କୋଭିସିଲ୍ଡ ଟିକା ମାମଲା । ଏମ୍ସ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ତତ୍ତ୍ବାବଧାନରେ ଏକ ମେଡିକାଲ ଏକ୍ସପର୍ଟ ଟିମ୍ ଗଠନ କରିବାକୁ ଆବେଦନରେ ଦର୍ଶାଯାଇଛି । ଆଇନଜୀବୀ ବିଶାଲ ତ୍ବିୱାରୀ ଏହି ପିଟିସନ ଦାୟର କରିଛନ୍ତି । କୋଭିସିଲ୍ଡ ଟିକାର କୁପ୍ରଭାବ କ'ଣ ରହିଛି ଏହି ଟିମ ଦ୍ବାରା ତାହାର ଯାଞ୍ଚ ପାଇଁ ସେ ପିଟିସନରେ ଉଲ୍ଲେଖ କରିଛନ୍ତି ।

ଟିକାର ପାର୍ଶ୍ବ ପ୍ରତିକ୍ରିୟା:

ଟିକା ପ୍ରସ୍ତୁତକାରୀ କମ୍ପାନୀର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଏହି ଟିକାକୁ ନେଇ ଖୁବ କମ୍ ଲୋକଙ୍କ କ୍ଷେତ୍ରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଉଛି । କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ରକ୍ତରେ ଥିବା ପ୍ଲେଟଲେଟର ସଂଖ୍ୟା ହ୍ରାସ ପାଇବା ସହ ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ଦେଖାଦେଇପାରେ । ଏହି ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ଆଷ୍ଟ୍ରୋଜେନିକା ମଧ୍ୟ ସ୍ବୀକାର କରିଛି ଯେ କୋଭିସିଲ୍ଡ ଟିକାର ପାର୍ଶ୍ବ ପ୍ରତିକ୍ରିୟା ଥାଇପାରେ ।

ଲୋକଙ୍କୁ ଦିଆଯାଇଛି କୋଭିସିଲ୍ଡ ଟିକାର ୧୭୫ କୋଟି ଡୋଜ୍: ମହାମାରୀ କୋରୋନା ସମୟରେ ଆଷ୍ଟ୍ରୋଜେନିକା ପକ୍ଷରୁ ପ୍ରସ୍ତୁତ କୋଭିସିଲ୍ଡ ଟିକା ପାଇଁ ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ସହ ମିଶି ଏହି କମ୍ପାନୀ ଟିକା ଉତ୍ପାଦନ କରିଥିଲା । ଏନେଇ ପିଟିସନରେ ଦର୍ଶାଯାଇଛି ଯେ, ପାଖାପାଖି ୧୭୫ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କୁ ଏହି ଟିକା ଦିଆଯାଇଛି ।

ସରକାର ତୁରନ୍ତ ଧ୍ୟାନ ଦେବାକୁ ନିର୍ଦ୍ଦେଶ: ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରେ ଦର୍ଶାଯାଇଛି ଯେ, କୋଭିଡ ପରେ ପରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ବଢିଛି । ଯୁବକମାନଙ୍କ କ୍ଷେତ୍ରରେ ମଧ୍ୟ ବହୁ ସଂଖ୍ୟାରେ ହୃଦଘାତ ମାମଲା ସାମନାକୁ ଆସିଛି । ଏଭଳି ସ୍ଥିତିରେ ସରକାର ସମସ୍ତଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଦିଗରେ ଯତ୍ନବାନ ହେବା ଉଚିତ । କେନ୍ଦ୍ର ସରକାର ଏଭଳି ଘଟଣାକୁ ଗୁରୁତର ସହ ନେଇ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନେବା ଜରୁରୀ । ଏହାସହ କୋଭିଡ ସମୟରେ ଟିକା ନେଇଥିବା ବ୍ୟକ୍ତିଙ୍କର ପାର୍ଶ୍ବ ପ୍ରତିକ୍ରିୟା ଜନିତ ମୃତ୍ୟୁ ହେଉଥିଲେ ସେମାନଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ଆବେଦନକାରୀ ।

ଏହା ବି ପଢନ୍ତୁ...କୋଭିସିଲ୍ଡ ଟିକାର ପାର୍ଶ୍ବ ପ୍ରତିକ୍ରିୟା ପ୍ରସଙ୍ଗ, କଣ କହିଲେ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ - Health Dept Director On Covishield

ଏହା ବି ପଢନ୍ତୁ...କୋଭିସିଲ୍ଡ ଭ୍ୟାକସିନର ସାଇଡ ଇଫେକ୍ଟ: ରକ୍ତ ଜମାଟ ବାନ୍ଧିବା ସହ ହୋଇପାରେ ମସ୍ତିଷ୍କଘାତ ଓ ହୃଦଘାତ, କମ୍ପାନୀର ସ୍ୱୀକାର - Covishield Side Effect

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.