ETV Bharat / bharat

ଦିଲ୍ଲୀର 12ରୁ ଅଧିକ ସ୍କୁଲରେ ବୋମା ଧମକ: ଖାଲି ହେଲା କ୍ୟାମ୍ପସ, ସର୍ଚ୍ଚ ଅପରେସନ ଆରମ୍ଭ - BOMB THREAT IN SCHOOL

author img

By ETV Bharat Odisha Team

Published : May 1, 2024, 10:52 AM IST

ଦିଲ୍ଲୀର 12ରୁ ଅଧିକ ସ୍କୁଲରେ ବୋମା ଆତଙ୍କ: ଖାଲି ହେଲା କ୍ୟାମ୍ପସ, ସର୍ଚ୍ଚ ଅପରେସନ ଆରମ୍ଭ
ଦିଲ୍ଲୀର 12ରୁ ଅଧିକ ସ୍କୁଲରେ ବୋମା ଆତଙ୍କ: ଖାଲି ହେଲା କ୍ୟାମ୍ପସ, ସର୍ଚ୍ଚ ଅପରେସନ ଆରମ୍ଭ

BOMB THREAT IN DPS SCHOOL DWARKA: ଦିଲ୍ଲୀର 12ରୁ ଅଧିକ ସ୍କୁଲରେ ବୋମା ଥିବା ନେଇ ଧମକ ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀ-ଏସିଆର ଅଞ୍ଚଳରେ ପ୍ରାୟ 12ରୁ ଅଧିକ ସ୍କୁଲରେ ଏକକାଳୀନ ବୋମା ରଖାଯାଇଥିବା ଧମକ ମିଳିଛି । ମେଲ-ଆଇଡି ମାଧ୍ୟମରେ କେହି ଅଜ୍ଞାତ ବ୍ୟକ୍ତି କେହି ସ୍କୁଲଗୁଡିକୁ ଧମକପୂର୍ଣ୍ଣ ମେଲ କରିବା ପରେ ପୋଲିସ ଓ ବମ ଡିସପୋଜାଲ ଟିମ ସ୍କୁଲ କ୍ୟାମ୍ପସରେ ପହଞ୍ଚିଛି । ସ୍କୁଲ କାର୍ଯ୍ୟ ବନ୍ଦ ରଖାଯିବା ସହ ପିଲାଙ୍କୁ କ୍ୟାମ୍ପସରୁ ସ୍ଥାନାନ୍ତରିତ କରାଯାଇଛି । ସର୍ଚ୍ଚ ଅପରେସନ ମଧ୍ୟ ଜାରି ରଖିଛି ପୋଲିସ । ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଥିଲେ ସୁଦ୍ଧା ବୋମା କିମ୍ବା ଅନ୍ୟ ବିସ୍ଫୋରକ ସାମଗ୍ରୀ ମିଳିଥିବା ନେଇ ସ୍ପଷ୍ଟ ହୋଇନି ।

ଦିଲ୍ଲୀ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦ୍ବାରକା ଅଞ୍ଚଳର ଏକାଧିକ ସ୍କୁଲକୁ ଏହି ଧମକପୂର୍ଣ୍ଣ ମେଲ ମିଳିଥିବା ସୂଚନା ମିଳିବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ଗୋଗିଏ ମେଲରୁ ଏହି ସବୁ ସ୍କୁଲକୁ ଧମକପୂର୍ଣ୍ଣ ବାର୍ତ୍ତା ପଠାଯାଇଥିବା ପ୍ରାଥମିକ ଭାବେ ଜଣାପଡିଛି । ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ସ୍କୁଲ ପରିସରରେ ଏବେ ଖାଲି ହୋଇସାରିଛି । ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି । ଅନ୍ୟପଟେ ସାଇବର ସେଲ ମଧ୍ୟ ଧମକ ଆସିଥିବା ମେଲ-ଆଇଡିକୁ ନେଇ ତଦନ୍ତ ଆରମ୍ଭ କରିଛି । ଏହା କେଉଁ ସ୍ଥାନରୁ ଅପରେଟ ହୋଇଛି ଜଣାପଡିବା ପରେ ବ୍ୟବହାରକାରୀ ସମ୍ପର୍କରେ ଜଣାପଡିବା ନେଇ ପୋଲିସ କହିଛି ।

ଏହା ମଧ୍ୟ ପଢନ୍ତୁ :- କାଳୁ ଖଣ୍ଡାୟତରାୟ ବିଜେପି ଛାଡ଼ିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଶାନ୍ତ ଜଗଦ୍ଦେବ - Prasanta Jagadev

ପୂର୍ବରୁ ମଧ୍ୟ ଦିଲ୍ଲୀର ଏକାଧିକ ସ୍କୁଲକୁ ବୋମାରେ ଉଡାଇ ଦେବା ପାଇଁ ଧମକ ମିଳିଥିଲା । ଏକାଧିକ ଘଟଣାରେ ଦୁର୍ବୃତ୍ତ କଲ ଓ ମେଲ-ଆଇଡି ବ୍ୟବହାର କରି ଏହି ଧମକ ଦେଇଥିଲେ । ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ମାତ୍ର ନିକଟରେ ଘଟିଥିବା ଏକାଧିକ ଘଟଣାରେ ସେପରି କିଛି ବିସ୍ଫୋରକ ସାମଗ୍ରୀ ଜବତ ମଧ୍ୟ ହୋଇନି । ପରବର୍ତ୍ତୀ ସମୟରେ ଏହା ଗୁଜବ ବୋଲି ଜଣାପଡିଥିଲା । ମାତ୍ର ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ସ୍କୁଲ ଖାଲି କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଆଜି ମଧ୍ୟ ସମାନ ଢଙ୍ଗରେ ମେଲ ମିଳିବା ପରେ ପୋଲିସ ଓ ସାଇବର ସେଲ ତଦନ୍ତ ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.