ETV Bharat / politics

କାଳୁ ଖଣ୍ଡାୟତରାୟ ବିଜେପି ଛାଡ଼ିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଶାନ୍ତ ଜଗଦ୍ଦେବ - Prasanta Jagadev

author img

By ETV Bharat Odisha Team

Published : May 1, 2024, 6:31 AM IST

Kumar Jagadev Reaction After Kalu Charan Quits BJP: ବିଜେପିରୁ କାଳୁଚରଣ ଖଣ୍ଡାୟତରାୟ ଇସ୍ତଫା ଦେବା ପରେ ପ୍ରତିକ୍ରିୟା ରଖିଲେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ । ଅଧିକ ପଢ଼ନ୍ତୁ...

କାଳୁ ଖଣ୍ଡାୟତରାୟ ବିଜେପି
କାଳୁ ଖଣ୍ଡାୟତରାୟ ବିଜେପି

କାଳୁ ଖଣ୍ଡାୟତରାୟ ବିଜେପି

ଭୁବନେଶ୍ବର: ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଜେପିରୁ କାଳୁଚରଣ ଖଣ୍ଡାୟତରାୟ ଇସ୍ତଫା ଦେଇଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ । ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି, "ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଖୋର୍ଦ୍ଧରୁ ପ୍ରାର୍ଥୀ ହେବା ପରେ ଭୋଟ ବଢିଥିଲା । 2014ରେ ଜିତୁ ମିତ୍ର ବି 70 ହଜାର ଭୋଟ ପାଇଥିଲେ । 2019ରେ କାଳୁ ଖଣ୍ଡାୟତ 75 ହଜାର ଭୋଟ ପାଇଲେ । ତେଣୁ ଖୋର୍ଦ୍ଧାରେ ଦଳର ଭୋଟ 70 ହଜାର ଉପରେ ରହିଛି । ମୁଁ 25 ହଜାର ଭୋଟରେ ବିଜୟୀ ହେବି ।" ସେପଟେ ଟିକଟ ବିକ୍ରି ଉପରେ ଜବାବ ରଖି ପ୍ରଶାନ୍ତ କହିଛନ୍ତି, "ଶାସକ ଦଳ କାଳୁ ଖଣ୍ଡାୟତଙ୍କ ମୁହଁରେ ଏକଥା କୁହାଉଛି । କାଳୁ ଖଣ୍ଡାୟତରାୟ ମୋର ବଡ ଭାଇ । ଟିକଟ ପାଇଁ ସେ ଆଶାୟୀ ଥିଲେ । ଅସନ୍ତୁଷ୍ଟ ହେବା ସ୍ୱାଭାବିକ । କିନ୍ତୁ ଆଉ ଟିକେ ଧର୍ଯ୍ୟ ଧରିବାର ଥିଲା । ମୁଁ ତାଙ୍କୁ ସବୁବେଳେ ସହଯୋଗ କରିବି ।"

ତେବେ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି କାଳୁଚରଣ ଖଣ୍ଡାୟତରାୟ । ଶହ ଶହ ସମର୍ଥକଙ୍କ ସହ ବିଜେପି ଛାଡିଛନ୍ତି କାଳୁ । ଖୋର୍ଦ୍ଧା ବିଧାନସଭା ବିଜେପି ଆଶାୟୀ ପ୍ରାର୍ଥୀ ଥିଲେ କାଳୁଚରଣ । ହେଲେ ଦଳ ତାଙ୍କୁ ଟିକଟ୍ ନଦେଇ ତାଙ୍କ ସ୍ଥାନରେ ବିଜେଡିରୁ ସଦ୍ୟ ଆସି ବିଜେପିରେ ମିଶିଥିବା ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ୍ ଦେଇଥିଲା । ଯାହାକୁ ନେଇ ସେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଛନ୍ତି । ଇସ୍ତଫା ଦେବାପରେ କାଳୁଚରଣ ଏକ ସାମ୍ବିଦିକ ସମ୍ମିଳନୀ କରି ସ୍ବାଧୀନ ଭାବେ ଲଢି ବିଧାୟକ ହେବି ଘୋଷଣା କହିଛନ୍ତି । ଏହି ସମୟରେ ସେ ଭାବବିହ୍ୱଳ ହୋଇପଡିଥିବା ଦେଖିବାକୁ ମିଳିଛି । ସାମ୍ବାଦିକ ସମ୍ମିଳନୀରେ କାଳୁ ଅପରାଜିତାଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି ଯେ, ତାଙ୍କ ସହ ଷଡଯନ୍ତ୍ର କରାଯାଇଛି । ୧୦ ବର୍ଷ ଦଳ ପାଇଁ ସମୟ ଦେଇଥିବା ବେଳେ ୧୦ ଦିନ ତଳେ ଯୋଗଦେଇଥିବା ଜଣେ ଦାଗୀ, ଅପରାଧିଙ୍କୁ ଟିକେଟ ଦେଇଛନ୍ତି ଅପରାଜିତା ।

ଏହା ମଧ୍ୟ ପଢ଼ନ୍ତୁ...'ମୁଁ ପଛେ ହାରିଯାଏ, କିନ୍ତୁ ଅପରାଜିତାଙ୍କୁ ପାଇକ ମାଟିରୁ ହରାଇ ବିଦା କରିବି' - Kalu Charan Targets Aparajita


ସୂଚନାଯୋଗ୍ୟ, ଗତ 2019 ନିର୍ବାଚନରେ ଖୋର୍ଦ୍ଧା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢି ବହୁ କମ୍ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ କାଳୁ ଚରଣ ଖଣ୍ଡାୟତରାୟ । ଦଳ ଏଥର ତାଙ୍କୁ ଟିକଟ ନଦେବାରୁ ବହୁ ବାଦ ବିବାଦ ପରେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.