ପିଙ୍କ୍ ବୁଥରେ ଉତ୍ସାହର ସହ ମହିଳା ଭୋଟରଙ୍କ ମତ ସାବ୍ୟସ୍ତ

By

Published : Feb 24, 2022, 6:37 PM IST

Updated : Feb 3, 2023, 8:17 PM IST

thumbnail

ରାଇରଙ୍ଗପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଇରଙ୍ଗପୁର ଉପଖଣ୍ଡର ୩ଟି ବ୍ଲକରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଛି ମତଦାନ । ବିଜାତଳା, ବିଶୋଇ ଓ ବାଦାମପାହାଡ ବ୍ଲକରେ ରହିଛି ମହିଳାମାନଙ୍କ ପାଇଁ ଗୋଟିଏ ଲେଖାଏଁ ପିଙ୍କ୍ ବୁଥ । ସେପଟେ ବିଶୋଇ ବ୍ଲକର ୬ ନଂ ବୁଥକୁ ପିଙ୍କ ବୁଥ କରାଯାଇଛି । ଅତି ସୁନ୍ଦର ଭାବରେ ପିଙ୍କ୍ ବୁଥକୁ ସାଜସଜ୍ଜା କରାଯାଇ ଥିବାବେଳେ ଶାନ୍ତିଶୃଙ୍ଖଳାର ସହ ମହିଳାମାନେ ଲାଇନରେ ଆସି ମତ ସାବ୍ୟସ୍ତ କରୁଛନ୍ତି । ମହିଳା ପ୍ରିଜାଇଡିଂ ଅଫିସର ସହିତ ମହିଳା ପୋଲିଂ ପାର୍ଟି ଓ ମହିଳା ପୋଲିସ ଭୋଟିଂ ବ୍ୟବସ୍ଥାକୁ ସୁରୁଖୁରୁରେ ନିୟନ୍ତ୍ରଣ କରୁଛନ୍ତି । ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.