କଳାହାଣ୍ଡିରେ ବର୍ଷା ବିତ୍ପାତ, ଘର ଭିତରେ ଆଣ୍ଠୁଏ ପାଣି

By

Published : Aug 21, 2022, 8:40 AM IST

thumbnail

ଭବାନୀପାଟଣା: କଳାହାଣ୍ଡିରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ବର୍ଷା ପାଣି ଘରେ ପଶିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଧର୍ମଗଡ଼ ଅଞ୍ଚଳବାସୀ । ଫଳରେ ମଟର ସାହାଯ୍ୟରେ ପାଣି ନିଷ୍କାସନ କରୁଛନ୍ତି ଗ୍ରାମବାସୀ । ସେହିଭଳି କାଶିବାହାଲ ଗାଁରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଘର ଭାଙ୍ଗିବା ସହ ଗଛପଡିବାରୁ ସ୍କୁଲ ଗୃହ ଛାତ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବର୍ଷା ଯୋଗୁଁ ଏବେ ଜିଲ୍ଲାରେ ପ୍ରବାହିତ ହେଉଥିବା ହାତୀନଦୀ ,ନାଗାବଳୀ,ତେଲ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ କୁଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ଏବେ ଆତଙ୍କିତ । ଲଗାତାର ତିନିଦିନ ବର୍ଷା ଯୋଗୁଁ ଧର୍ମଗଡ଼ ଜୁନାଗଡ଼ ମଧ୍ୟରେ ଯାତାୟାତ ଠପ ହୋଇଥିବା ବେଳେ ଭବାନୀପାଟଣା ସହରେ ମଧ୍ୟ ଅନେକ ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.