ବନ୍ୟା ଘେରରେ କାଲେଶ୍ବର ଗାଁ, ରାସ୍ତାରେ ଚାଲୁଛି ଡଙ୍ଗା

By

Published : Aug 21, 2022, 12:25 PM IST

thumbnail

ବୌଦ୍ଧ: ବନ୍ୟାପାଣି ଘେରରେ କାଲେଶ୍ବର ଗ୍ରାମ । ମହାନଦୀରେ ବନ୍ୟାପାଣି କମିଥିଲେ ସୁଦ୍ଧା ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟ ଓ କେତେକ ସରକାରୀ କାର୍ଯ୍ୟାଳୟ ପାଣି ଘେରରେ ରହିଛି । ଫଳରେ ଡଙ୍ଗା ଯୋଗେ ଯାତାୟତ କରୁଛନ୍ତି ସ୍ଥାନୀୟ ଲୋକେ । ସେପଟେ ଜଳସେଚନ ବିଭାଗ କାଲେଶ୍ବର ନିକଟରେ ନିର୍ମାଣ କରିଥିବା ସୁଇସ ଗେଟ ତୃଟି ଥିବାରୁ ଏଭଳି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ବନ୍ୟା ଯୋଗୁଁ ଚାଷ ଜମି ଓ ପନିପରିବା ଚାଷ ବ୍ୟାପକ କ୍ଷତି ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି । ଏନେଇ ତଦନ୍ତ ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.