ମହାନଦୀରେ ଭାସି ଯାଉଥିଲେ ୨୭ ଗାଈ, ଉଦ୍ଧାର କଲା ଅଗ୍ନିଶମ ବାହିନୀ

By

Published : Aug 28, 2022, 10:28 PM IST

thumbnail

ମହାନଦୀରେ ଭାସି ଯାଉଥିବା ବେଳେ ୨୭ଟି ଗାଈଙ୍କୁ ସୁରକ୍ଷିତ ଉଦ୍ଧାର କରଛି ଅଗ୍ନିଶମ ବିଭାଗ । ସୂଚନା ଅନୁସାରେ କିଛି ଗାଈ ଗୋଷ୍ଠୀ ମହାନଦୀ ପଠାକୁ ଚରିବାକୁ ଯାଉଥିଲେ । ଚରିବା ସମୟରେ ହଠାତ ମହାନଦୀ ପାଣି ଆଡକୁ ପଳେଇ ଆସିଥିଲେ କିଛି ଗାଈ । ମହାନଦୀ ସ୍ରୋତରେ ଭାସି ଯାଇ ନିଜ ଜୀବନ ବଞ୍ଚାଇବାକୁ ଉଦ୍ୟମ କରୁଥିଲେ । ସ୍ଥାନୀୟ ବାସିନ୍ଦା ପ୍ରଥମେ ଗାଈ ଗୋଷ୍ଠୀ ଭାସିଯାଉଥିବାର ଦେଖିବାକୁ ପାଇଥିଲେ । ପରେ ସେମାନେ ବାଙ୍କୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଏହାପରେ ଅଗ୍ନିଶମ କର୍ମଚାରୀ ମାନେ ସମସ୍ତ ଗାଈ ମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.