ସୁଧୁରୁନି ବନ୍ୟା ସ୍ଥିତି, ପାଣି ଘେରରେ ଖୋର୍ଦ୍ଧାର 22 ପଞ୍ଚାୟତ

By

Published : Aug 21, 2022, 1:25 PM IST

thumbnail

ଖୋର୍ଦ୍ଧା: ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି । ପାଣି କମୁଛି ହେଲେ ଦୁର୍ଦ୍ଦଶା ବଢୁଛି । ଖୋର୍ଦ୍ଧା ବନ୍ୟା ସ୍ଥିତି ଗମ୍ଭୀର ହୋଇଛି । ମହାନଦୀରେ ଜଳସ୍ତର କମୁଥିଲେ ମଧ୍ୟ ଖୋର୍ଦ୍ଧା ବ୍ଲକରେ ହୋଇଥିବା ବନ୍ୟା ପରିସ୍ଥିତିରେ ସୁଧାର ଆସୁନଥିବା ଦେଖିବାକୁ ମିଳିଛି । ଜିଲ୍ଲାର ବାଲିଅନ୍ତା, ବାଲିପାଟଣା, ଖୋର୍ଦ୍ଧା, ବେଗୁନିଆ, ଜଟଣୀ ବ୍ଲକର ୨୨ଟି ପଞ୍ଚାୟତର ୭୩ଟି ଗାଁର ୩୯୮୨୩ଜଣ ପ୍ରଭାବିତ ହୋଇଛନ୍ତି । ୭୩ଟି ଗାଁ ମଧ୍ୟରୁ ୪୭ଟି ଗାଁ ପାଣି ଘେରରେ ରହିଛି । ବଢ଼ି ଯୋଗୁଁ ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତର ସୂଚନା ନଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେହିପରି ଖୋର୍ଦ୍ଧା ବ୍ଲକର ୨୩ଟି ସ୍ଥାନରେ ୯୮୫୫ଜଣଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଚାଉଳ, ଚୁଡ଼ା, ଗୁଡ଼, ମହମବତୀ, ଦିଆସିଲି, ବିସ୍କୁଟ୍, ପାଣି ପାଉଚ ଆଦି ଦିଆଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ମୁତୟନ ଥିବା ୯ଟି ସ୍ବାସ୍ଥ୍ୟସେବା ଟିମ ପକ୍ଷରୁ ୬୩୧ଜଣଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦିଆଯାଉଛି । ରାଜୁଆ ନଦୀରେ ଘାଇ କାରଣରୁ ପାଣି କମୁନାହିଁ । ସେହିପରି ବନ୍ୟା ବିପନ୍ନଙ୍କ ସହ ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧିମାନେ ଯୋଗାଯୋଗ ରହିଥିବା ବେଳେ ବିପନ୍ନଙ୍କୁ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.