ବାତ୍ୟା ଆସିଲେ ଫୁଲିଉଠେ ଚିଲିକା, ଭାଙ୍ଗିଯାଏ ସ୍ବପ୍ନର ଘର

By

Published : Sep 7, 2021, 5:35 PM IST

thumbnail

ଚିଲିକା ପାଣିରେ ଉବୁଟୁବୁ ହେଉଛି ଗାଁ । ଆଉ ଗାଁରେ ପାଣି ପଶିଯିବାରୁ ଜଳମଗ୍ନ ହେବାରେ ଲାଗିଛି ଗ୍ରାମ ରାସ୍ତା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧୀନ କୃଷ୍ଣ ପ୍ରସାଦ ବ୍ଲକର ଅରଖକୁଦା ଗ୍ରାମରେ । ସୂଚନାନୁସାରେ ଯେବେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୁଏ ସେତେବେଳେ ଚିଲିକା ହ୍ରଦର ଜଳରାଶି ଫୁଲିବାକୁ ଲାଗେ ଆଉ ଏହି ପାଣି ସ୍ଥାନୀୟ ଗାଁ ଗୁଡିକୁ ପାଣି ପଶିଯିବାରୁ ଗ୍ରାମବାସୀଙ୍କ ମନରେ ଛନକା ପଶିବା ସହ ଭୟରେ କାଳ କାଟନ୍ତି । ଏଥି ସହିତ କିଛି ସ୍ଥାନରେ ମାଟି ଘର ଭାଙ୍ଗିବା ସହିତ ବହୁ ଦିନ ଧରି ଘରେ ଚୁଲି ଜଳି ନ ଥାଏ । ତେବେ ସ୍ଥାନୀୟ ଗ୍ରାମବାସୀ ମାନେ ଦୀର୍ଘ ଦିନ ଧରି ନୂତନ ଗାର୍ଡ ୱାଲ ନିର୍ମାଣ ପାଇଁ ଦାବି କରିଆସୁଥିଲେ ସୁଦ୍ଧା ତାହା କେବଳ କେବଳ କାଗଜ କଲମରେ ସୀମିତ ରହିଥିବା ନେଇ କହିଛନ୍ତି ଅଞ୍ଚଳବାସୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.