ପାରା କ୍ରୀଡ଼ାବିତଙ୍କ ପାଇଁ ପଦ୍ମଶ୍ରୀ ସମ୍ମାନ ପ୍ରେରଣା କହିଲେ ପ୍ରମୋଦ

By

Published : Apr 1, 2022, 3:25 PM IST

Updated : Feb 3, 2023, 8:21 PM IST

thumbnail

ଭୁବନେଶ୍ବର: ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବା ପରେ ଓଡ଼ିଶା ଫେରିଛନ୍ତି ପାରାଲମ୍ପିଆନ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ । ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ କ୍ରୀଡ଼ାବିତ୍‌ଙ୍କୁ ପଦ୍ମଶ୍ରୀ ସମ୍ମାନ ଓ ଏହାଦ୍ବାରା କୀଡ଼ାବିତଙ୍କ ଉପରେ ପଡ଼ିବାକୁ ଥିବା ପ୍ରଭାବକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଏହି ସମ୍ମାନ ତାଙ୍କୁ ଆଗାମୀ ଦିନରେ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି । ତା ସହିତ ଏଭଳି ସମ୍ମାନ ଦ୍ବାରା ରାଜ୍ୟ ଓ ଦେଶର ପାରାକ୍ରୀଡ଼ାବିତ୍‌ ଅନ୍ୟ କ୍ରୀଡ଼ାବିତ୍‌ ମଧ୍ୟ ପ୍ରେରଣା ପାଇବେ ବୋଲି କହିଛନ୍ତି ପଦ୍ମଶ୍ରୀ ପ୍ରମୋଦ ଭଗତ । ତା ସହିତ ସମସ୍ତ ପ୍ରକାର ସହଯୋଗ ଓ ସ୍ନେହ ପାଇଁ ଓଡ଼ିଶା ସରକାର ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଗତ ମଙ୍ଗଳବାର ରାଷ୍ଟ୍ରପତିଙ୍କ ହାତରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ ପ୍ରମୋଦ ଭଗତ । ଟୋକିଓ ପାରାଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ପ୍ରମୋଦ । ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.