ବିଶ୍ବକପରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା, ଉତ୍ସାହୀ କ୍ରୀଡ଼ାପ୍ରେମୀ

By ETV Bharat Odisha Team

Published : Oct 29, 2023, 10:46 AM IST

thumbnail

ରାଉରକେଲା:  ICC କ୍ରିକେଟ ବିଶ୍ବକପରେ ଆଜି ରହିଛି ଜବରଦସ୍ତ ଫାଇଟ । ଲକ୍ଷ୍ନୌର ଏକ୍କନା ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବ କଡ଼ା ମୁକାବିଲା। ଷଷ୍ଠ ମ୍ୟାଚରେ ବିଜୟ ଧାରା ବଜାୟୀ ରଖିବା ଲକ୍ଷ୍ୟରେ ଭାରତ । ଅନ୍ୟପଟେ ଇଂଲଣ୍ଡ ଚଳିତ ବିଶ୍ବକପରେ ବର୍ତ୍ତମାନ 5ଟି ମ୍ୟାଚ ଖେଳି  ଗୋଟିଏରେ ମାତ୍ର ବିଜୟୀ ହୋଇଛି । ତେଣୁ ଦଳ ଦ୍ବିତୀୟ ବିଜୟ ପାଇଁ ବ୍ୟାକୁଳ ଅଛି । 2019 ବିଶ୍ବକପରେ ଭାରତର ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା, କିନ୍ତୁ ଆଜିର ମ୍ୟାଚ୍‌ରେ ଇଂଲଣ୍ଡକୁ ହରାଇବା ଲକ୍ଷ୍ୟରେ ରହିଛି ମେନ୍‌ ଇନ୍‌ ବ୍ଲ୍ୟୁ । ଆଜିର ମ୍ୟାଚ୍‌କୁ ନେଇ ବେଶ ଉତ୍ସାହିତ ଅଛନ୍ତି ରାଉରେକଲାର କ୍ରୀଡ଼ାପ୍ରେମୀ । ଦଳର ବ୍ୟାଟିଂ ଓ ବୋଲିଂ ବିଭାଗ ମଜଭୁତ ରହିଛି ତେଣୁ ଆଜି ଭାରତ 300 ସ୍କୋର କରିବ ବୋଲି ସମସ୍ତଙ୍କ ଆଶା । ଆଜି ବିଜୟୀ ହୋଇ ସେମି ଫାଇନାଲରେ ଉତ୍ତୀର୍ଣ୍ଣ ହେବାକୁ ଚେଷ୍ଟା କରିବ ଭାରତୀୟ ଦଳ । ଆଜିର ଏହି ମ୍ୟାଚ୍‌କୁ ନେଇ ଉତ୍ସାହିତ ରହିଛନ୍ତି କ୍ରିକେଟ ପ୍ରେମୀ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.