ବଜ୍ରାଘାତ ନେଲା ଜୀବନ, ସ୍ବାମୀ ଆଗରେ ଟଳି ପଡିଲା ସ୍ତ୍ରୀ

By

Published : May 7, 2023, 8:05 AM IST

thumbnail

ଭଦ୍ରକ: ସଂସାର ଉଜାଡିଦେଲା ବଜ୍ରାଘାତ । ସ୍ବାମୀର ଆଖିଆଗରେ ଚାଲିଗଲା ସ୍ତ୍ରୀ । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନ ଵାଲିପୋଖରୀରୁ ସାମ୍ନାକୁ ଆସିଲା ଏଭଳୁ ଦଃଖଦ ଘଟଣା । ଖବର ଅନୁଯାୟୀ କେନ୍ଦୁଝର ଜିଲ୍ଲା ସୁଆମ ପାଟନା ଥାନା ଅନ୍ତର୍ଗତ ଟାଙ୍ଗରପଡ଼ା ଗାଁର କାଳିଆ ମୁଣ୍ଡା ଏବଂ ତାଙ୍କ ସ୍ତ୍ରୀ ବାସନ୍ତୀ ମୁଣ୍ଡା ସହ ଅନ୍ୟ ଲୋକ ମାନେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବରପଦା ବାଲିପୋଖୋରୀ କଡ଼ା ନାଳ କାମ ପାଇଁ ଆସିଥିଲେ । କାମ ସାରି ମଜୁରୀ ଚଙ୍କାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ବଜାରକୁ ଯାଇଥିଲେ। 

ତେବେ ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବା ସମୟରେ କାଳ ବୈଶାଖୀ ଜନିତ ବର୍ଷା ଏବଂ ବଜ୍ରପାତ ଆରମ୍ଭ ହୋଇଥିଲା । ହେଲେ ସେମାନେ ଏହି ବର୍ଷା ଏବଂ ବଜ୍ରପାତ ପ୍ରବଳ ହେବା ପୂର୍ବରୁ ଘରେ ପହଞ୍ଚି ଯିବା ଉଦ୍ଦେଶ୍ୟରେ ଯଥାଶୀଘ୍ର ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ ଘରକୁ ଫେରୁଥିଲେ ବୋଲି କହିଛନ୍ତି ମୃତା ବାସନ୍ତୀ ମୁଣ୍ଡାଙ୍କ ସ୍ଵାମୀ କାଳିଆ ମୁଣ୍ଡା । 

ହେଲେ ସେମାନେ ଘରକୁ ଫେରୁଥିବା ବାଟରେ ହଠାତ୍‌ ଅତି ପ୍ରବଳ ବଜ୍ରପାତ ହୋଇଥିଲା । ଫଳରେ କାଳିଆ ମୁଣ୍ଡାଙ୍କ ସ୍ତ୍ରୀ ବାସନ୍ତୀ ମୁଣ୍ଡା ଅଚେତ୍‌ ହୋଇ ତଳେ ପଡିଯାଇଥିଲେ । ପରେ ତୁରନ୍ତ ବାସନ୍ତୀଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ କାଳିଆ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଦଇବର ନିୟତି କିଛି ଅଲଗା ଥିଲା । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାସନ୍ତୀ ମୁଣ୍ଡାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।
 

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.